ନୂଆଦିଲ୍ଲୀ: ଉତ୍ତରପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ଏଠାରେ ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କ ମୃତ୍ୟୁରେ ଭାଙ୍ଗିପଡି ନିଜେ ଆତ୍ମହତ୍ୟା କରିଛନ୍ତି । ତେବେ ଆତ୍ମହତ୍ୟା କରିଥିବା ମହିଳା ହେଉଛନ୍ତି ଗୋରଖପୁରର ଜଣାଶୁଣା ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ରାମ ଶରଣ ଶ୍ରୀବାସ୍ତବଙ୍କ ଝିଅ ସଞ୍ଚିତ ଶ୍ରୀବାସ୍ତବ । ସେ ଆଜି ସକାଳେ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ସ୍ୱାମୀଙ୍କ ମୃତ୍ୟୁ ବିଷୟରେ ସୂଚନା ପାଇବା ପରେ ସଞ୍ଚିତ ଏହି ପଦକ୍ଷେପ ନେଇଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ଖବର ପାଇବା ପରେ କ୍ୟାଣ୍ଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲା । ସୂଚନା ଅନୁଯାୟୀ ଆତ୍ମହତ୍ୟାର କାରଣ ପାରିବାରିକ ବିବାଦ ବୋଲି କୁହାଯାଉଛି ।
ମହିଳା ଜଣକ କିଛି ଦିନ ହେବ ତାଙ୍କ ବାପ ଘରେ ରହୁଥିଲେ । ସୂଚନା ମୁତାବକ ଶନିବାର ରାତିରେ ସଞ୍ଚିତଙ୍କ ସ୍ୱାମୀ ହରିଶ ବାଗେଶ କିଛି ସମସ୍ୟା ହେତୁ ଆତ୍ମହତ୍ୟା କରିଥିଲେ। ହରିଶ୍ ପାଟଣାର ବାସିନ୍ଦା ଥିଲେ । ସେଠାରେ ସେ ଏକ ହୋଟେଲରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ରବିବାର ସକାଳେ ଏହି ସୂଚନା ଆସିଥିଲା । ଏହି ସମୟରେ ପତ୍ନୀ ସଞ୍ଚିତ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ।