ପ୍ରମୂଖ ଖବର
  • ବାଲେଶ୍ବର : OSSC ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଖଣ୍ଡନ କଲେ କର୍ତ୍ତୃପକ୍ଷ
  • ||
  • ଧର୍ମଗଡ଼ : କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
  • ||
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ଭୋଲେ ବାବାଙ୍କୁ ଘେରି ରହିଥାଏ ଗୋପିକା ଗ୍ରୁପ୍‌ , ସୁରକ୍ଷାରେ ରହିଥାନ୍ତି ଆଉ ତିନି ବ୍ୟକ୍ତିଗତ ସେନା

ନୂଆଦିଲ୍ଲୀ – ହାଥରସରେ ସତସଙ୍ଗ ପରେ ଦଳାଚକଟାରେ ୧୨୧ ଲୋକଙ୍କ ମୃତ୍ୟୁରେ , ଚର୍ଚ୍ଚାକୁ ଆସିଥିବା ସୂରଜପାଲ ଜାଟଭ ଓରଫ ନାରାୟଣ ସାକାର ହରି ଓରଫ ଭୋଲେ ବାବାଙ୍କ ଆଡ଼ମ୍ୱରପୂର୍ଣ୍ଣ ଜୀବନ ସହ ଜଡ଼ିତ କଥା, ଏବେ ଧିରେ ଧିରେ ସାମନାକୁ ଆସୁଛି। କିଛି ତ ପୁଲିସକୁ ଯାଞ୍ଚରେ ଜଣାପଡ଼ିଥିବା ବେଳେ ଆଉ କିଛି ବାବାଙ୍କ ସହ ଜଡ଼ିତ ଓ ପ୍ରଭାବିତ ରହିଥିବା ଲୋକେ କହୁଛନ୍ତି। ସୂରଜପାଲ ଜାଟଭଙ୍କ ସୁରକ୍ଷା ବିଷୟରେ ପୁଲିସର ଯାଞ୍ଚରେ ଜଣାପଡ଼ିଛି କି, ବାବା ଚାରିପଟୁ ସୁରକ୍ଷା ଘେରରେ ରହିଛନ୍ତି। ଏଥିରେ ୩ଟି ସୁରକ୍ଷା ଦଳରେ ପୁରୁଷ ହିଁ ରହିଛନ୍ତି, ଯାହାକୁ ଅଲଗା ଅଲଗା ସେନାର ନାଁ ଦିଆଯାଇଛି। ୪ର୍ଥ ସୁରକ୍ଷା ଟିମ୍ ମହିଳାଙ୍କୁ ନେଇ ଗଠିତ ହୋଇଛି , ଏହାକୁ ଗୋପିକା ୟୁନିଟ୍‌ କୁହାଯାଏ। ସବୁଠୁ ମଜାଦାର କଥା ହେଲା କି, ଭୋଲେ ବାବାଙ୍କର ପ୍ରତି ସେନାର ଡ୍ରେସ୍‌ ଓ କାମ ଅଲଗା ଅଲଗା ପ୍ରକାରର। 

ବାବା ଯେଉଁ ଆଶ୍ରମରେ ରହିଥାନ୍ତି , ତାଙ୍କ ରୁମ୍‌କୁ କେବଳ ସେହି ୭ ଜଣ ବ୍ୟକ୍ତି ଯାଆନ୍ତି। ଇଏ ସେହି ୭ ଜଣ ବ୍ୟକ୍ତି , ଯିଏ ବାବାଙ୍କ ସହ ଆରମ୍ଭରୁ ସଂପୃକ୍ତ ଅଛନ୍ତି। ଏଥିରେ ଭରସାଯୋଗ୍ୟ ସେବିକା ଓ ସେବାଦାର ସାମିଲ ଅଛନ୍ତି। ବାବା ଯେବେ ଲୋକଙ୍କ ସାମନାକୁ ଆସନ୍ତି ବା କୌଣସି କାର୍ଯ୍ୟକ୍ରମକୁ ଯାଆନ୍ତି ତ ତାଙ୍କର ସୁରକ୍ଷାରେ ୪ଟି ବ୍ୟକ୍ତିଗତ ସେନା ସକ୍ରିୟ ହୋଇଯାଏ । ବାବା ଆଶ୍ରମରେ ରହିଲେ ମଧ୍ୟ ଏହି ସେନା ଗୁଡ଼ିକୁ ସୁରକ୍ଷା ଅନୁଯାୟୀ ନିଜର କାମ କରିବାକୁ ହୋଇଥାଏ। ବାବା ଯେବେ ସାର୍ବଜନିକ ଦର୍ଶନରେ ଥାଆନ୍ତି ତ ତାଙ୍କୁ ଚାରିପଟୁ ମହିଳାଙ୍କର ଏକ ସେନା ଘେରି ରହିଥାଏ। ଗୋପିକା ୟୁନିଟ୍ ନାମକ ଏହି ସେନାର ଏକ ମହତ୍ତ୍ୱପୂର୍ଣ୍ଣ କାମ , ଦର୍ଶନ ପାଇଁ ଆସିଥିବା ଲୋକେ କୌଣିସି ପ୍ରକାରରେ ବାବାଙ୍କ ଫଟୋ କି ଭିଡ଼ିଓ ସୁଟ୍‌ କି ପାରିବେ ନାହିଁ । ଗୋପିକା ୟୁନିଟ୍‌ର ମହିଳମାନେ କେନ୍ଦ୍ରୀୟ ସୁରକ୍ଷାବାହିନୀର ବର୍ଦି ଭଳି ଡ୍ରେସ୍‌ରେ ରହିଥାନ୍ତି।

ବାବାଙ୍କ ସତସଙ୍ଗ ଭଳି କାର୍ଯ୍ୟକ୍ରମ ଯେବେ ହୋଇଥାଏ , ତ ବାବାଙ୍କ ନାରାୟଣୀ ସେନା , ହରିବାହକ ସେନା ଓ ଗରୁଡ ଯୋଦ୍ଧା ସେନା ସକ୍ରିୟ ହୋଇଯାଏ। ନାରାୟଣୀ ସେନାର ଏକ ଭାଗରେ ୫୦ଜଣ ସୁରକ୍ଷା ଗାର୍ଡ ଥାନ୍ତି , ଯିଏକି ହାଲକା ଗୋଲାପୀ ରଙ୍ଗର ପୋଷାକ ବା ବର୍ଦିରେ ଥାନ୍ତି। ନାରାୟଣୀ ସେନାର ଅନେକ ଭାଗ ଅଛି , ଯାହାକି ଆଶ୍ରମରୁ ନେଇ ସତସଙ୍ଗ ଭଳି କାର୍ଯ୍ୟକ୍ରମର ବ୍ୟବସ୍ଥା ଓ ସୁରକ୍ଷାର ଦାୟିତ୍ୱ ନିର୍ବାହ କରିଥାନ୍ତି। ଏହି ସେନା ପାଥରେ ଆୟୋଜନର ରାସ୍ତା ଠାରୁ ନେଇ ଭିଡ଼ ଯାଏ ବ୍ୟବସ୍ଥାକୁ ବୁଝିବା କାମ ଥାଏ। ଦ୍ୱିତୀୟ ସେନା ହରିବାହକ ସେନା ଯାହାର ଗୋଟିଏ ଭାଗରେ ୨୫ ଜଣ ଲୋକ ଥାନ୍ତି। ଏହା ବାବାଙ୍କ ଯିବା ଆସିବା ରାସ୍ତାରେ ସୁରକ୍ଷାର ତଦାରଖ କରିଥାନ୍ତି। 

ଗରୁଡ ଯୋଦ୍ଧା ସେନାରେ ୨୦ ଜଣ ଲୋକ ହୋଇଥାନ୍ତି , ଯିଏ ଭୋଲେ ବାବାଙ୍କ କାଫିଲେରେ ଚାଲନ୍ତି। ଭାରତୀୟ ସୁରକ୍ଷା ବାହିନୀର ବ୍ଲାକ୍‌ କ୍ୟାଟ୍‌ କମାଣ୍ଡୋ ଭଳି ପୋଷାକ ପିନ୍ଧି ଥିବା ଗରୁଡ ଯୋଦ୍ଧା ଟିମ୍‌ର ସୁରକ୍ଷା ଗାର୍ଡ ବାବାଙ୍କ ପ୍ରକୃତ ବଡ଼ିଗାର୍ଡ , ଯିଏ ଆଶ୍ରମ ଠାରୁ ନେଇ କାର୍ଯ୍ୟକ୍ରମ ଯାଏ ବାବାଙ୍କୁ ସୁରକ୍ଷା ଯୋଗାଇଥାନ୍ତି।

ପୁଲିସକୁ ଯାଞ୍ଚରେ ସୁରାକ୍‌ ମିଳିଛି କି , ବାବାଙ୍କର ସେନା ଗୁଡ଼ିକୁ ଟ୍ରେନିଂ ଦେବାରେ ୟୁପି ପୁଲିସର ସେବାରେ ଥିବା ଓ ଅବସର ପ୍ରାପ୍ତ ପୁଲିସ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି । ଯେଉଁ ପୁଲିସ କର୍ମଚାରୀ ଚାକିରିରେ ଅଛନ୍ତି , ସେମାନେ ଛୁଟି ନେଇ ବାବାଙ୍କ ସେନାକୁ ଟ୍ରେନିଂ ଦେଇଥାନ୍ତି ଏବଂ ସତସଙ୍ଗ ଭଳି ବଡ଼ କାର୍ଯ୍ୟକ୍ରମରେ ବ୍ୟବସ୍ଥାକୁ ବୁଝିବାରେ ସେବା ଦେଇଥାନ୍ତି । ପୁଲିସ ତାଙ୍କର ବି ଯାଞ୍ଚ କରୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.