ପ୍ରମୂଖ ଖବର
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ପାକିସ୍ତାନରେ ଏସସିଓ ଶିଖର ସମ୍ମିଳନୀରେ ଭାଗ ନେବ ଭାରତ, ଇସଲାମାବାଦ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ...

ନୂଆଦିଲ୍ଲୀ: ପାକିସ୍ତାନରେ ହେବାକୁ ଥିବା ଏସସିଓ ଶିଖର ସମ୍ମିଳନୀରେ ଭାଗ ନେବ ଭାରତ । ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଭାରତ ପକ୍ଷରୁ ଏହି ବୈଠକରେ ସାମିଲ ହେବେ । ୨୦୨୪ ଅକ୍ଟୋବର ୧୫-୧୬ରେ ରାଜଧାନୀ ଇସଲାମାବାଦରେ ଏହି ବୈଠକ ଅନୁଷ୍ଠିତ ହେବ । ଶୁକ୍ରବାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର୍ ଜୈସୱାଲ ଏହି ସୂଚନା ଦେଇଛନ୍ତି।

ବୈଦେଶିକ ମନ୍ତ୍ରୀ ଡ.ଜୟଶଙ୍କର ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଅଛନ୍ତି । ସେଠାରେ ସେ ଶ୍ରୀଲଙ୍କାର ରାଷ୍ଟ୍ରପତି ତଥା ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହି ସମୟରେ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୈସଓ୍ବାଲ । ତେବେ ଇସଲାମବାଦ ଗସ୍ତ ପାକିସ୍ତାନ ସହ ଭାରତର ସମ୍ପର୍କ ସୁଦୃଢ କରିବା ଉପରେ ସେ କହିଛନ୍ତି ଯେ, ବୈଦେଶିକ ମନ୍ତ୍ରୀଙ୍କ ଇସଲାମାବାଦ ଗସ୍ତ ଏସସିଓ ସମ୍ବନ୍ଧରେ । ଏହା ଠାରୁ ଅଧିକ କିଛି ଚିନ୍ତା କରିବା ଉଚିତ୍ ନୁହେଁ। 

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଆଜିକାଲି ପଡୋଶୀ ପ୍ରଥମ ନୀତିରେ କାର୍ଯ୍ୟ ଚାଲିଛି ଏବଂ ଆମେ ଏହି ନୀତିରେ ଆଗକୁ ବଢୁଛୁ। ଅକ୍ଟୋବର ୭ ରୁ ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତ ଗସ୍ତ କରୁଛନ୍ତି। ସେ ଦିଲ୍ଲୀ, ମୁମ୍ବାଇ ଏବଂ ବେଙ୍ଗାଲୁରୁ ଗସ୍ତରେ ଆସିବେ । ଏହା ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ହେବ । ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ୬ ଅକ୍ଟୋବର ସନ୍ଧ୍ୟାରେ ଭାରତରେ ପହଞ୍ଚିବେ ଏବଂ ୭ ଅକ୍ଟୋବରରୁ ରାଜକୀୟ ଗସ୍ତ ଆରମ୍ଭ ହେବ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.