ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

NEET PG ପାଇଁ ଘୋଷଣା ହେଲା ନୂଆ ତାରିଖ, ଦୁଇଟି ସିଫ୍ଟରେ ହେବ ପରୀକ୍ଷା

Image Courtesy: timesnownews

ନୂଆଦିଲ୍ଲୀ: ନ୍ୟାସନାଲ ବୋର୍ଡ ଅଫ୍ ଏଗଜାମିନେସନ୍ ଇନ୍‌ ମେଡିକାଲ ସାଇନ୍ସେସ୍‌ (NBEMS) NEET PGର ନୂତନ ପରୀକ୍ଷା ତାରିଖର ବିଜ୍ଞପ୍ତି ପ୍ରକାଶ କରିଛି । ଏହି ପରୀକ୍ଷା ୧୧ ଅଗଷ୍ଟ ୨୦୨୪ରେ କରାଯିବ । ଦୁଇଟି ପର୍ଯ୍ୟାୟରେ ହେବ ପରୀକ୍ଷା । SOP ଏବଂ ପ୍ରୋଟୋକଲ୍ ସମୀକ୍ଷା କରିବା ପରେ, NEET PG ର ନୂତନ ତାରିଖ ଘୋଷଣା କରାଯାଇଛି । 

ଦୁଇଟି ସିଫ୍ଟରେ ହେବାକୁ ଥିବା NEET PG ପରୀକ୍ଷା ସମ୍ବନ୍ଧୀୟ ଅଧିକ ସୂଚନା ବୋର୍ଡର ଅଫିସିଆଲ୍ ୱେବସାଇଟ୍ natboard.edu.in ରେ ଉପଲବ୍ଧ ।  ସ୍ନାତକୋତ୍ତର ମେଡିକାଲ ପ୍ରବେଶିକା ପରୀକ୍ଷା (NEET PG) ପାଇଁ ଆବେଦନ କରିଥିବା ଏବଂ ଜୁନ୍ ୨୩ରେ ପରୀକ୍ଷା ପାଇଁ ପ୍ରସ୍ତୁତ ଥିବା ପ୍ରାର୍ଥୀମାନେ NBEର ଅଫିସିଆଲ୍ ୱେବସାଇଟରେ ପରୀକ୍ଷା ସମ୍ବନ୍ଧୀୟ ତଥ୍ୟ ଯାଞ୍ଚ କରିପାରିବେ । 

ସୂଚନାଯୋଗ୍ୟ, ନିଟ ପିଜି ୨୦୨୪ ପରୀକ୍ଷା ଜୁନ୍‌ ୨୩ରେ ହେବାର ଥିଲା । କିନ୍ତୁ ପରୀକ୍ଷାର ୧୨ ଘଣ୍ଟା ପୂର୍ବରୁ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଏହାକୁ ବାତିଲ କରିବା ସହ ପରବର୍ତ୍ତୀ ତାରିଖ ଘୋଷଣା ହେବ ବୋଲି କହିଥିଲା । ଏହା ପରେ ଆଜି ନ୍ୟାସନାଲ ବୋର୍ଡ ଅଫ୍ ଏଗଜାମିନେସନ୍ ଇନ୍‌ ମେଡିକାଲ ସାଇନ୍ସେସ୍‌ ପକ୍ଷରୁ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରାଯାଇଛି । ନିଟ୍‌ ପିଜି ପରୀକ୍ଷାରେ ପ୍ରତିବର୍ଷ ୨ରୁ ୩ ଲକ୍ଷ ପରୀକ୍ଷାର୍ଥୀ ସାମିଲ ହୋଇଥାନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.