ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ଭୋଲେ ବାବାଙ୍କୁ ନେଇ ନୂଆ କଥା ନୂଆ କାହାଣୀ; ସେପଟେ ଦଳାଚକଟାଜନିତ ମୃତ୍ୟୁ ମାମଲାରେ ସରଗରମ ରାଜନୀତି

Image source: TV9 hindi

ନୂଆଦିଲ୍ଲୀ,୦୫/୦୭: ହାଥରସ ମାମଲାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବା ଲାଗିଛି। ସେପଟେ ବାବା ଫେରାର ହେବା ସମୟର ସିସିଟିଭି ଭିଜୁଆଲ ମଧ୍ୟ ସାମ୍ନାକୁ ଆସିଥିଲା। ଅନେକ ଆହତ ଏବେ ହସ୍ପିଟାଲରେ ଚିକତ୍ସିତ ହେଉଛନ୍ତି। ଆଜି ରାହୁଲ ଗାନ୍ଧୀ ପ୍ରଥମେ ହାଥରସ ଏବଂ ପରେ ଆଲିଗଡ ପରିଦର୍ଶନ କରିଥିଲେ। ଏହି ଘଟଣାରେ ମୃତକଙ୍କ ପରିବାରକୁ କଂଗ୍ରେସ ନେତା ଭେଟିଥିଲେ। ଅନେକ ଲୋକଙ୍କର ମୃତ୍ୟୁ ହୋଇଛି, ପ୍ରଶାସନର ଅଭାବ ଅଛି ଏବଂ ଭୁଲ ହୋଇଛି ବୋଲି କହିଥିଲେ ରାହୁଲ। 

ରାହୁଲ ଗାନ୍ଧୀ ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଠିକ୍‌ କ୍ଷତିପୂରଣ ଦେବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି 'ମୁଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ବିନମ୍ର ଭାବରେ କ୍ଷତିପୂରଣ ଦେବାକୁ ଅନୁରୋଧ କରୁଛି। କିନ୍ତୁ ରାହୁଲ ଗାନ୍ଧୀ ନାରାୟଣ ହରି ସରକାରଙ୍କ ବିରୋଧରେ କିଛି କହି ନାହାଁନ୍ତି। ତାଙ୍କୁ କାହିଁକି ଗିରଫ କରାଗଲା କି ନାହିଁ, ସେନେଇ କୌଣସି କଥା କହିନାହାନ୍ତି। ୟୁପି ସରକାର ସେମାନଙ୍କୁ କାହିଁକି ସଭା ସମିତି କରିବାକୁ ପ୍ରଶ୍ନ କରିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚୁପ୍ ରହିଥିଲେ। 

ହାଥରସ ମାମଲାରେ ବର୍ତ୍ତମାନ ସୁଦ୍ଧା ୧୨୧ ଜଣଙ୍କର ମୃତ୍ୟୁ ହୋଇଛି। ଭୋଲେ ବାବା ଓରଫ ନାରାୟଣ ହରି ସାକାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ପ୍ରସଙ୍ଗରେ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ଏକତା ଦେଖିବାକୁ ମିଳିଛି। ଅର୍ଥାତ୍ ଉଭୟ ପକ୍ଷ ସମାନ ମନ୍ତବ୍ୟ ଦେଉଛନ୍ତି। ନା ବିଜେପି, ବିଏସପି କିମ୍ବା ସମାଜବାଦୀ ପାର୍ଟି ବାବାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିନାହାଁନ୍ତି। 

ସର୍ବଶେଷରେ ପ୍ରଶ୍ନ ଉଠୁଛି ଯେ, ବାବା ଏମିତି କ'ଣ ହୋଇଗଲେ ଯେ, ତାଙ୍କ ବିରୁଦ୍ଧରେ କୌଣସି ଦଳ ସ୍ବର ଉଠାଉନାହାନ୍ତି। ଏହା ପଛରେ ଭୋଟ୍ ବ୍ୟାଙ୍କ ରାଜନୀତି ରହିଛି କି? ଦଳିତ ଭୋଟର କ୍ରୋଧିତ ହେବା ନେଇ ସମସ୍ତେ ଚିନ୍ତିତ ଅଛନ୍ତି। ସେଥିପାଇଁ ସମାଜବାଦୀ ପାର୍ଟି ଏହି ପ୍ରସଙ୍ଗରେ ବିଜେପି ସରକାରଙ୍କୁ ଦାୟୀ କରୁଥିବା ବେଳେ ଅଖିଳେଶ ଯାଦବ ଏବଂ ବାବାଙ୍କ ସମ୍ପର୍କକୁ ବିଜେପି ହାଇଲାଇଟ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.