ନୂଆଦିଲ୍ଲୀ,୬।୭: ମହାକାଶ ବିଜ୍ଞାନୀଙ୍କ ଇତିହାସରେ ଏଭଳି ପ୍ରଥମ ଘଟଣା, ଯେତେବେଳେ ସ୍ପେସ୍ ଷ୍ଟେସନ୍ର ବାହ୍ୟ ଭାଗରେ କୌଣସି କବଚ ଲଗାଯାଇଛି। ଗତ ସପ୍ତାହରେ ଋଷର ଏକ ପୁରୁଣା ସାଟେଲାଇଟ୍ ମହାକାଶରେ ଫାଟି ଯାଇଛି। ସେହି ଆବର୍ଜନା ଦୃତ ଗତିରେ ଚୀନ୍ର ସ୍ପେସ୍ ଷ୍ଟେସନ୍ ତିୟାନଗାଙ୍ଗ ଆଡକୁ ଆସୁଥିଲା। ଆବର୍ଜନା ମାଡ ହେବା ପୂର୍ବରୁ ଚୀନ୍ ସ୍ପେସ୍ ଷ୍ଟେସନ୍ର ଚାରି ପଟେ କବଚ ତିଆରି କରି ଦିଆଯାଇଥିଲା। ଏହି କାମକୁ ଚୀନ୍ର ଶେନ୍ଝାଉ-୧୮ ମିଶନ୍ର ଦୁଇଜଣ ଆଷ୍ଟେ୍ରାନଟ୍ କରିଛନ୍ତି। ଦୁହେଁ ଚୀନ୍ର ମହାକାଶ ବିଜ୍ଞାନୀ ସେମାନେ ୬ ଘଣ୍ଟା ସ୍ପେସ୍ଓ୍ବାର୍କ କରିବା ସ୍ପେସ୍ ଷ୍ଟେସନ୍ର ଚାରିପଟେ ଶିଲ୍ଡ ଲଗାଇଥିଲେ।
ଚୀନ୍ର ସ୍ପେସ୍ ଷ୍ଟେସନର ଚାରିପଟେ ଆର୍ମର ଲଗାଯାଇଛି। ଯାହାଫଳରେ ଛୋଟ ଛୋଟ ଆବର୍ଜନା ମାଡ଼ ହେଲେ ଯେପରି ଅଧିକ କ୍ଷତି ନହେବ। ଚାଇନା ଏରୋସ୍ପେସ୍ ଆଣ୍ଡ ଟେକ୍ନୋଲୋଜି କର୍ପୋରେସନ୍ର ବୈଜ୍ଞାନିକ ଲିୟୁ ମିଙ୍ଗ କହିଛନ୍ତି ସ୍ପେସ୍ଓ୍ବାର୍କର ପ୍ରଥମ କାମ ଏହା ଥିଲା। ଆମେ ସ୍ପେସ୍ ଷ୍ଟେସନ୍ର ଚାରିପଟେ ପ୍ରୋଟେକ୍ଟିଭ ଡିଭାଇସ୍ ଲଗାଇ ପାରିବୁ। ଫଳରେ କେବଲ, ପାଇପଲାଇନ୍ ସୁରକ୍ଷିତ ରହିବ।
ଆମେରିକା ସ୍ପେସ୍ କମାଣ୍ଡ କହିଛନ୍ତି, ୨୬ ଜୁନ୍ରେ ଋଷର ପୁରୁଣା ବେକର ଅର୍ଥ ଅବଜରଭେସନ୍ ସାଟେଲାଇଟ Resurs-P1 ଅର୍ବିଟରେ ଫାଟି ଯାଇଥିଲା। ଏହି କାରଣରୁ ୧୦୦ରୁ ଅଧିକ ଖଣ୍ଡ ହୋଇଯାଇଥିଲା। ଏହି ଆବର୍ଜନା ଟ୍ରାକ୍ କରିହେବ। ତୁରନ୍ତ ନାସାକୁ ସୂଚନା ଦିଆଯାଇଛି, କାରଣ ବର୍ତ୍ତମାନ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ ଉପରେ ୬ ଆମେରିକୀୟ ମହାକାଶ ବିଜ୍ଞାନୀ ଅଛନ୍ତି। ନାସା ଏଥିପାଇଁ ‘ସେଫ୍ ହେଭେନ୍’ ପ୍ରୋସିଜ୍ୟୁର ଆରମ୍ଭ କରିଛି, ଯାହାଫଳରେ ସ୍ପେସ୍ ଷ୍ଟେସନ୍ ଆଡକୁ ଆସୁଥିବା ଆବର୍ଜନାରୁ ରକ୍ଷା ପାଇହେବ। ତେବେ ଏହା ଜଣାନାହିଁ ଯେ, ଆମେରିକା ଚୀନ୍କୁ ଏହି ବିପଦ ବିଷୟରେ କହିଥିଲା କି ନାହିଁ? କିନ୍ତୁ ଚୀନ୍କୁ ଏହାର ଖବର ମିଳିଯାଇଥିଲା। ଚୀନ୍ ତୁରନ୍ତ ସ୍ପେସ୍ ଷ୍ଟେସନ୍ରୁ ରୋବୋଟିକ୍ ଆର୍ମ ଜରିଆରେ ମହାକାଶ ବିଜ୍ଞାନୀ ୟେ ଗୁଆଁଫୁଙ୍କୁ କବଚ ଲଗାଇବାକୁ ବାହାରକୁ ପଠାଇଥିଲେ।