ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ବୟଫ୍ରେଣ୍ଡ୍‌ଙ୍କୁ ଅଟକାଇବାକୁ ଗର୍ଲଫ୍ରେଣ୍ଡଙ୍କ ନିଆରା କାଣ୍ଡ, ବିମାନବନ୍ଦରକୁ ଫୋନ୍‌ କରି କହିଲେ-‘ତାଙ୍କ ବ୍ୟାଗରେ ବୋମା ଅଛି’

ବେଙ୍ଗାଲୁରୁ ୦୭/୫୧: ବୟଫ୍ରେଣ୍ଡ୍‌ଙ୍କୁ ଅଟକାଇବା ପାଇଁ ବିମାନବନ୍ଦରକୁ ମିଛ ଫୋନ୍‌ କରି ଫସିଛନ୍ତି ଗର୍ଲଫ୍ରେଣ୍ଡ୍‌ । ୨୯ ବର୍ଷୀୟା ମହିଳା ଜଣକ ବେଙ୍ଗାଲୁରୁର କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦର ହେଲ୍‌ପଲାଇନ୍‌କୁ ଫୋନ୍‌ କରି କହିଲେ, ବିମାନବନ୍ଦରରୁ ମୁମ୍ବାଇ ଯାଉଥିବା ତାଙ୍କ ବୟଫ୍ରେଣ୍ଡ୍‌ଙ୍କ ବ୍ୟାଗ୍‌ରେ ବୋମା ଅଛି ତାଙ୍କୁ ଅଟକାନ୍ତୁ । ଘଟଣାଟି ଗତ ଜୁନ୍‌ ୨୬ ତାରିଖରେ ଘଟିଥିଲା । କିନ୍ତୁ ଗତ ବୁଧବାର ପୁଲିସ ମହିଳାଙ୍କ ବିରୋଧରେ ଧାରା ୫୦୫(୧) (ବି) ଅନ୍ତର୍ଗତ ଏକ ମାମଲା ରୁଜୁ କରିଛି । ଅଭିଯୁକ୍ତ ଇନ୍ଦ୍ରା ରାଜୱାର ପୁନେ ବାସିନ୍ଦା ହୋଇଥିବାବେଳେ ସେ ବେଙ୍ଗାଲୁରୁରେ କାମ କରନ୍ତି । 

ପୁଲିସ ରିପୋର୍ଟ ଅନୁସାରେ, ଇନ୍ଦ୍ରା ରାଜୱାର ଏୟାରପୋର୍ଟ ହେଲ୍‌ପଲାଇନ୍‌ ନମ୍ବରକୁ ଫୋନ୍‌ କରି କହିଲେ, ବେଙ୍ଗାଲୁରୁରୁ ମୁମ୍ବାଇ ଯାଉଥିବା ମିର ରଜା ମେହଦି ନାମକ ଯାତ୍ରୀ ନିଜ ବ୍ୟାଗ୍‌ରେ ବୋମା ରଖିଛନ୍ତି । ଯାତ୍ରୀ ଜଣକ ତାଙ୍କର ବୟଫ୍ରେଣ୍ଡ୍‌ ବୋଲି ସେ ଦାବି କଲେ । ଏହା ପରେ ମେହଦିଙ୍କୁ ବିମାନବନ୍ଦରରେ ଅଟକାଇ ବିସ୍ଫୋରକ ଖୋଜାଗଲା । ତାଙ୍କ ପାଖରୁ ବୋମା ନ ମିଳିବାରୁ ଫୋନ୍‌ କଲ୍‌ର ସତ୍ୟତା ନ ଥିବା ଘୋଷଣା କରାଗଲା । ସେ ଦିନ ରାଜୱାରଙ୍କୁ ମଧ୍ୟ ବିମାନବନ୍ଦରରେ ଠାବ କରାଗଲା । ଉଭୟ ଭିନ୍ନ ଭିନ୍ନ ବିମାନରେ ମୁମ୍ବାଇକୁ ଟିକେଟ୍‌ କରିଥିଲେ । ଉଭୟ ସନ୍ଧ୍ୟାରେ ବିମାନବନ୍ଦରକୁ ଆସିଥିଲେ । ରାଜୱାର ହେଲ୍‌ପଲାଇନ୍‌କୁ ମିଛ ଫୋନ୍‌ କଲ୍‌ କରିବା ପୂର୍ବରୁ ଦୁହେଁ ପ୍ରସ୍ଥାନ ଲାଉଞ୍ଜରେ ବସି କଥା ହେଉଥିଲେ । ଏହି କାଣ୍ଡ ପରେ ରାଜୱାରଙ୍କୁ କିଆ ପୁଲିସ ଗିରଫ କଲା । ପୁଲିସ ଅନୁସାରେ, ରାଜୱାର ଓ ମେହଦିଙ୍କ ମଧ୍ୟରେ କିଛି ମତଭେଦ ଥିଲା । ମେହଦି ମୁମ୍ବାଇକୁ ବିମାନ ଯାତ୍ରା କରୁଥିଲେ, କିନ୍ତୁ ରାଜୱର ତାଙ୍କୁ ଅଟକାଇବାକୁ ଚାହୁଁଥିଲେ ।

 

 

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.