ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

୧୭ ଦିନରେ ଭୁଶୁଡ଼ିଲା ୧୨ ବ୍ରିଜ୍‌, ୧୬ ଜଣ ଇଞ୍ଜିନିୟରଙ୍କୁ ନିଲମ୍ବିତ କଲେ ସରକାର

ପାଟନା: ବିହାରରେ ଗତ ୧୭ ଦିନରେ ୧୨ଟି ବ୍ରିଜ୍‌ ଭୁଶୁଡ଼ିପଡ଼ିଛି । ଏହା ପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିବା ସହ  ୧୬ ଜଣ ଇଞ୍ଜିନିୟରଙ୍କୁ ନିଲମ୍ବିତ କରିଛନ୍ତି । ଏହା ସହ ନୂଆ ବ୍ରିଜ୍‌ ନିର୍ମାଣ ଲାଗି ନୀତୀଶ କୁମାରଙ୍କ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସବୁଠୁ ବଡ଼ କଥା ହେଉଛି, ବ୍ରିଜ୍‌ ଭୁଣୁଡ଼ିବା ପାଇଁ ଯେଉଁ ଠିକାରଦାରମାନେ ଦାୟୀ ସେମାନଙ୍କ ପାଖରୁ ଟଙ୍କା ଆଦାୟ କରାଯାଇ ନୂଆ ବ୍ରିଜ୍‌ ନିର୍ମାଣ ହେବ । ପୋଲ ଭୁଶୁଡ଼ିବା ପାଇଁ ଠିକାଦାରମାନଙ୍କ ଅବହେଳାକୁ ଦାୟୀ କରିଛି ଫ୍ଲାଇଂ ସ୍କ୍ବାଡ୍‌  । ଏନେଇ ଏକ ରିପୋର୍ଟ ମଧ୍ୟ ସରକାରଙ୍କ ହସ୍ତଗତ ହୋଇଛି । 

ଠିକାଦାରମାନେ ପୋଲଗୁଡ଼ିକର ସଠିକ ରକ୍ଷଣାବେକ୍ଷଣ କରିନଥିବାରୁ ରାଜ୍ୟରେ ଏଭଳି ସ୍ଥିତି ଉପୁଜିଛି ବୋଲି ଜଳ ସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ  ଚୈତନ୍ୟ ପ୍ରସାଦ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପ୍ରସାଦ କହିଛନ୍ତି ଯେ, ‘ଉଭୟ ଇଞ୍ଜିନିୟର ଏବଂ ଠିକାଦାର ପୋଲ ଭୁଶୁଡ଼ିବା ପାଇଁ ଦାୟୀ ।’ 

ଗୁରୁବାର ବିହାରର ସାରନ ଜିଲ୍ଳାରେ ପୋଲ ଭୁଶୁଡ଼ିବା ପରେ ୧୭ ଦିନରେ ଏହି ସଂଖ୍ୟା ୧୨ରେ ପହଞ୍ଚିଯାଇଛି । ଜଳ ସଂପଦ ବିଭାଗର ସଚିବ ଦୀପକ ସିଂହ କହିଛନ୍ତି ଯେ, ଅରରିଆରେ ବଖ୍ରା ନଦୀ ଉପରେ ବ୍ରିଜ୍‌ ଭୁଶୁଡ଼ିଥିବା ନେଇ ଜୁନ୍‌ ୧୮ରେ ଖବର ମିଳିଥିଲା । ଏହା ପରେ ଉଭୟ ରାଜ୍ୟ ଏବଂ କେନ୍ଦ୍ରୀୟ ଟିମ୍‌ ତଦନ୍ତ କରୁଛନ୍ତି । କାର୍ଯ୍ୟାନୁଷ୍ଠାନ ସୁରୂପ ୬ ଜଣ ଇଞ୍ଜିନିୟରଙ୍କୁ ନିଲମ୍ବିତ କରାଯାଇଛି । ସେହିଭଳି ତଦନ୍ତ ନସରିବା ଯାଏଁ ଠିକାଦାରଙ୍କୁ ବାକି ଟଙ୍କା ଦିଆଯିବ ନାହିଁ । ତଦନ୍ତ ଟିମ୍‌ ଦ୍ବାରା ଅନ୍ତିମ ରିପୋର୍ଟ ଦାଖଲ ହେବା ପରେ ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’ 

ଏହା ସହ ଜଳ ସଂପଦ ବିଭାଗ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗରେ ରହିଛି ବୋଲି ଦୀପକ ସିଂହ କହିଛନ୍ତି । ସେପଟେ ପୋଲ ଭୁଶୁଡ଼ିବାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଏଥିପାଇଁ ନୀତୀଶ କୁମାର ସରକାରଙ୍କୁ ବିରୋଧୀ ଦାୟୀ କରିଥିବା ବେଳେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଅବହେଳା ନେଇ ମଧ୍ୟ ଅଭିଯୋଗ ହୋଇଛି । ତେଜସ୍ବୀ ପୂର୍ତ୍ତ ବିଭାଗର ମନ୍ତ୍ରୀ ଥିବା ବେଳେ ପୋଲଗୁଡ଼ିକର ସଠିକ୍‌ ମେଣ୍ଟେନାନ୍ସ ହୋଇନଥିବା ମନ୍ତ୍ରୀ ଅଶୋକ କୁମାର ଚୌଧୁରୀ ଅଭିଯୋଗ କରିଛନ୍ତି ।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.