ପ୍ରମୂଖ ଖବର
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

କେବଳ ଏଥିପାଇଁ ସାମ୍ବାଦିକଙ୍କ ବିରୋଧରେ କରିପାରିବେନି ମାମଲା…ଯୋଗୀ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମକୋର୍ଟ ସାମ୍ବାଦିକ ଅଭିଷେକ ଉପାଧ୍ୟାୟଙ୍କୁ ଅନ୍ତରୀଣ ଆଶ୍ବସ୍ତି ଦେଇଛନ୍ତି । ସେ ଉତ୍ତରପ୍ରଦେଶରେ ନିଯୁକ୍ତିରେ ଜାତିଗତ ଗତିଶୀଳତା ଉପରେ ଏକ୍ସରେ ଏକ ପୋଷ୍ଟ ଲେଖିଥିଲେ । ଏହାକୁ ନେଇ ତାଙ୍କ ବିରୋଧରେ ରାଜ୍ୟ ସରକାର ଅପରାଧିକ ମାମଲା ରୁଜୁ କରିଥିଲେ । ଏହି ମାମଲାକୁ ରଦ୍ଦ କରିବା ଲାଗି ସାମ୍ବାଦିକ ଅଭିଷେକ ଉପାଧ୍ୟାୟ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହି ଆବେଦନ ଉପରେ ଶୁଣାଣି କରି ଜଷ୍ଟିସ ହୃଷିକେଶ ରାୟ ଏବଂ ଜଷ୍ଟିସ ଏସବିଏନ୍‌ ଭଟ୍ଟିଙ୍କ ଖଣ୍ଡପୀଠ ସାମ୍ବାଦିକଙ୍କୁ ଅନ୍ତରୀଣ ଆଶ୍ବସ୍ତି ଦେବା ସହ ଏହି ମାମଲାରେ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଜବାବ ମାଗିଛନ୍ତି । 

ଶୁଣାଣି ସମୟରେ ସୁପ୍ରିମକୋର୍ଟ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୯ (୧) (ଏ) ଅନ୍ତର୍ଗତ ସାମ୍ବାଦିକଙ୍କ ବାକ୍‌ ସ୍ବାଧୀନତା ସଂପର୍କରେ ଟିପ୍ପଣୀ କରିଛନ୍ତି । ଗୋଟିଏ ପୋଷ୍ଟ ସରକାରଙ୍କ ବିରୋଧରେ ସମାଲୋଚନା ବୋଲି ବିଚାର କରି ଜଣେ ସାମ୍ବାଦିକଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଖଣ୍ଡପୀଠ ଆହୁରି କହିଛନ୍ତି, ଗଣତାନ୍ତ୍ରିକ ରାଷ୍ଟ୍ରରେ ଜଣେ ବ୍ୟକ୍ତିଙ୍କ ବିଚାର ବ୍ୟକ୍ତ କରିବାର ସ୍ବାଧୀନତାକୁ ସମ୍ମାନ ଦେବା ଦରକାର । 

ସାମ୍ବାଦିକଙ୍କ ଏହି ଅଧୀକାର ସମ୍ବିଧାନର ଅନୁଚ୍ଛେଦ  ୧୯ (୧) (ଏ)ରେ ସଂରକ୍ଷିତ ହୋଇ ରହିଛି । କେବଳ ସାମ୍ବାଦିକଙ୍କ ଲେଖାକୁ ସରକାରଙ୍କ ବିରୋଧରେ ସମାଲୋଚନା ଭାବେ ବିଚାର କରାଯାଇ ତାଙ୍କ ବିରୋଧରେ ଅପରାଧିକ ମାମଲା ହୋଇପାରିବ ନାହିଁ ।  ଏହା ସହ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କେବଳ ଏହି ମାମଲା ନୁହେଁ ଭବିଷ୍ୟତରେ ଅଭିଷେକ ଉପାଧ୍ୟାୟଙ୍କ ବିରୋଧରେ ଏଭଳି ଅନ୍ୟ ମାମଲା ଉପରେ ମଧ୍ୟ କୋର୍ଟଙ୍କ ଏହି ସୁରକ୍ଷା ଲାଗୁ ରହିବ । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ସାମ୍ବାଦିକ ଅଭିଷେକ ଉପାଧ୍ୟାୟ ଏକ୍ସରେ ଲେଖିଛନ୍ତି, ‘ଏହା ସୁପ୍ରିମ ନ୍ୟାୟ’ । 

  • Supreme Court
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.