ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ରେଳ ଯାତ୍ରୀଙ୍କୁ ଉପହାର; ସିଟ୍‌କୁ ନେଇ ହେବ ନାହିଁ କୌଣସି ସମସ୍ୟା

Image source: Jagran

ନୂଆଦିଲ୍ଲୀ,୦୫/୦୭: ଭାରତୀୟ ରେଳବାଇକୁ ଦେଶର ଲାଇଫ୍ ଲାଇନ୍ କୁହାଯାଏ। ଦେଶରେ ପ୍ରତିଦିନ ୨ କୋଟି ୪୦ ଲକ୍ଷରୁ ଅଧିକ ଲୋକ ଟ୍ରେନରେ ଯାତ୍ରା କରନ୍ତି । ପ୍ରତିଦିନ ଏତେ ସଂଖ୍ୟକ ଲୋକଙ୍କ ସହ ଯାତ୍ରା କରିବା ଭାରତୀୟ ରେଳବାଇ ପାଇଁ ଏକ ଚ୍ୟାଲେଞ୍ଜଠାରୁ କମ୍ ନୁହେଁ। ଯାତ୍ରୀମାନେ ପ୍ରାୟତଃ ଅଭିଯୋଗ କରନ୍ତି ଯେ ପର୍ବ ଏବଂ ଛୁଟିଦିନରେ ସେମାନଙ୍କର ଟିକେଟ୍ ଓ୍ବେଟିଂରେ ରହିଥାଏ ଓ କନ୍‌ଫର୍ମ ହୋଇନଥାଏ। ଯାତ୍ରୀମାନଙ୍କୁ କିଛି ଆଶ୍ବସ୍ତି ଯୋଗାଇବା ପାଇଁ ଭାରତୀୟ ରେଳ ଏକ ବଡ଼ ଘୋଷଣା କରିଛି। ଦେଶରେ ୧୦,୦୦୦ ନନ୍‌-ଏସି କୋଚ୍ ନିର୍ମାଣ ହେବାକୁ ଯାଉଛି ବୋଲି ଭାରତୀୟ ରେଳ ସୂଚନା ଦେଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି।

ଅମୃତ ଭରତ ସ୍ଲିପର କୋଚ୍‌ ସହିତ ୨୦୦ ଉଚ୍ଚ କ୍ଷମତା ବିଶିଷ୍ଟ ପାର୍ସଲ୍ ଭ୍ୟାନ୍ ଏବଂ ୧୧୦ ପ୍ୟାଣ୍ଟ୍ରି କାର୍ ସହିତ ୧୯୧୦ ଟି ନନ୍‌ ଏହି ସ୍ଳିପର କୋଚ୍ ପାଇଁ ଏକ ଯୋଜନା କରାଯାଇଛି। ଏହାରି ଭିତରେ ରେଳ ବିଭାଗର କେନ୍ଦ୍ର ମନ୍ତ୍ରୀ ରବନୀତ ସିଂ ବିଟୁ ଗୁରୁବାର ରେଳ ବୋର୍ଡ କ୍ୟାଣ୍ଟିନରେ ଯାଞ୍ଚ କରିଛନ୍ତି। ମଧ୍ୟାହ୍ନ ଭୋଜନ ସମୟ ପରିଦର୍ଶନ ସମୟରେ ମନ୍ତ୍ରୀ କ୍ୟାଣ୍ଟିନରେ ଥିବା ସୁବିଧା ଏବଂ ସେବା ସମୀକ୍ଷା କରିଥିଲେ। ଯାଞ୍ଚ ସମୟରେ ରେଳ ବୋର୍ଡର ସଚିବ ଏବଂ ରେଳ ବୋର୍ଡର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ରାଷ୍ଟ୍ର ମନ୍ତ୍ରୀ ବିଟୁ କ୍ୟାଣ୍ଟିନ ମ୍ୟାନେଜର ଏବଂ କର୍ମଚାରୀଙ୍କ ସହ ଯୋଗାଯୋଗ କରି କାମ ଏବଂ ସେବା ବିଷୟରେ ପଚାରି ବୁଝିଥିଲେ। ମଧ୍ୟାହ୍ନ ଭୋଜନ ବିରତି ସମୟରେ ସେ ରେଳ ବୋର୍ଡ କର୍ମଚାରୀଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ଖାଦ୍ୟର ଗୁଣବତ୍ତା ବିଷୟରେ ବ୍ୟକ୍ତିଗତ ଭାବରେ ପଚାରିଥିଲେ। ତମାମ ଆଲୋଚନା ଓ ସମୀକ୍ଷା ପରେ ଏବେ ରେଳ ବିଭାଗରେ ଅନେକ ପରିବର୍ତ୍ତନ କରାଯିବ ବୋଲି ଆଲୋଚନା କରାଯାଊଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.