ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ଅନନ୍ୟ ସେବା ଲାଗି ବୀର ଯବାନଙ୍କୁ କିର୍ତ୍ତୀ ଚକ୍ର ଓ ଶୌର୍ଯ୍ୟ ଚକ୍ର ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି

Image Courtesy: aajtak

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୫ (ଶୁକ୍ରବାର) ରେ ଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ଯବାନଙ୍କୁ ବୀରତା ପୁରସ୍କାର ପ୍ରଦାନ କରିଛନ୍ତି । ସେନା, କେନ୍ଦ୍ରୀୟ ସଶସ୍ତ୍ର ବଳ ଏବଂ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ପୋଲିସ ଯବାନଙ୍କୁ ସର୍ବୋଚ୍ଚ ବଳିଦାନ ଲାଗି ଏହି ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ।  ୧୦ କିର୍ତ୍ତୀ ଚକ୍ର (୭ ଜଣଙ୍କୁ ମରଣୋତ୍ତର) ଏବଂ ୨୬ ଶୌର୍ଯ୍ୟ ଚକ୍ର (୭ ଜଣଙ୍କୁ ମରଣୋତ୍ତର) ପ୍ରଦାନ କରାଯାଇଛି । 

ପ୍ରତି ବର୍ଷ ବୀରତା ପ୍ରଦର୍ଶନ କରିଥିବା ସେନା, ସିଆରପିଏଫ, ଆଇଟିବିପି, ପୋଲିସ ଯବାନଙ୍କୁ ବିଭିନ୍ନ ବୀରତା ସମ୍ମାନରେ ସମ୍ମାନିତ କରାଯାଏ । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩୬ ବୀରତା ପୁରସ୍କାର ପ୍ରଦାନ କରିଛନ୍ତି । ଆଜିର ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରମୁଖ ଉପସ୍ଥିତ ଥିଲେ । 

ଇନସ୍ସପେକ୍ଟର ଦିଲ୍ଲୀପ କୁମାର ଦାସ (ସିଆରପିଏଫ), ହେଡ କନେଷ୍ଟବଳ ରାଜ କୁମାର ଯାଦବ (ସିଆରପିଏଫ), କନେଷ୍ଟବଳ ବବଲୁ ରାଭା (ସିଆରପିଏଫ),  କନେଷ୍ଟବଳ ଶମ୍ଭୁ ରାୟ (ସିଆରପିଏଫ), ସିପାହୀ ପବନ କୁମାର (ସେନା), କ୍ୟାପ୍ଟେନ ଅଂଶୁମାନ ସିଂହ (ସେନା), ହାବିଲଦାର ଅବଦୁଲ ମଜିଦ (ସେନା)ଙ୍କୁ ମରଣୋତ୍ତର କିର୍ତ୍ତୀ ଚକ୍ର ପ୍ରଦାନ କରାଯାଇଛି । 

ଦେଖନ୍ତୁ ଅନନ୍ୟ ସେବା ପାଇଁ କିର୍ତ୍ତୀ ଚକ୍ର ଏବଂ ଶୌର୍ଯ୍ୟ ଚକ୍ର ସମ୍ମାନରେ ସମ୍ମାନିତ ହୋଇଥିବା ବୀର ଯବାନମାନଙ୍କ ତାଲିକା...

  • president india
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.