ପ୍ରମୂଖ ଖବର
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

କାଶ୍ମୀରରେ କେମିତି ପହଞ୍ଚୁଛି ଆମେରିକା ନିର୍ମିତ ଅସ୍ତ୍ରଶସ୍ତ୍ର? ପୁଣି ଜବତ ହେଲା M4 କାର୍ବାଇନ ରାଇଫଲ

Image source: NDTV

ଶ୍ରୀନଗର,୦୪/୧୦: ପୂର୍ବରୁ ଅନେକ ଥର ଜମ୍ମୁ ଓ କାଶ୍ମୀରର ବିଭିନ୍ନ ଅଞ୍ଚଳରୁ ଆମେରିକା ନିର୍ମିତ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ବେଳେ ତମାମ ଘଟଣା ବାରମ୍ବାର ଘଟିବା ଏବେ ଭାରତୀୟ ସେନା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଘାଟିର ଜଣେ ବରିଷ୍ଠ ଅଧିକାରୀ ଗୁରୁବାର ଏହି ସୂଚନା ଦେଇଛନ୍ତି ଯେ, ଶ୍ରୀନଗର ସ୍ଥିତ ଚିନ୍ନର କର୍ପସର ଲେଫ୍ଟନାଣ୍ଟ ଜେନେରାଲ୍ ରାଜୀବ ଘାଇ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ 'ତମାମ ଘଟଣାକୁ ନେଇ ଆମେରିକା ସହ ଏହି ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରାଯାଉଛି। ଶୁକ୍ରବାର ଆଫଗାନିସ୍ତାନର ଆସିଥିବା ଆମେରିକୀୟ ଅସ୍ତ୍ରଶସ୍ତ ଘାଟିରୁ ଜବତ ହେବା ପରେ ଏନେଇ ଚିନ୍ତାପ୍ରକଟ କରିବା ସହିତ ଏହାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯିବ ବୋଲି କହିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ।

ସେ କହିଛନ୍ତି, 'ମୁଁ ଏହା ଉପରେ କୌଣସି ମନ୍ତବ୍ୟ ଦେବାକୁ ଚାହେଁ ନାହିଁ, କାରଣ ଏହା ଆମର ଗୁଇନ୍ଦା ଏଜେନ୍ସିର ସ୍ୱତନ୍ତ୍ର ପରିସର ଅଧୀନରେ ଅଛି ଏବଂ ମୁଁ ଆଶା କରୁଛି ଯେ ଏହି ଅସ୍ତ୍ରଶସ୍ତ୍ର କେଉଁଠୁ ଆସୁଛି ସେ ବିଷୟରେ ଖୁବଶୀଘ୍ର ଅଧିକ ସୂଚନା ପ୍ରଦାନ କରିବାକୁ ଆମ ସମର୍ଥ ହେବୁ। ଏନେଇ ଅସ୍ତ୍ରଶସ୍ତ କେଉଁଠୁ ଆସିଲା, କେମିତି ଆସିଲା ଏବଂ ଏହାର ଏକ ସମ୍ପୁର୍ଣ୍ଣ ଦସ୍ତାବିଜ ଆପଣଙ୍କ ସାମ୍ନାକୁ ଆଣିବୁ।'

ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ଠାରୁ ପ୍ରତିରକ୍ଷା ବାହିନୀ M4 କାର୍ବାଇନ୍ ରାଇଫଲ ଜବତ କରିଛି। ଏଥିରୁ ଜଣାପଡିଛି ଯେ ୨୦୨୧ରେ ଆଫଗାନିସ୍ତାନରୁ ଆମେରିକାର ସେନା ବାହାରିଯିବା ସମୟରେ ଛାଡ଼ିଥିବା ଅସ୍ତ୍ରଶସ୍ତ୍ର ପାକିସ୍ତାନୀ ହ୍ୟାଣ୍ଡେଲର୍ ମାଧ୍ୟମରେ ଆତଙ୍କବାଦୀଙ୍କ ନିକଟରେ ପହଞ୍ଚିଛି। ୧୯୮୦ ଦଶକରେ ଡିଜାଇନ୍ ଏବଂ ବିକଶିତ ହୋଇଥିବା M4 କାର୍ବାଇନ୍ ରାଇଫଲଗୁଡିକ ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ (ନାଟୋ) ଦ୍ୱାରା ବହୁଳ ଭାବରେ ବ୍ୟବହୃତ ହୋଇଛି। ଏହି ଅସ୍ତ୍ରଶସ୍ତଗୁଡ଼ିକ ପାକିସ୍ତାନୀ ସ୍ୱତନ୍ତ୍ର ବାହିନୀ ଏବଂ ସିନ୍ଧ ପୋଲିସର ସ୍ପେଶାଲ ସିକ୍ୟୁରିଟି ୟୁନିଟ୍ ସମେତ ଅନେକ ସୈନ୍ୟବାହିନୀ ବ୍ୟବହାର କରିଥିବା କୁହାଯାଉଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.