ପ୍ରମୂଖ ଖବର
  • ଧର୍ମଗଡ଼ : କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
  • ||
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ବେଙ୍ଗଲର ଶୀର୍ଷ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲା କେନ୍ଦ୍ର

Image Courtesy: northeastlivetv

କୋଲକାତା: ରଜାଭବନର ଛବି ଖରାପ କରିବାକୁ ଚେଷ୍ଟା କରିଥିବା ଅଭିଯୋଗରେ କୋଲକାତା ପୋଲିସ କମିଶନର ବିନୀତ ଗୋୟଲ ଏବଂ ଡିସିପିଙ୍କ ବିରୋଧରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।  ବିନୀତ ଗୋୟଲ ଏବଂ ଡିସିପି ଇନ୍ଦିରା ମୁଖାର୍ଜୀଙ୍କ ବିରୋଧରେ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ରିପୋର୍ଟ ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡ଼ିଛି ।  ରାଜ୍ୟପାଳଙ୍କ ଅଭିଯୋଗ କ୍ରମେ ସିପି ଏବଂ ଡିସିପିଙ୍କ କାର୍ଯ୍ୟକଳାପ ଜଣେ ଅଧିକାରୀଙ୍କ ଭଳି ନୁହେଁ ବୋଲି ରାଜ୍ୟପାଳ ଅଭିଯୋଗ କରିଛନ୍ତି । 

ନିର୍ବାଚନ ପରବର୍ତ୍ତୀ ହିଂସାର ପୀଡ଼ିତଙ୍କୁ ପୋଲିସ ରାଜ୍ୟପାଳଙ୍କୁ ଭେଟିବାକୁ ଦେଇନଥିଲା । ଏନେଇ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ପୋଲିସ ବେଖାତିର କରିଥିଲା ବୋଲି ସିଭି ବୋଷ ଜୁନ୍‌ରେ ଗୃହ ମନ୍ତ୍ରାଳୟକୁ ଦେଇଥିବା ରିପୋର୍ଟରେ ଦର୍ଶାଇଥିଲେ ।  ରାଜ୍ୟପାଳଙ୍କ ରିପୋର୍ଟ ପରେ ଏବେ ଆଇପିଏସ୍‌ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି କେନ୍ଦ୍ର ଗୃହ ମନ୍ତ୍ରାଳୟ ପ୍ରକ୍ରିୟା ଆରମ୍ଭ କରିଛି । ଏହାର ଏକ କପି ରାଜ୍ୟ ସରକାରଙ୍କୁ ପଠାଇ ଦିଆଯାଇଛି । 

ସେପଟେ ରାଜଭବନରେ କାର୍ଯ୍ୟରତ ଅନ୍ୟ କେତେକ ପୋଲିସ ଅଧିକାରୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି ରାଜ୍ୟପାଳ । ଏପ୍ରିଲ-ମେ ୨୦୨୪ରେ ରାଜଭବନରେ ମହିଳାଙ୍କୁ ଦୁର୍ବ୍ୟବହାର ହୋଇଥିବା ନେଇ ସେମାନେ ଦାବି କରିଥିଲେ । ପୋଲିସ ଅଧିକାରୀମାନେ ନିୟମ ଉଲ୍ଲଂଘନ କରିଛନ୍ତି ବୋଲି ସିଭି ବୋଷ ଅଭିଯୋଗ ଆଣିଛନ୍ତି ।   ରିପୋର୍ଟରେ ରାଜ୍ୟପାଳ ଲେଖିଛନ୍ତି ଯେ, କୋଲାକାତା ପୋଲିସ ରାଜଭବନ କର୍ମଚାରୀଙ୍କୁ ପରିଚୟ ପତ୍ର ପ୍ରଦାନ କରୁଛି । ଏହା ସହ ରାଜଭବନକୁ ଗଲା ବେଳେ ଏବଂ ଆସିବା ବେଳେ ସେମାନଙ୍କୁ ଚେକ୍‌ କରାଯାଉଛି । ଏନେଇ ରାଜଭବନ ଆପତ୍ତି ଉଠାଇଥିଲେ ବି ପୋଲିସ ମାନୁ ନାହିଁ । 

 ସେପଟେ ନିର୍ବାଚନ ପରବର୍ତ୍ତୀ ହିଂସାରେ ପୀଡ଼ିତଙ୍କୁ ନେଇ  ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀକୁ ରାଜଭବନକୁ ଯିବାକୁ ଦିଆଯାଇନଥିଲା । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ରାଜଭବନରେ କାର୍ଯ୍ୟ କରୁଥିବା ଜଣେ ମହିଳା କର୍ମଚାରୀଙ୍କ ଯୌନ ଶୋଷଣ କରାଯାଇଥିବା ଅଭିଯୋଗ କରି ରାଜ୍ୟପାଳଙ୍କ ଛବି ଖରାପ କରିବାକୁ ଚେଷ୍ଟା କରାଯାଇଛି । କୋଲକାତା ପୋଲିସ କମିଶନର ଏବଂ ଡିସିପି ଇନ୍ଦିରା ମୁଖାର୍ଜୀ ଏକ ଟିମ୍ ଗଠନ କରିବା ସହ ବାରମ୍ବାର ସାମ୍ବାଦିକ ସମ୍ମଳନୀ କରି ରାଜ୍ୟାପାଳଙ୍କ ବିରୋଧରେ ଅପରାଧିକ ମାମଲା ହେବା ଦରକାର ବୋଲି ଦାବି କରିଥିଲେ । ତେବେ ଏସବୁ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଜ୍ୟପାଳ ଜଣାଇଥିଲେ ବି ଫଳ ଶୂନ । ସେପଟେ ବିନୀତ ଗୋୟଲ କେନ୍ଦ୍ର ଗୃହ ମନ୍ତ୍ରାଳୟର କାର୍ଯ୍ୟାନୁଷ୍ଠାନ ସଂପର୍କରେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି । ଇନ୍ଦିରା ମୁଖାର୍ଜୀ ମଧ୍ୟ ସମାନ କଥା ଦୋହରାଇଛନ୍ତି ।

  • Kolkata Police
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.