ପ୍ରମୂଖ ଖବର
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ଦମ୍ପତିଙ୍କୁ ଧକ୍କା ଦେଲା ନେତାଙ୍କ ପୁଅର କାର; ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

Image Courtesy: indiatoday

ମୁମ୍ବାଇ: ମୁମ୍ବାଇରେ ପୁଣି ହିଟ୍ ଏଣ୍ଡ ରନ୍ ମାମଲା । ମାଛ କିଣିବାକୁ ଯାଉଥିବା ଦମ୍ପତିଙ୍କ ସ୍କୁଟିକୁ ଧକ୍କା ଦେଲା ବିଏମଡବ୍ଲୁ। ଏଥିରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ହୋଇଛନ୍ତି । ମୁମ୍ବାଇର ୱର୍ଲି ଅଞ୍ଚଳରେ ଆଜି ଭୋର ୫ଟା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦମ୍ପତି ମାଛ ଆଣିବା ପାଇଁ ସସୁନ୍ ଡକକୁ ଯାଇଥିଲେ । ଫେରିବା ବାଟରେ ୱର୍ଲି ଅଟରିଆ ମଲ୍‌ ନିକଟରେ ସେମାନଙ୍କ ସ୍କୁଟିକୁ ପଛପଟୁ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା ବିଏମଡବ୍ଲୁ କାର । ଏତେ ଜୋରରେ ଧକ୍କା ଦେଇଥିଲା ଯେ ସ୍ୱାମୀ-ସ୍ତ୍ରୀ ଛିଟିକି ପଡ଼ି ବିଏମଡବ୍ଲୁ ବନେଟ୍ ଉପରେ ପଡିଥିଲେ । 

ନିଜକୁ ବଞ୍ଚାଇବାକୁ ଚେଷ୍ଟା କରି ସ୍ୱାମୀ ବନେଟରୁ ଡେଇଁବାରେ ସଫଳ ହୋଇଥିଲେ। କିନ୍ତୁ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା । ତେବେ ଦୁର୍ଘଟଣାସ୍ଥଳରୁ ବିଏମଡବ୍ଲୁ ସହ ଚମ୍ପଟ ମାରିଥିଲା ଡ୍ରାଇଭର । ଦୁର୍ଘଟଣା ଘଟାଇଥିବା ବିଏମଡବ୍ଲୁଟି ଏକନାଥ ସିନ୍ଦେ ଶିବସେନା ଗୋଷ୍ଠୀର ଜଣେ ନେତାଙ୍କର ବୋଲି ଜଣାପଡିଛି । ସିନ୍ଦେ ଶିବସେନା ଗୋଷ୍ଠୀର ନେତାଙ୍କ ପୁଅ ମିହିର ଶାହ କାର ଚଳାଉଥିଲେ ବୋଲି କୁହାଯାଉଛି । ୨୪ ବର୍ଷୀୟ ଯୁବକ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଛନ୍ତି । 

ପାଲଘର ଜିଲ୍ଲାର ଶିବସେନା ନେତା ଏବଂ ମିହିର ଶାହଙ୍କ ବାପା ରାଜେଶ ଶାହଙ୍କୁ ପୋଲିସ ଅଟକ ରଖିଛି ।  କାରଟି ରାଜେଶ ଶାହଙ୍କା ନାଁରେ ପଞ୍ଜିକୃତ ରହିଛି । ତାଙ୍କ ଡ୍ରାଇଭର ରାଜରିଶି ବିଦ୍ବାତଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି ।  ଦୁର୍ଘଟଣାର ଶିକାର ହୋଇଥିବା ଦମ୍ପତି ପ୍ରଦୀପ ନଖ୍ବା (୫୦) ଏବଂ ତାଙ୍କ ସ୍ତ୍ରୀ କାବେରୀ ନଖ୍ବା । କାବେରୀଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରଦୀପ ହସ୍ବିଟାଲରେ ଜୀବନ ସହ ସଂଘର୍ଷ କରୁଛନ୍ତି । 

ସେପଟେ କାର ଚଳାଉଥିବା ମିହିର ଶାହଙ୍କୁ ପୋଲିସ ଗିରଫ କରିବାକୁ ଉଦ୍ୟମ ଚଳାଇଛି । ଏହାରି ମଧ୍ୟରେ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମାମଲାରେ ନିରପେକ୍ଷ ତଦନ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.