ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଭଞ୍ଜବିହାରରେ ରାଗିଂ ଘଟଣା: ୧୭ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ,୪ ଜଣ ହଷ୍ଟେଲ୍‌ ଛାଡ଼ିବେ, ୧୩ ଜଣଙ୍କୁ ଜରିମାନା

Published By : Prameya | October 6, 2024 11:23 AM

ଗୋପାଳପୁର,୦୬/୧୦: ବ୍ରହ୍ମପୁର  ବିଶ୍ୱବିଦ୍ୟାଳୟ (ଭଞ୍ଜବିହାର)ରେ ଗତ  ମାସ ୨୧ ତାରିଖ ରାତିରେ ନୂତନ  ହଷ୍ଟେଲ୍‌ରେ ରହୁଥିବା ପ୍ରଥମ ବର୍ଷ  ଛାତ୍ରଙ୍କୁ ରାଗିଂ ଘଟଣାରେ ୧୭ ଜଣ  ବରିଷ୍ଠ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ହୋଇଛି । ଆଣ୍ଟି ରାଗିଂ କମିଟି ଓ ଶୃଙ୍ଖଳା କମିଟି ନିଷ୍ପତ୍ତି ପ୍ରକାରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଇଥିବା କହିଛନ୍ତି  କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ।  ଆଇଆର୍‌ ଏଣ୍ଡ ପିଏମ୍‌, ସାମ୍ବାଦିକତା ଓ  ଗଣଯୋଗାଯୋଗ ବିଭାଗ, ଇଂରାଜୀ ଏବଂ  ଏମ୍‌ବିଏ ବିଭାଗର ଜଣେ ଲେଖାଏଁ ଦ୍ୱିତୀୟ  ବର୍ଷର ଛାତ୍ରଙ୍କୁ ସେମାନେରହୁଥିବା  ନାଗାବଳୀ, ଋଷିକୁଲ୍ୟା, ବଂଶଧାରା ହଷ୍ଟେଲ  ସପ୍ତାହକ ମଧ୍ୟରେ ଛାଡ଼ିବାକୁ ବା ଖାଲି  କରିବାକୁ ନିର୍ଦ୍ଦେଶ ହୋଇଛି । ସେହିପରି  ଅନ୍ୟ ୧୩ ଜଣ ଛାତ୍ରଙ୍କୁ ୧ ହଜାର  ଟଙ୍କା ଲେଖାଏଁ ଜରିମାନା ଦେବା ସହ  ଭବିଷ୍ୟତରେ ରାଗିଂରେ ସମ୍ପୃକ୍ତ ରହିବେ  ନାହିଁ ବୋଲି ଅଣ୍ଡର୍‌ଟେକିଂ(ସ୍ୱୀକାରନାମା)  ଦେବାକୁ ବିଜ୍ଞପ୍ତି ଜାରି ହୋଇଛି ।  

ଗତ ୨୧ ତାରିଖରେ ଦ୍ୱିତୀୟ ବର୍ଷର  ଛାତ୍ରମାନେ ପ୍ରଥମ ବର୍ଷର କିଛି ଛାତ୍ରଙ୍କୁ  ରାଗିଂ କରି ମାନସିକ ଯନ୍ତ୍ରଣା ଦେଇଥିବା  ଅଭିଯୋଗ ହୋଇଥିଲା । ଏ ନେଇ  ଛାତ୍ରମାନେ ସିଧାସଳଖ ୟୁଜିସି ଆଣ୍ଟି ରାଗିଂ ସେଲ୍‌କୁ ଅଭିଯୋଗ କରିଥିଲେ । ରାଗିଂର  ସମ୍ମୁଖୀନ ହୋଇଥିବା ଛାତ୍ରଙ୍କ ଅଭିଯୋଗ  ଆଧାରରେ ୟୁଜିସ ପକ୍ଷରୁ ଗତ ୨୨ ତାରିଖରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ତଦନ୍ତ  ପାଇଁ ଚିଠି ହୋଇଥିଲା । ସେହିଦିନ ହଷ୍ଟେଲ ଦାୟିତ୍ୱରେ ଥିବା  ଅଧୀକ୍ଷକ, ଉପଅଧୀକ୍ଷକମାନେ ଛାତ୍ରାବାସ ଯାଇ ପ୍ରାଥମିକ  ତଦନ୍ତ ସହ ବୁଝାସୁଝା କରି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ ।  

୨୩ ତାରିଖରେ କୁଳପତିଙ୍କ ନିର୍ଦ୍ଦେଶକ୍ରମେ ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀଙ୍କ  ପୌରୋହିତ୍ୟରେ ଶୃଙ୍ଖଳା କମିଟି ଏବଂ ଆଣ୍ଟି ରାଗିଂ କମିଟି  ସଦସ୍ୟଙ୍କ ସହ ଆଲୋଚନା ହୋଇଥିଲା । ଅଭିଯୋଗର ତଦନ୍ତ  ପାଇଁ ୧୨ ଜଣିଆ ଆଣ୍ଟି ରାଗିଂ ଦଳ ସମେତ ବିଶ୍ୱବିଦ୍ୟାଳୟ  ନିରାପତ୍ତା ଅଧିକାରୀ ବା ଡିଏସ୍‌ପି ଦୀପ୍ତିକାନ୍ତ ପ୍ରଧାନଙ୍କୁ  ମିଳିତ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଥିଲା । ସିସିଟିଭି ଫୁଟେଜକୁ ଆଧାର କରି ରାଗିଂ  କରିଥିବା ଛାତ୍ରଙ୍କୁ ଚିହ୍ନଟ କରି ଜଣ ଜଣ କରି ମୌଖିକ  ଭାବେ ପଚରାଉଚରା କରାଯାଇଥିଲା । ୧୭ ଜଣ ଛାତ୍ରଙ୍କ ସମ୍ପୃକ୍ତି  ନେଇ ତଦନ୍ତ ରିପୋର୍ଟ ଶୁକ୍ରବାର ରାତିରେ କୁଳପତିଙ୍କୁ ପ୍ରଦାନ  କରାଯାଇଥିଲା । ଏହାରି ଆଧାରରେ ଶନିବାର କାର୍ଯ୍ୟାନୁଷ୍ଠାନ  ନିଷ୍ପତ୍ତି ନିଆଯାଇଛି। 

ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷ କହିଛନ୍ତି ଯେ- ରାଗିଂ ଯାଞ୍ଚ  କମିଟି, ଡିଏସ୍‌ପିଙ୍କ ମିଳିତ ତଦନ୍ତ ରିପୋର୍ଟ ଶୁକ୍ରବାର କୁଳପତିଙ୍କୁ ହସ୍ତାନ୍ତର କରାଯାଇଥିଲା । ସେହିପରି କୁଳପତି ପ୍ରଫେସର ଦାଶ କହିଛନ୍ତି ଯେ- ତଦନ୍ତ ରିପୋର୍ଟ ଆଧାରରେ  ଶୃଙ୍ଖଳା କମିଟି ନିଷ୍ପତ୍ତିକ୍ରମେ ୩ଟି ହଷ୍ଟେଲରେ ରହୁଥିବା ଦ୍ୱିତୀୟ ବର୍ଷର ୪ ଜଣ ଛାତ୍ରଙ୍କୁ ସପ୍ତାହ ଭିତରେ ହଷ୍ଟେଲ  ଛାଡ଼ିବା ଏବଂ ଅନ୍ୟ ୧୩ ଜଣ ଛାତ୍ରଙ୍କୁ ୧ ହଜାର ଟଙ୍କା ଜରିମାନା ପ୍ରଦାନ ସହ ଅଣ୍ଡରଟେକିଂ ଲିଖିତ ଆକାରରେ  ପ୍ରଦାନ କରିବାକୁ କୁହାଯାଇଛି । ଯାଞ୍ଚ ରିପୋର୍ଟକୁ ୟୁଜିସି  ମାଗିଥିବାରୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ମଧ୍ୟ ପ୍ରଦାନ କରାଯାଇଛି ।  ଭଞ୍ଜବିହାରରେ ଆଗାମୀ ଦିନରେ ବିଶୃଙ୍ଖଳା କଲେ ଦୃଢ଼  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.