ପ୍ରମୂଖ ଖବର
  • ଇସ୍କନ ରଥ ପାଇଁ ଟ୍ରାଫିକ୍‌ କଟକଣା, ସିଆର୍‌ପିରୁ ବରମୁଣ୍ଡା ସର୍ଭିସ ରୋଡରେ ଭାରୀଯାନ ମନା
  • ||
  • ସୁରଟରେ ଭୁଶୁଡ଼ିଲା ୫ ମହଲା କୋଠା, ୭ ମୃତ
  • ||
  • ଓଡ଼ିଆ ପୁଅକୁ ବୀରତା ସମ୍ମାନ, ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ଘୋଷଯାତ୍ରାରେ ମହାପ୍ରଭଙ୍କୁ ଦର୍ଶନ କରିବେ ମହାମହିମ, ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି
  • ||
  • ପଦ୍ମକେଶରପୁର ପୁଣି ଅଶାନ୍ତ, ଘନଘନ ବୋମାମାଡ଼, ବର୍ଷିଲା ପଥର, ୧୫ ଆହତ, ପୁଲିସ୍‌ ଆତଙ୍କିତ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ରଥଯାତ୍ରାରେ ଭିଜିବ ପୁରୀ
  • ||

୧୭ ଦିନରେ ଭୁଶୁଡ଼ିଲାଣି ୧୨ ବ୍ରିଜ୍‌, ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର

ପାଟନା: ବିହାରରେ ବ୍ରିଜ୍‌ ଭୁଶୁଡ଼ିବା ମାମଲା ନୂଆ କଥା ନୁହେଁ । ବିହାରରେ ଏବେ ପ୍ରତିଦିନ ବ୍ରିଜ ବା ପୋଲ ଭୁଶୁଡ଼ିଥିବା ନେଇ ଖବର ସାମ୍ନାକୁ ଆସୁଛି । ଗତ ୧୭ ଦିନ ଭିତରେ ପ୍ରାୟ ୧୨ଟି ବ୍ରିଜ୍‌ ମାଟିରେ ମିଶିଛି । ଏହାରି ମଧ୍ୟରେ ଆଜି (ଗୁରୁବାର) ମଧ୍ୟ ସାରନ ଜିଲ୍ଲାରେ ଆଉ ଏକ ବ୍ରିଜ୍‌ ଭୁଶୁଡ଼ିପଡ଼ିଛି । ଜିଲ୍ଲାରେ ଦୁଇ ଦିନ ଭିତରେ ୩ଟି ପୋଲ ଭୁଶୁଡ଼ି ପଡ଼ିଥିବା ନେଇ ଜିଲ୍ଲାପାଳ ଅମନ ସମୀର କହିଛନ୍ତି ।  ଗଣ୍ଡକି ନଦୀ ଉପରେ ୧୫ ବର୍ଷ ତଳେ ନିର୍ମାଣ ହୋଇଥିବା ପୋଲଟି ଭୁଶୁଡ଼ି ପଡ଼ିଥିବା ବେଳେ ଏଥିରେ କେହି ମୃତାହତ ହୋଇନାହାନ୍ତି । ପୋଲଟି ସାରନ ଏବଂ ସିଓ୍ବାନକୁ ଯୋଡ଼ୁଥିଲା ।  ପୋଲ ଭୁଶୁଡ଼ିବା ମାମଲାରେ ଜିଲ୍ଲା ପ୍ରଶାସନ ତଦନ୍ତ ଆରମ୍ଭ କରିଥିବା ବେଳେ ଆଖପାଖରେ ହେଉଥିବା ନିର୍ମାଣ କାର୍ଯ୍ୟକୁ ଏଥିପାଇଁ ଦାୟୀ କରାଯାଉଛି । 

ସାରନର ୩ଟି ବ୍ରିଜ୍‌ ମଧ୍ୟରୁ ୨ଟି ଗଣ୍ଡକି ନଦୀ ଉପରେ ନିର୍ମାଣ ହୋଇଥିଲା । ୨ଟି ପୋଲର ଦୂରତା ଖୁବ କମ୍‌ । ଦୋଧନାଥ ମନ୍ଦିର ପାଖରେ ନିର୍ମିତ ପୋଲଟି ୨୦୦୪ରେ ନିର୍ମାଣ ହୋଇଥିବା ବେଳେ ଅନ୍ୟଟି ବ୍ରିଟିଶ ଅମଳରେ ତିଆରି ହୋଇଥିଲା । ଆଜି ଭୁଶୁଡ଼ି ପଡ଼ିଥିବା ବ୍ରିଜ୍‌ଟି ୧୫ ବର୍ଷ ତଳେ ନିର୍ମାଣ ହୋଇଥିଲା । ରାଜ୍ୟର ପୁରୁଣା ପୋଲଗୁଡ଼ିକର ସର୍ଭେ କରି ମରାମତି କରିବା ଉପରେ ଗୁରୁତ୍ବ ଦେବାକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିର୍ଦ୍ଦେଶ ଦେବାର ଗୋଟିଏ ଦିନ ପରେ ଆଜି ଏହି ପୋଲଟି ଭୁଶୁଡ଼ି ପଡ଼ିଛି । ମୁଖ୍ୟମନ୍ତ୍ରୀ ପରୁଣା ବ୍ରିଜ୍‌ଗୁଡ଼ିକର ମରାମତି କରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ରାଜ୍ୟର ସିଓ୍ବାନ, ଛାପରା, ମଧୁବନି, ଅରରିଆ, ଇଷ୍ଟ ଚମ୍ପାରନ୍‌ ଏବଂ କିଶନଗଞ୍ଜରେ ମଧ୍ୟ ପୋଲ ଭୁଶୁଡ଼ିଛି । 

ରାଜ୍ୟରେ ଏଭଳି ସ୍ଥିତିକୁ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି ଆଇନଜୀବୀ ବ୍ରଜେଶ ସିଂହ । ରାଜ୍ୟର ସବୁ ବ୍ରିଜ୍‌ର ସ୍ଥିତିକୁ ସମୀକ୍ଷା କରିବା ଲାଗି ସରକାର ନିର୍ଦ୍ଦେଶ ଦିଅନ୍ତୁ ।  ଏହା ସହ ବିଶେଷଜ୍ଞଙ୍କୁ ନେଇ ଏକ କମିଟି ଗଠନ କରି କମଜୋର ଥିବା ପୋଲଗୁଡ଼ିକର ଚିହ୍ନଟ କରାଯାଉ ବୋଲି ସେ ସୁପ୍ରିମକୋର୍ଟରେ ଦାବି କରିଛନ୍ତି ।  ବିହାରରେ ୬୮,୮୦୦ ବର୍ଗ କିଲୋମିଟର ବନ୍ୟା ପ୍ଳାବିତ  ଅଞ୍ଚଳ ରହିଛି । ଏଭଳି ସ୍ଥିତିରେ ପୋଲ ଭୁଶୁଡ଼ିବା ଦ୍ବାରା ଲୋକମାନଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି । ତେଣୁ ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ନିହାତି ଦରକାର ବୋଲି ଆବେଦକ ପିଆଇଏଲରେ ଦର୍ଶାଇଛନ୍ତି । 

 

  • Nitish kumar
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.