ପ୍ରମୂଖ ଖବର
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଠକ ସୁକେଶ ଚନ୍ଦ୍ରଶେଖରର ଆବେଦନ ଖାରଜ, ଦିଲ୍ଲୀ ହାଇକୋର୍ଟଙ୍କୁ କରିଥିଲା ଏମିତି ଏକ ଅନୁରୋଧ

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ଅନେକ ଅପରାଧିକ ମାମଲାରେ ଜେଲ୍‌ରେ ବନ୍ଦୀ ଥିବା ସୁକେଶ ଚନ୍ଦ୍ରଶେଖରର ସେହି ପିଟିସନକୁ ଖାରଜ କରି ଦେଇଛନ୍ତି , ଯେଉଁଥିରେ ସେ କୋର୍ଟଙ୍କୁ ଜେଲ୍ ଅଧିକାରୀଙ୍କୁ ଏକ ବିଶେଷ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲା। ସେ କୋର୍ଟଙ୍କୁ ଏହି ନିର୍ଦ୍ଦେଶ ଦେବାକୁ ଦାବି କରିଥିଲା ଯେ , ତାକୁ ମଣ୍ଡୋଲି ଜେଲ୍‌ରୁ ଆଉ କୌଣସି ଜେଲରୁ ସ୍ଥାନାନ୍ତର କରାନଯାଉ। 

ଅଭିଯୁକ୍ତ ନିଜର ଦାବିର ସମର୍ଥନରେ ଏହି ଦଲିଲ ଦେଇଥିଲା ଯେ, ସେ ବିଭିନ୍ନ ରୋଗରେ ପୀଡ଼ିତ ଏବଂ ତାକୁ ଚିକିତ୍ସା ପାଇଁ ସଫଦରଗଞ୍ଜ ଏବଂ ରାମ ମନୋହର ଲୋହିଆ ହସ୍ପିଟାଲ ନିଆଯାଏ , ଏଥିରେ ଯଦି ତାକୁ ଆଉ କୌଣସି ଜେଲ୍‌କୁ ପଠାଯାଏ ତ ତାର ଚିକିତ୍ସାରେ ପ୍ରତିବନ୍ଧକ ଆସି ପାରେ।

ଶୁଣାଣି ବେଳେ କୋର୍ଟ ଏହି କଥାରେ ସନ୍ତୁଷ୍ଟି ଦେଖାଇଛନ୍ତି ଯେ, ସେ ଯେଉଁ ଚିକିତ୍ସା କରାଉଛନ୍ତି , ତାହା ତାକୁ ଅନ୍ୟ ଜେଲ୍‌ ପରିସରରେ ମଧ୍ୟ ସହଜରେ ଉପଲବ୍ଧ କରାଯାଇ ପାରିବ। ଜଷ୍ଟିସ୍‌ ନୀନା ବନ୍ସଲ କୃଷ୍ଣା କହିଛନ୍ତି , ଏହା ଦେଖିବାର ଅଛି ଯେ , ଆବେଦନକାରୀକୁ ଯେଉଁ ଚିକିତ୍ସା ଯୋଗାଇ ଦିଆ ଯାଉଛି , ତାହା ତାକୁ ଅନ୍ୟ ଜେଲ୍‌ ପରିସରରେ ସହଜରେ ଉପଲବ୍ଧ କରାଯାଇ ପାରେ। ଏଥିରେ କୋର୍ଟଙ୍କୁ ଆବେଦନକାରୀକୁ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର ନକରିବାର ନିର୍ଦ୍ଦେଶ ଦାରି କରିବାର କୌଣସି ଆବଶ୍ୟକ ନାହିଁ। 

ଏହା ସହ କୋର୍ଟ କହିଛନ୍ତି , ଯଦି ଚନ୍ଦ୍ରଶେଖରକୁ ଏହି ଜେଲ୍‌ରୁ ଆଉ କୌଣସି ଜେଲ୍‌କୁ ସ୍ଥାନାନ୍ତରଣ କରାଯାଏ ତ ତାକୁ ୩ଦିନ ପୂର୍ବରୁ ସୂଚିତ କରି ଦେବା ଉଚିତ। କୋର୍ଟ କହିଛନ୍ତି , ମେଡିକାଲ କଣ୍ଡିସନ ରିପୋର୍ଟରେ ସ୍ପଷ୍ଟ ଅଛି କି, ଅଭିଯୁକ୍ତକୁ ତାର ଶାରୀରିକ ରୋଗ କାରଣରୁ ସଫଦରଗଞ୍ଜ ଓ ରାମ ମନୋହର ଲୋହିଆ ହସ୍ପିଟାଲ ନିଆଯାଇ ଥିଲା, ଆବଶ୍ୟକ ପଡ଼ିଲେ ଅନ୍ୟ କେନ୍ଦ୍ର ମଧ୍ୟ ନିଆଯାଉ ଥିଲା। କୋର୍ଟ କହିଛନ୍ତି, ଅନେକ ମାନସିକ ରୋଗରେ ପୀଡ଼ିତ କାରଣରୁ ତାର ଚିକିତ୍ସା ବାହାର ହସ୍ପିଟାଲରେ କରାଯାଇଛି।

ଉଲ୍ଲେଖନୀୟ ଯେ, ଚନ୍ଦ୍ରଶେଖର ଓ ତାର ପତ୍ନୀ ଲୀନା ପାଲୋଜ ଇଡି ଦ୍ୱାରା ମନି ଲଣ୍ଡରିଂ ମାମଲାରେ କାର୍ଯ୍ୟାନୁଷ୍ଠାନର ସାମନା କରୁଛନ୍ତି। ଏହି ଦୁଇ ଜଣଙ୍କୁ ପ୍ରଥମେ ଦିଲ୍ଲୀ ପୁଲିସ ଅନ୍ୟ ଲୋକଙ୍କ ସହ ଗିରଫ କରିଥିଲା। ଚନ୍ଦ୍ରଶେଖର ନିର୍ବାଚନ ଆୟୋଗ (ଇସି) ଲାଞ୍ଚ ମାମଲାରେ ମଧ୍ୟ ଅଭିଯୋଗ ପକ୍ଷର ସାମନା କରୁଥିଲା , ଯେଉଁଥିରେ କଥିତ ଭାବେ ଏଆଇଏଡିଏମକେ ନେତା ଟିଟିବି ଦିନାକରଣ ଓ ଅନ୍ୟମାନେ ସାମିଲ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.