ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ଅମରନାଥରୁ ଆସୁଥିବା ବସର ବ୍ରେକ୍ ଫେଲ, ୧୦ ଯାତ୍ରୀ ଆହତ

ନୂଆଦିଲ୍ଲୀ, ୩/୭: ଅମରନାଥ ଯାତ୍ରା ସାରି ଫେରୁଥିବା ବସର ବ୍ରେକ ଫେଲ। ଫଳରେ ୧୦ ଜଣ ଭକ୍ତ ଗୁରୁତର ଆହତ ହୋଇଛନ୍ତି। ତେବେ ପାର୍ବତ୍ୟର ଉଚ୍ଚତାରେ ଥିବା ସଂକୀର୍ଣ୍ଣ ରାସ୍ତାରେ ବ୍ରେକ ଫେଲ ହେବା ଯୋଗୁଁ ଯାତ୍ରୀମାନେ ଭୟରେ ବସରୁ ଡେଇଁ ପଡିଥିଲେ । ଫଳରେ ଅନେକ ଯାତ୍ରୀ ଆହତ ହୋଇଥିବା ବେଳେ ଏକ ବଡ ଦୁର୍ଘଟଣା ଟଳି ଯାଇଛି। ସେପଟେ ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 

ସୂଚନା ମୁତାବକ, ଅମରନାଥ ପଞ୍ଜାବକୁ ଯାଉଥିବା ଜାତୀୟ ରାଜପଥ ୪୪ରେ ଏହି ଦୁର୍ଘଟଣା ଘଟିଛି । ରାସ୍ତାରେ ଯାଉଥିବା ବେଳେ ବସର ବ୍ରେକ ଫେଲ ହୋଇଥିଲା । ଏନେଇ ବସରେ ଉପସ୍ଥିତ ଥିବା  ଭକ୍ତମାନେ ଏହି ସଂମ୍ପର୍କରେ ସୂଚନା ପାଇବା ପରେ ବସରୁ ଡେଇଁ ପଡିଥିଲେ । ତେବେ ମିଡିଆ ରିପୋର୍ଟ ଅନୁଯାୟୀ, ବସରେ ଉପସ୍ଥିତ ୪୦ ଜଣ ଯାତ୍ରୀ ପଞ୍ଜାବର ଥିଲେ । ଦୁର୍ଘଟଣାରେ କୌଣସି ଜନଜୀବନ କ୍ଷତି ଘଟି ନ ଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ  ୬ ଜଣ ପୁରୁଷ  ଥିବା ବେଳେ ୩ ଜଣ ମହିଳା ଓ ଜଣେ ଶିଶୁ ଥିବା ଜଣାପଡିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.