ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ଦଂଶିଲା ବୋଲି ସାପକୁ ୩ ଥର କାମୁଡ଼ି ଦେ‌ଲେ ବ୍ୟକ୍ତି, ୧-୦ରେ ଜିତିଲେ ଜୀବନ

ପାଟନା: ପ୍ରତିଶୋଧ ଏମିତି ବି ହୋଇପାରେ । ସାପ କାମୁଡ଼ି ଦେଲା ବୋଲି ରାଗରେ ସାପକୁ କାମୁଡ଼ି ଦେଲା ମଣିଷ । ସାପ ଦୁଇ ଥର ଦଂଶନ କରିବାରୁ ବ୍ୟକ୍ତିଜଣଙ୍କ ଏହାକୁ ୩ ଥର କାମୁଡ଼ି ଦେଇଛନ୍ତି । ଆଉ ଏଥିରେ ବ୍ୟକ୍ତିଙ୍କୁ ଗୋଟିଏ ପଏଣ୍ଟ ମିଳିଛି ଓ ସେ ଜିତି ଯାଇଛନ୍ତି । ଏଭଳି କହିବାର ଅର୍ଥ, ସାପଟିର ଜୀବନ ଯାଇଛି । ବ୍ୟକ୍ତିଜଣଙ୍କ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି ଏବଂ ସେ ଖୁବଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଡାକ୍ତର କହିଛନ୍ତି । ମଣିଷ କାମୁଡ଼ା‌ରେ ସାପ ମରିବା ଭଳି ବିରଳ ଘଟଣା ଏବେ ସମଗ୍ର ଦେଶରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । 

ବିହାରର ରାଜୌଲିରେ ରେଳବାଇ ପ୍ରୋଜେକ୍ଟରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ସନ୍ତୋଷ ଲୋହାର ଏଭଳି ଘଟଣାର କେନ୍ଦ୍ରବିନ୍ଦୁ । ସନ୍ତୋଷ ରାତି‌ରେ ଶୋଇଥିବା ବେଳେ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା । ଏହା ପରେ ସନ୍ତୋଷ ସାପଟିକୁ ଏକ ଲୁହା ରଡ୍‌ରେ ପାଖକୁ ଟାଣି ଆଣିଥିଲେ । ଏହା ସହ ସାପଟିକୁ ୩ ଥର କାମୁଡ଼ି ଦେଇଥିଲେ । ସେଠାରେ ହିଁ ସାପଟି ମରିଯାଇଥିଲା । ତେବେ ଏଭଳି ଅସାମାନ୍ୟ ଘଟଣା ଆଖିରେ ଦେଖିବା ପରେ ସନ୍ତୋଷଙ୍କୁ ଏନେଇ ପଚାରିଥିଲେ ତାଙ୍କର ସହଯୋଗୀ ।

ସନ୍ତୋଷଙ୍କ କହିବା ଅନୁସାରେ, ତାଙ୍କ ଗାଁରେ ଏଭଳି ପରମ୍ପରା ରହିଛି । ଯଦି ସାପ କାମୁଡ଼ିଦିଏ ତେବେ ତାକୁ କାମୁଡ଼ି ଦେଲେ ଦେହରେ ବିଷର ପ୍ରଭାବ କମ ହୋଇଯାଏ । ସେପଟେ ରେଳବାଇ ଅଧିକାରୀ ଏନେଇ ଜାଣିବା ପରେ ସନ୍ତୋଷଙ୍କୁ ହସ୍ପିଟାଲ ନେଇଯାଇଥି‌ଲେ । ଖବର ପ୍ରସାରିତ ହୋଇଯିବା ପରେ ହସ୍ପିଟାଲରେ ଲୋକଙ୍କ ଗହଳି ଲାଗିଛି । ଲୋକେ ସନ୍ତୋଷଙ୍କ ପାଖରୁ ପୁରା କାହାଣୀ ଜାଣିବା ପାଇଁ ଉତ୍ସାହିତ ହୋଇପଡ଼ିଛନ୍ତି । 

ଅନ୍ୟପଟେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ହୁଏତ ସାପଟି ବିଷାକ୍ତ ହୋଇନଥିବ । ନଚେତ ସନ୍ତୋଷ ନିଶ୍ଚିତ ଭାବରେ ଗୁରୁତର ହୋଇଥାନ୍ତେ । ଏସବୁ ଭିତରେ ସନ୍ତୋଷଙ୍କ ଜୀବନ ବିପଦ ମୁକ୍ତ ହୋଇଛି ଏବଂ ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ସେ ଖୁବ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ସତିଶ ଚନ୍ଦ୍ର କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.