ପ୍ରମୂଖ ଖବର
  • ବାଲେଶ୍ବର : OSSC ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଖଣ୍ଡନ କଲେ କର୍ତ୍ତୃପକ୍ଷ
  • ||
  • ଧର୍ମଗଡ଼ : କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
  • ||
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା, ସନ୍ଦେଶଖାଲି ମାମଲାରେ ହେବ ସିବିଆଇ ତଦନ୍ତ

ନୂଆଦିଲ୍ଲୀ: ସନ୍ଦେଶଖାଲି ମାମଲାରେ ମମତା ସରକାରଙ୍କୁ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ । ସିବିଆଇ ତଦନ୍ତ ବିରୋଧରେ ରାଜ୍ୟ ସରକାରଙ୍କ ଆବେଦନ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଶୁଣାଣି ସମୟରେ ଆବେଦନ ଉପରେ ଆପତ୍ତି ଉଠାଇବା ସହ ଏହି ମାମଲାରେ ରାଜ୍ୟ ସରକାରଙ୍କ ଏତେ ଉତ୍କଣ୍ଠା କାହିଁକି ? ମାମଲାରେ ରାଜ୍ୟ ସରକାର କାହାକୁ ରକ୍ଷା କରିବାକୁ ଚାହୁଁଛନ୍ତି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ।

ଏହା ପୂର୍ବରୁ ଏପ୍ରିଲ ୨୯ରେ ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହୋଇଥିଲା । କୋଲକାତା ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇବକୁ ସୁପ୍ରିମକୋର୍ଟ ମନା କରିଥିଲେ । କୌଣସି ବ୍ୟକ୍ତିଙ୍କ ହିତ ପାଇଁ ରାଜ୍ୟ ସରକାର କିଭଳି ସୁପ୍ରିମକୋର୍ଟଙ୍କ ପାଖକୁ ଆସୁଛନ୍ତି ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଥିଲେ । ଏହା ପରେ ଗ୍ରୀଷ୍ମ ଛୁଟି ପରେ ମାମଲାର ଶୁଣାଣି କରାଯିବ ବୋଲି ଶୀର୍ଷ କୋର୍ଟ କହିଥିଲେ । 

ସନ୍ଦେଶଖାଲିରେ ଜମି ହଡ଼ପ ଏବଂ ଯୌନ ଉତ୍ପୀଡନ ମାମଲାରେ ସିବିଆଇ ତଦନ୍ତ ବିରୋଧରେ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । କୋଲକାତା ହାଇକୋର୍ଟ ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ, ରାସନ ଦୁର୍ନୀତି ମାମଲାରେ ଇଡି ଟିମ୍‌ ସନ୍ଦେଶଖାଲି ଯାଇଥିଲା । ସେଠାରେ ଶତାଧିକ ଲୋକେ ଟିମ୍‌ ଉପରେ ଆକ୍ରମଣ କରିଥିଲେ । ଏହାର ୫୫ ଦିନ ପରେ ମାମଲାର ଅଭିଯୁକ୍ତ ଶାହାଜାହାଁକୁ ଗିରଫ କରାଯାଇଥିଲା । ଶାହାଜାହାଁ ଶେଖ ବିରୋଧରେ ହତ୍ୟା, ମହିଳାଙ୍କୁ ଯୌନ ଉତ୍ପୀଡନ, ଜମି ହଡ଼ପ ଏବଂ ଇଡି ଟିମ୍ ଉପରେ ଆକ୍ରମଣ ଭଳି ସଂଙ୍ଗୀନ ଅଭିଯୋଗ ରହିଛି । 

 

  • Supreme Court
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.