ପ୍ରମୂଖ ଖବର
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

୧୨୫୭ ରେଡିଓ ସଂଗ୍ରହ କରି ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୦୪ /୧୦: ସ୍ପୋଟିଫାଏ, ୟୁଟ୍ୟୁବ୍‌ ଓ ଅନ୍ୟ ଡିଜିଟାଲ ସଙ୍ଗୀତ ଦୁନିଆରେ ରେଡିଓ ପୁରୁଣା ହୋଇଯାଇଛି । କିନ୍ତୁ ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାର ଗଜରୌଲା ବାସିନ୍ଦା ରାମ ସିଂହ ବୌଧଙ୍କ ପାଇଁ ନୁହେଁ । ରେଡିଓ ସଂଗ୍ରହ ଜରିଆରେ ସେ ଗିନିଜ୍‌ ବିଶ୍ୱ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି । ବୌଧଙ୍କ ପାଖରେ ୧୯୨୦ରୁ ୨୦୧୦ ମସିହା ପର୍ଯ୍ୟନ୍ତର ବିଭିନ୍ନ ମଡେଲର ରେଡିଓ ରହିଛି । ଦେଶର ବିଭିନ୍ନ ବଜାରରୁ ସେ ଏହି ରେଡିଓ କିଣିଛନ୍ତି । ତାଙ୍କ ପାଖରେ ୧୪୦୦ ରେଡିଓ ରହିଛି । କିନ୍ତୁ ଗିନିଜ୍‌ ମାର୍ଗଦର୍ଶିକା ଅନୁସାରେ, ସମସ୍ତ ରେଡିଓ ଅନନ୍ୟ ହେବା ଉଚିତ୍‌ । ତେଣୁ ୧୪୦୦ ରେଡିଓ ମଧ୍ୟରୁ ଏକାଭଳି ରେଡିଓକୁ ହଟାଇବା ପରେ ବୌଧଙ୍କ ସଂଗ୍ରହରେ ମୋଟ ୧,୨୫୭ ରେଡିଓ ରହିଲା । ଏହା ଜରିଆରେ ସେ ଗିନିଜ୍‌ ବିଶ୍ୱ ରେକର୍ଡସ୍‌ରେ ସ୍ଥାନ ପାଇଲେ । ଏଥିସହିତ ୬୨୫ ରେଡିଓ ସଂଗ୍ରହ କରି ପୂର୍ବରୁ ରେକର୍ଡ କରିଥିବା ଏମ୍‌ ପ୍ରକାଶଙ୍କ ରେକର୍ଡ ସେ ଭାଙ୍ଗିଛନ୍ତି ।

ଘରେ ରେଡିଓ ସଂଗ୍ରହାଳୟ କରିବାର ଉଦ୍ଦେଶ୍ୟ ବିଷୟରେ ବୌଧ କହିଛନ୍ତି, ସମାଜ ଉପରେ ରେଡିଓର ପ୍ରଭାବ ସମ୍ପର୍କରେ ସେ ଉତ୍ତର ପିଢ଼ିଙ୍କୁ ସଚେତନ କରିବାକୁ ଚାହୁଁଛନ୍ତି । ୧୦ ବର୍ଷ ତଳେ, ୨୦୧୪ ମସିହା, ଅକ୍ଟୋବର ୩ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ଆରମ୍ଭ କରି ରେଡିଓ ଓ ଆକାଶବାଣିକୁ ନୂଆ ଜୀବନ ଦେଇଥିଲେ । ୨୦୨୩, ନଭେମ୍ବରରେ ମାସିକ ମନ୍‌ କି ବାତ୍‌ ରେଡିଓ କାର୍ଯ୍ୟକ୍ରମରେ ସେ ବୌଧଙ୍କ ଅନନ୍ୟ ପ୍ରୟାସକୁ ମାନ୍ୟତା ଦେଇଥିଲେ । କାର୍ଯ୍ୟକ୍ରମରେ ମୋଦି ବୌଧଙ୍କର ଚିଠିକୁ ଲୋକଲୋଚନକୁ ଆଣିଥିଲେ । ଚିଠିରେ ବୌଧ କହିଥିଲେ, ମନ୍‌ କି ବାତ୍‌ ପରେ ତାଙ୍କ ରେଡିଓ ସଂଗ୍ରହାଳୟକୁ ନେଇ ଲୋକଙ୍କ କୌତୁହଳ ବଢ଼ିଛି । ଚଳିତ ବର୍ଷ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ବୌଧଙ୍କୁ ଅତିଥି ରୂପେ ଆମନ୍ତ୍ରଣ କରାଯାଇଥିଲା । ୱେୟାରହାଉସ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆର ସୁପରଭାଇଜର ପୋଷ୍ଟ୍‌ରୁ ବୌଧ ଅବସର ନେଇଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.