ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ରାଜନୀତିରୁ ୩ ମାସ ବ୍ରେକ୍‌, ଛୁଟିରେ ରହି ପଢ଼ିବେ କେ ଆନ୍ନାମଲାଇ

ଚେନ୍ନାଇ,୦୫/୦୭: ତାମିଲନାଡୁ ବିଜେପି ମୁଖ୍ୟ କେ ଆନ୍ନାମଲାଇ ରାଜନୀତିରୁ ୩ ମାସ ବ୍ରେକ୍‌ ନେଇ ପାଠ ପଢ଼ିବାକୁ  ବିଦେଶ ଯିବେ । ଫେଲୋସିପ୍‌ରେ ସେ ବ୍ରିଟେନ୍‌ସ୍ଥିତ ୟୁନିଭର୍ସିଟି  ଅଫ୍‌ ଅକ୍ସଫୋର୍ଡରେ ‘ଲିଡରସିପ୍‌ ଆଣ୍ଡ୍‌  ଏକ୍ସିଲେନ୍ସ’ ପ୍ରୋଗ୍ରାମ ପାଇଁ ମନୋନୀତ ହୋଇଛନ୍ତି। ରାଜ୍ୟ ବିଜେପି ଓ ନିଜେ  ଆନ୍ନାମଲାଇ ଏହି ଖବରକୁ ସ୍ୱୀକାର କରିଛନ୍ତି । କିନ୍ତୁ ଦଳ ପକ୍ଷରୁ ତାଙ୍କ ବିଦେଶ ଗସ୍ତ ନିମନ୍ତେ ଏ ପର୍ଯ୍ୟନ୍ତ  ଅନୁମତି ମିଳିନାହିଁ ।

ସାମ୍ବାଦିକଙ୍କ ପ୍ରଶ୍ନର  ଉତ୍ତର ଦେଇ ଆନ୍ନାମଲାଇ କହିଛନ୍ତି, ହାଇକମାଣ୍ଡଙ୍କ ଅନୁମତି ମିଳିବା ପରେ  ମୁଁ ଏ ବାବଦରେ ଅଧିକ କିଛି କହିପାରିବି। ବିଜେପି ରାଜ୍ୟ ଉପାଧ୍ୟକ୍ଷ କାରୁ ନାଗରାଜନ ଚେନ୍ନାଇରେ ସାମ୍ମାଦିକଙ୍କୁ ସୂଚନା ଦେଇ କହିଛନ୍ତି, ଆନ୍ନାମଲାଇଙ୍କ ଫେଲୋସିପ ପାଠପଢ଼ା ଅବଧି ସେପ୍ଟେମ୍ବରରୁ ଡିସେମ୍ବର ପର୍ଯ୍ୟନ୍ତ ରହିଛି । ଭାରତରୁ ମାତ୍ର ୧୨ ଜଣ ମନୋନୀତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଆନ୍ନାମଲାଇ  ରହିଛନ୍ତି । ଆମେ ଆମ ରାଜ୍ୟ ଅଧ୍ୟକ୍ଷଙ୍କୁ ନେଇ ଗୌରାବାନ୍ୱିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.