ପ୍ରମୂଖ ଖବର
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ମୁଖ୍ୟମନ୍ତ୍ରୀ ବାସଭବନ ଖାଲି କଲେ ଅରବିନ୍ଦ କେଜ୍ରିଓ୍ବାଲ, ସାମ୍ନାକୁ ଆସିଲା ପରିବାର ସହ ଘର ଛାଡିବା ବେଳର ଦୃଶ୍ୟ...

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ବାସଭବନ ଖାଲି କଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ସୂଚନାଥାଉକି, କିଛି ଦିନ ପୂର୍ବରୁ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ଠାରୁ ଜାମିନ ପାଇବା ପରେ ତିହାର ଜେଲରୁ ବାହାରିଥିଲେ, ଆଉ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ AAP ନେତା ଆତିଶୀଙ୍କୁ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ବର୍ତ୍ତମାନ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଖାଲି କରିଛନ୍ତି।

ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ବାସଭବନ ଖାଲି କରୁଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । କେଜ୍ରିୱାଲ ତାଙ୍କ ପତ୍ନୀ ସୁନୀତା ଏବଂ ତାଙ୍କ ପିତାମାତାଙ୍କ ସହିତ ଚାଲିଯାଉଥିବା ନଜର ଆସିଛନ୍ତି । ସୁନୀତା କେଜ୍ରିୱାଲ ସିଏମ ବାସଭବନର ଫାଟକ ବନ୍ଦ କରିଦେଇଥିଲେ । ଏହା ପରେ ଅରବିନ୍ଦ ଏବଂ ସୁନୀତା ସିଏମ୍ ବାସଭବନର ସମସ୍ତ କର୍ମଚାରୀଙ୍କୁ ଅଭିବାଦନ ଜଣାଇ ସେଠାରୁ ଚାଲିଯାଇଛନ୍ତି।

ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉତ୍ତର ଦିଲ୍ଲୀର ସିଭିଲ୍ ଲାଇନ୍ସର ୬ ଫ୍ଲାଗଷ୍ଟାଫ୍ ରୋଡରେ ଅବସ୍ଥିତ। ଏଠାରେ ଅରବିନ୍ଦ କେଜ୍ରିୱାଲ ତାଙ୍କ ପତ୍ନୀ, ପିଲା ଏବଂ ବୃଦ୍ଧ ପିତାମାତାଙ୍କୁ ନେଇ ତାଙ୍କ ପରିବାର ସହିତ ରହୁଥିଲେ । ଏହି ବଙ୍ଗଳାରେ ନବୀକରଣ କାର୍ଯ୍ୟ ପାଇଁ ବିଜେପି କେଜ୍ରିୱାଲଙ୍କୁ କଡ଼ା ସମାଲୋଚନା କରିଥିଲା। ଏହାର ନବୀକରଣରେ ଅନିୟମିତତା ହେତୁ ଏହାକୁ ଶିଶ ମହଲ କୁହାଯାଉଥିଲା।

ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନ ତାଙ୍କ ପରିବାର ସହିତ ଲୁଟେନ୍ସ ଦିଲ୍ଲୀର ବଙ୍ଗଳା ନମ୍ବର ୫ କୁ ସ୍ଥାନାନ୍ତର ହୋଇଛନ୍ତି । ଏହି ବଙ୍ଗଳା ଆମ୍ ଆଦମୀ ପାର୍ଟିର ମୁଖ୍ୟାଳୟ ନିକଟରେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.