ପ୍ରମୂଖ ଖବର
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

CUET-UG ପରୀକ୍ଷାକୁ ନେଇ ବଡ଼ ଘୋଷଣା କଲା ଏନଟିଏ, ପୁଣିଥରେ ହୋଇପାରେ ପରୀକ୍ଷା...

ନୂଆଦିଲ୍ଲୀ : ଜାତୀୟ ପରୀକ୍ଷା ଏଜେନ୍ସି (NTA) CUET-UG ପରୀକ୍ଷାକୁ ନେଇ ଏକ ବଡ଼ ଘୋଷଣା କରିଛି । NTA କହିଛି ଯେ ଯଦି ପରୀକ୍ଷା ସଂଚାଳକ ବିରୋଧରେ ଅଭିଯୋଗ ସତ୍ୟ ବୋଲି ପ୍ରମାଣିତ ହୁଏ, ତେବେ ଜୁଲାଇ ୧୫ ରୁ ୧୯ ମଧ୍ୟରେ ଯେକୌଣସି ଦିନ CUET-UG ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ପୁଣି କରାଯିବ । ଏହି ସମୟରେ, ସ୍ନାତକ ପ୍ରବେଶିକା ପରୀକ୍ଷା ପାଇଁ ଆନ୍‌ସର କି (Answer key) NTA ଦ୍ୱାରା ପ୍ରକାଶ ପାଇଛି ।  ଏହା ସୂଚିତ କରୁଛି ଯେ ଫଳାଫଳ ଘୋଷଣା ହେବ, କିନ୍ତୁ ଏଥିରେ ବିଳମ୍ବ ହୋଇପାରେ ।

ଏନଟିଆର ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପ୍ରାର୍ଥୀମାନେ ଜୁଲାଇ ୯ ରେ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସେମାନଙ୍କ ଅଭିଯୋଗ ପଞ୍ଜିକରଣ କରିପାରିବେ । ଏହା ସହିତ, ଜୁନ୍ ୩୦ ପର୍ଯ୍ୟନ୍ତ ଏଜେନ୍ସି ଦ୍ୱାରା ଗ୍ରହଣ କରାଯାଇଥିବା ଅଭିଯୋଗର ସମାଧାନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ଯଦି ଏହି ଅଭିଯୋଗ ଗୁଡିକ ସତ୍ୟ ବୋଲି ଜଣାପଡେ ତେବେ ୧୫ ରୁ ୧୯ ଜୁଲାଇ ମଧ୍ୟରେ ଯେକୌଣସି ଦିନ NTA ଦ୍ବାରା ପରୀକ୍ଷା ପୁନର୍ବାର କରାଯାଇ ପାରେ ।

ଯଦିଓ ଏଜେନ୍ସି ଗ୍ରହଣ କରିଥିବା ଅଭିଯୋଗ ଉପରେ ଏନଟିଏର ଅଧିକାରୀମାନେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି, କେତେକ ପ୍ରାର୍ଥୀ ଦାବି କରିଛନ୍ତି ଯେ କିଛି ପରୀକ୍ଷା କେନ୍ଦ୍ରରେ ସମୟ ନଷ୍ଟ ଏବଂ ବୈଷୟିକ ସମସ୍ୟା ରହିଛି। ଏନଟିଆର ଅଧିକାରୀମାନେ କହିଛନ୍ତି ଯେ ପ୍ରାର୍ଥୀମାନଙ୍କ ଦ୍ୱାରା କରାଯାଇଥିବା ଆହ୍ୱାନ ଗୁଡିକ ବିଷୟ ବିଶେଷଜ୍ଞ ମାନଙ୍କର ଏକ ପ୍ୟାନେଲ ଦ୍ୱାରା ଯାଂଚ ହେବ ।ସଂଶୋଧିତ ଅନ୍ତିମ ଆନସର କି ଆଧାରରେ ଫଳାଫଳ ଘୋଷଣା କରାଯିବ । 

NEET ଏବଂ NET ସହିତ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ଗୁଡିକ ଗ୍ରହଣ କରାଯାଇଛି । କେତେକ କ୍ଷେତ୍ରରେ କେନ୍ଦ୍ର ସରକାର ସିବିଆଇ ଦ୍ୱାରା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି, କିନ୍ତୁ CUET-UG ର ଫଳାଫଳକୁ ନେଇ ବିବାଦ ଦେଖାଦେଇଛି ।ଏହି କାରଣରୁ ସେମାନଙ୍କର ଫଳାଫଳ ବିଳମ୍ବ ହୋଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.