ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ଟିମ୍‌ ଇଣ୍ଡିଆର ଭିକ୍ଟ୍ରି ପରେଡ୍‌ ପରେ ମେରାଇନ୍‌ ଡ୍ରାଇଭରୁ ୧୧ ହଜାର କେଜିର ଅଳିଆ ଉଠାଇଲା ବିଏମସି

ମୁମ୍ବାଇ: ଟି-୨୦ ବିଶ୍ବକପ୍‌ ବିଜେତା ଟିମ୍‌ ଇଣ୍ଡିଆକୁ ସ୍ବାଗତ କରିବା ଲାଗି ମୁମ୍ବାଇର ମେରାଇନ୍‌ ଡ୍ରାଇଭରେ ଭିକ୍ଟ୍ରି ପରେଡ୍‌ ଆୟୋଜିତ ହୋଇଥିଲା । ଗୁରୁବାର ଆୟୋଜିତ ହୋଇଥିବା ଏହି ପରେଡ୍‌ରେ ମୁମ୍ବାଇର ମେରାଇନ୍‌ ଡ୍ରାଇଭରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା । ବିଶ୍ବକପ୍‌ ହିରୋଙ୍କୁ ଦେଖିବାକୁ ଲୋକଙ୍କ ଗହଣରେ ପ୍ରବଳ ଉତ୍ସାହ ଥିଲା । କିନ୍ତୁ କିଛି ଘଣ୍ଟାର ଏହି ଆୟୋଜନ ଲାଗି ମେରାଇନ୍‌ ଡ୍ରାଇଭର ହାଲ ବେହାଲ ହୋଇପଡ଼ିଛି ।

ଜୋତା, କପଡ଼ା ପାଖରୁ ଆରମ୍ଭ କରି ପ୍ଲାଷ୍ଟିକ୍‌ ବଟଲ ଯାଏଁ, ସବୁକିଛି ଲୋକେ ମେରାଇନ୍‌ ଡ୍ରାଇଭରେ ଛାଡ଼ି ଚାଲିଯାଇଛନ୍ତି । ଆଜି ଲୋକଙ୍କ ଭିଡ଼ ନାହିଁ ସତ କିନ୍ତୁ ମେରାଇନ୍‌ ଡ୍ରାଇଭରେ ଅଳିଆର ରାଜୁତି ଦେଖିବାକୁ ମିଳିଛି । କୁଢ଼ କୁଢ଼ ଅଳିଆରେ ଅଣନିଶ୍ବାସୀ ହୋଇପଡ଼ିଛି ମୁମ୍ବାଇର ଜଣାଶୁଣା ମେରାଇନ୍‌ ଡ୍ରାଇଭ । 

ବ୍ରିହାନମୁମ୍ବାଇ ମୁନିସିପାଲ୍‌ କର୍ପୋରେସନ୍‌ର (ବିଏମସି)ର ସଫେଇ କର୍ମଚାରୀ ଅଳିଆ ସଫା କରି କରି ବେହାଲ ହୋଇପଡ଼ିଛନ୍ତି । ବିଏମସି ପକ୍ଷରୁ ମେରାଇନ୍‌ ଡ୍ରାଇଭରୁ ୧୧,୫୦୦ କେଜି (୧୧.୫ ମେଟ୍ରିକ୍‌ ଟନ୍‌ )ରୁ ଅଧିକ ଅଳିଆ ଗୋଟାଇଛି ବିଏମସି । ଡମ୍ପର ଏବଂ ଛୋଟ ଛୋଟ୍‌ ଅଳିଆବୁହା ଗାଡ଼ିରେ ଅଳିଆ ଲଦି ନିଆଯାଇଛି ବୋଲି ବିଏମସିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ହାଲୁକା ବର୍ଜ୍ୟର ପରିମାଣ ବହୁତ ଅଧିକ । ୨୫ ଜଣ ଶ୍ରମିକ ଏବଂ ଅନ୍ୟ କର୍ମଚାରୀଙ୍କ ସହାୟତାରେ ମେରାଇନ୍‌ ଡ୍ରାଇଭକୁ ସଫା କରାଯାଇଛି । ତେବେ ଗୁରୁବାର ରାତିରେ ମେରାଇନ୍‌ ଡ୍ରାଇଭରେ ଦେଢ଼ କିଲୋମିଟରରୁ ଅଧିକ ରାସ୍ତାରେ ଲକ୍ଷାଧିକ କ୍ରିକେଟ ପ୍ରେମୀଙ୍କ ଭିଡ଼ ଜମିଥିଲା । ଏହି ଭିଡ ଓ୍ବାଙ୍ଖଡେ ଷ୍ଟାଡିୟମରେ ମଧ୍ୟ ଭାରତୀୟ ଟିମ୍‌କୁ ଚିୟର ଅପ କରିଥିଲା ।

 ଏହା ପରେ ଭିଡ଼ ଧିରେ ଧିରେ କମିଥିଲେ ବି ମେରାଇନ ଡ୍ରାଇଭ ଅଳିଆରେ ଭର୍ତ୍ତି ହୋଇସାରିଥିଲା। ରାତି ୧୧.୩୦ ବେଳକୁ ବିଏମସି ମଧ୍ୟ ରାସ୍ତା ସଫା କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲା । ଆଜି ସକାଳ ୮ରେ ସଫେଇ କାର୍ଯ୍ୟ ଶେଷ ହୋଇଥିବା ନେଇ ବିଏମସି ପକ୍ଷରୁ କୁହାଯାଇଛି । ସେପଟେ ଏଭଳି କାର୍ଯ୍ୟ ପାଇଁ ବିଏମସିକୁ ପ୍ରଶଂସା‌ରେ ପୋତି ପକାଇଛନ୍ତି ଲୋକେ । ସୋସିଆଲ ମିଡିଆରେ ବିଏମସିର କାର୍ଯ୍ୟକୁ ଖୁବ ପ୍ରଶଂସା ମିଳିଛି । 

 

  • Team India
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.