ପ୍ରମୂଖ ଖବର
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ବୈବାହିକ ଦୁଷ୍କର୍ମ ଅପରାଧ କି ନୁହେଁ? ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାର

Image source: NDTV

ନୂଆଦିଲ୍ଲୀ,୦୪/୧୦: ବୈବାହିକ ଦୁଷ୍କର୍ମ ବର୍ତ୍ତମାନ ସମାଜ ପାଇଁ ଏକ ବଡ଼ ପ୍ରସଙ୍ଗ ପାଲଟିଥିବା ବେଳେ ଉଦ୍‌ବେଗଜନକ କଥା ହେଉଛି ଏନେଇ କେହି ବି ଆଲୋଚନା କରିବାକୁ ପସନ୍ଦ କରୁନାହାନ୍ତି। ବିବାହ ପରେ ଯଦି ସ୍ବାମୀ ତାଙ୍କ ପତ୍ନୀଙ୍କ ବିନା ଅନୁମତିରେ ଶାରିରୀକ ସମ୍ପର୍କ ରଖନ୍ତୁ, ତେବେ ଏହାକୁ ବୈବାହିକ ଦୁଷ୍କର୍ମ ବୋଲି କୁହାଯାଏ। ବର୍ତ୍ତମାନ ସୁଦ୍ଧା ଭାରତରେ ଏହାକୁ ଅପରାଧ ଶ୍ରେଣୀରେ ସ୍ଥାନ ଦିଆଯାଇନାହିଁ। ଏନେଇ କୌଣସି ଆଇନ ପ୍ରସ୍ତୁତ ହୋଇନାହିଁ। ଅନେକ ସଂଗଠନ ଏବଂ ଆବେଦନକାରୀ ବୈବାହିକ ଦୁଷ୍କର୍ମକୁ ଅପରାଧ ଘୋଷଣା କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହାରି ଭିତରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟାପାଠ ଦାଖଲ କରି ବୈବାହିକ ଦୁଷ୍କର୍କକୁ ଅପରାଧ ଶ୍ରେଣୀଭୁକ୍ତ କରିବା ନେଇ ହୋଇଥିବା ଆବେଦନକୁ ବିରୋଧ କରିଛନ୍ତି। 

ବୈବାହିକ ଦୁଷ୍କର୍ମ ଆଇନ ନୁହେଁସାମାଜିକ ପ୍ରସଙ୍ଗ:

କେନ୍ଦ୍ର କହିଛି ଯେ, ବୈବାହିକ ଦୁଷ୍କର୍ମକୁ ଅପରାଧ ବୋଲି ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଏନେଇ ଅନେକ ଗୁଡ଼ିଏ ଦଣ୍ଡବିଧାନ ଭାରତୀୟ ଆଇନରେ ରହିଛି। ସରକାର ଯୁକ୍ତି ଦର୍ଶାଇଥିଲେ ଯେ, ବୈବାହିକ ଦୁଷ୍କର୍ମ ପ୍ରସଙ୍ଗ ଆଇନଗତ ନୁହେଁ ଏହା ଏକ ସାମାଜିକ ପ୍ରସଙ୍ଗ ଅଟେ। ତଥାପି, ଯଦି ଏହାକୁ ଅପରାଧ ଘୋଷଣା କରିବାର ଅଛି, ତେବେ ଏହି ମାମଲା ସୁପ୍ରିମକୋର୍ଟଙ୍କ ଅଧୀନରେ ଆସିବ ନାହିଁ।

ବୈବାହିକ ମହିଳାଙ୍କ ସହମତିର ସୁରକ୍ଷା ପାଇଁ ଅନେକ ଉପାୟ ରହିଛି:

କେନ୍ଦ୍ର କହିଛି- " ସଂସଦ ପୂର୍ବରୁ ବିବାହ ଭିତରେ ବିବାହିତା ମହିଳାଙ୍କ ସହମତିର ସୁରକ୍ଷା କରିବା ପାଇଁ ଅନେକ ପଦକ୍ଷେପ ନେଇଛି। ଏଥିରେ ଆଇପିସିର ଧାରା ୪୯୮(କ) ଆଧାରରେ ବୈବାହିକ ମହିଳାଙ୍କ ପ୍ରତି ନିର୍ଯାତନା, ମହିଳାଙ୍କ ଅସ୍ମିତାର ଉଲଂଘନ କରିବା ବିରୁଦ୍ଧରେ ଆଇନ ଏବଂ ଘରୋଇ ହିଂସାରୁ ରକ୍ଷା କରିବା ପାଇଁ ୨୦୦୫ର ଆଇନ ଅନ୍ତର୍ଭୁକ୍ତ ଅଟେ।

ଜଣେ ମହିଳାଙ୍କ ସମ୍ମାନକୁ କ୍ଷତି ପହଞ୍ଚାଇବା ପାଇଁ ଦଣ୍ଡବିଧାନ ବ୍ୟବସ୍ଥା:

ବିବାହ ପରେ ମଧ୍ୟ ମହିଳାଙ୍କ ସହମତିର ଗୁରୁତ୍ୱ ରହିଛି ବୋଲି କେନ୍ଦ୍ର ଗ୍ରହଣ କରିଛି। ଜଣେ ମହିଳାଙ୍କ ସମ୍ମାନର ଉଲ୍ଲଂଘନ ପାଇଁ ଅଭିଯୁକ୍ତକୁ ଦଣ୍ଡ ଦିଆଯିବାର ପ୍ରାବଧାନ ରହିଛି। କେନ୍ଦ୍ର କହିଛି ଯେ ବିବାହରେ ସ୍ୱାମୀ-ସ୍ତ୍ରୀ ପରସ୍ପର ସହ ଯୌନ ସମ୍ପର୍କ ରଖିବାର ଆଶା ରଖିଥାନ୍ତି। ତେବେ ଏପରି ଇଛା ଦ୍ବାରା ସ୍ୱାମୀ ନିଜ ପତ୍ନୀକୁ ବାଧ୍ୟ କରିବାର ଅଧିକାର ନାହିଁ। ଦୁଷ୍କର୍ମ ବିରୋଧୀ ନିୟମ ଅନୁଯାୟୀ ସ୍ୱାମୀଙ୍କୁ ଦଣ୍ଡ ଦେବା ଏକ ଅନାବଶ୍ୟକ କାର୍ଯ୍ୟାନୁଷ୍ଠାନ ହୋଇପାରେ।

କେମିତି ସୁପ୍ରିମକୋର୍ଟରେ ପହଞ୍ଚିଲା ବୈବାହିକ ଦୁଷ୍କର୍ମ ମାମଲା?

ସୂଚନାଥାଉକି, ବୈବାହିକ ଦୁଷ୍କର୍ମ ଅପରାଧ ଘୋଷଣା କରିବା ପାଇଁ ପ୍ରଥମେ ୨୦୧୫ରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରାଯାଇଥିଲା। କିନ୍ତୁ ମୋଦୀ ସରକାର ୨୦୧୬ରେ ବୈବାହିକ ଦୁଷ୍କର୍ମର ବିଚାରଧାରାକୁ ଖାରଜ କରିଥିଲେ। ସରକାର କହିଥିଲେ ଯେ, ଭାରତରେ ବିବାହକୁ ଏକ ସଂସ୍କାର ଭାବେ ଗ୍ରହଣ କରିବାର ମାନସିକତାକୁ ଅଣଦେଖା କରାଯାଇପାରିବ ନାହିଁ। 

ଏହା ପରେ, ୨୦୧୭ ରେ, କେନ୍ଦ୍ର ସରକାର ଏହି ମାମଲାରେ ଏକ କୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ। ଗତ ଦୁଇ ବର୍ଷ ମଧ୍ୟରେ ହାଇକୋର୍ଟର ଦୁଇଟି ନିଷ୍ପତ୍ତି ପରେ ବୈବାହିକ ଦୁଷ୍କର୍ମକୁ ଅପରାଧ ଶ୍ରେଣୀଭୁକ୍ତ କରିବାକୁ ଦାବି ପୁଣି ଜୋରଦାର ହୋଇଥିଲା। ଗତ ବର୍ଷ ଦିଲ୍ଲୀ ହାଇକୋର୍ଟରେ ବୈବାହିକ ଦୁଷ୍କର୍ମ ମାମଲାର ଶୁଣାଣି ବେଳେ କେନ୍ଦ୍ର କହିଥିଲା ଯେ, 'ଅନ୍ୟ ଦେଶ ବୈବାହିକ ଦୁଷ୍କର୍ମକୁ ଅପରାଧ ବୋଲି ଘୋଷଣା କରିଛନ୍ତି। କେବଳ ଏହି ତର୍କ ଉପରେ ଆଧାର କରି ଭାରତ ମଧ୍ୟ ସମାନ କାର୍ଯ୍ୟ କରିବାର ଆବଶ୍ୟକତା ନାହିଁ। ଏହା ପରେ ବୈବାହିକ ଦୁଷ୍କର୍ମକୁ ଅପରାଧ ବୋଲି ଘୋଷଣା କରିବାକୁ ଅନେକ ସଂଗଠନ ଏବଂ ଆବେଦନକାରୀ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.