ପ୍ରମୂଖ ଖବର
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ମାଳଦ୍ୱୀପର ରାଷ୍ଟ୍ରପତିଙ୍କ ଭାରତ ଗସ୍ତ , ୬-୧୦ ଅକ୍ଟୋବର ଯାଏ ଭାରତରେ ରହିବେ ମୁଇଜ୍ଜୁ

ନୂଆଦିଲ୍ଲୀ : ଭାରତ ଗସ୍ତରେ ଆସୁଛନ୍ତି ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ ଆଲୋଚନା କରିବାକୁ ୬ରୁ୧୦ ଅକ୍ଟୋବର ଯାଏ ଭାରତ ଯାତ୍ରାରେ ଆସିବେ ମୁଇଜ୍ଜୁ। ବିଦେଶ ମନ୍ତ୍ରଣାଳୟ ଶୁକ୍ରବାର ଏହି ସୂଚନା ଦେବା ସହ କହିଛି , ଏହି ଯାତ୍ରାରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷୀୟ ସହଯୋଗ ଓ ସମ୍ୱନ୍ଧ ମଜବୁତ ହେବାର ଆଶା ରହିଛି। ଏହା ପୂର୍ବରୁ ମୁଇଜ୍ଜୁ ଜୁନ୍‌ ୨୦୨୪ରେ ପ୍ରଧାମନ୍ତ୍ରୀ ଓ ମନ୍ତ୍ରିପରିଷଦର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ଭାରତ ଆସି ଥିଲେ। 

ନିଜର ଭାରତ ଯାତ୍ରା ବେଳେ ମୁଇଜ୍ଜୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସାକ୍ଷାତ କରିବେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପାରସ୍ପରିକ ହିତର ଦ୍ୱିପାକ୍ଷୀୟ , କ୍ଷେତ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ମାମଲା ଉପରେ ଆଲୋଚନା କରିବେ। ଏହା ବ୍ୟତୀତ ରାଷ୍ଟ୍ରପତି ମୁଇଜ୍ଜୁ ମୁମ୍ୱାଇ ଓ ବେଙ୍ଗାଲୁରୁ ମଧ୍ୟ ଯିବେ, ଯେଉଁଠି ସେ ବ୍ୟବସାୟିକ କାର୍ଯ୍ୟକ୍ରରେ ଭାଗ ନେବେ।

କହି ରଖୁଛୁକି ,ମାଳଦ୍ୱୀପ ଭାରତ ମହାସାଗର କ୍ଷେତ୍ର(ଆଇଓଆର)ରେ ଭାରତର ପ୍ରମୁଖ ସାମୁଦ୍ରିକ ପଡୋଶୀ ଏବଂ ପ୍ରଧାନମନ୍ତ୍ରୀଙ୍କ ‘SAGAR’ ( କ୍ଷେତ୍ରରେ ସମସ୍ତଙ୍କ ପାଇଁ ସୁରକ୍ଷା ଓ ବିକାଶ)ର ଦୃଷ୍ଟିକୋଣ ଓ ଭାରତର ‘Neighbourhood First ‘ ନୀତିରେ ଏକ ସ୍ୱତନ୍ତ୍ର ସ୍ଥାନ ରଖିଥାଏ।  

ବିଦେଶ ମନ୍ତ୍ରୀଙ୍କ ସଦ୍ୟ ମାଳଦ୍ୱୀପ ଯାତ୍ରା ପରେ ରାଷ୍ଟ୍ରପତି ମୁଇଜ୍ଜଙ୍କ ଭାରତ ଯାତ୍ରା, ଏହି କଥାର ପ୍ରମାଣ କି ଭାରତ ମାଳଦ୍ୱୀପ ସହ ନିଜର ସମ୍ୱନ୍ଧକୁ କେତେ ମହତ୍ତ୍ୱ ଦେଇଥାଏ ତଥା ଏଥିରେ ଦୁଇ ଦେଶ ମଧ୍ୟରେ ସହଯୋଗ ଓ ସମ୍ୱନ୍ଧ ଆହୁରି ମଜବୁତ ହେବାର ଆଶା ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.