ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ବସ୍‌ର ପ୍ରବେଶ ଦ୍ବାର ନିକଟରେ ଛିଡ଼ା ହୋଇଥିଲେ ଯାତ୍ରୀ, ବାରଣ କରିବାରୁ କଣ୍ଡକ୍ଟରଙ୍କୁ ଛୁରାମାଡ଼

Published By : Tapas Panda | October 2, 2024 7:20 PM

ବେଙ୍ଗାଲୁରୁ: ବସ୍‌ର ପ୍ରବେଶ ଦ୍ବାର ନିକଟରେ ଛିଡ଼ା ହେବାକୁ ବାରଣ କରିବାରୁ କଣ୍ଡକ୍ଟରଙ୍କୁ ଛୁରାମାଡ଼ କଲେ ଯୁବକ । ୪୫ ବର୍ଷୀୟ ବସ କଣ୍ଡକ୍ଟର ଯୋଗେଶ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେପଟେ ୨୩ ବର୍ଷୀୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଏଭଳି ଅଭାବନୀୟ ଘଟଣା ବେଙ୍ଗାଲୁରୁରେ ଘଟିଥିବା ବେଳେ କଣ୍ଡକ୍ଟରଙ୍କୁ ଛୁରାମାଡ଼ ହୋଇଥିବା ସୂଚନା ଦେଇଛି ବେଙ୍ଗାଲୁରୁ ମେଟ୍ରୋପଲିଟାନ୍‌ ଟ୍ରାନ୍ସପୋର୍ଟ କର୍ପୋରେସନ୍‌ ( ବିଏମଟିସି) ।   

ଏହା ସହ ବସ ଭିତରେ ଲାଗିଥିବା ଏକ ସିସିଟିଭି ଫୁଟେଜ ଭାଇରାଲ୍‌ ହେଉଛି । ଯେଉଁଥିରେ ହର୍ଷ ସିହ୍ନା କଣ୍ଡକ୍ଟର ଯୋଗେଶଙ୍କ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ, ହର୍ଷ ସିହ୍ନା ଝାଡ଼ଖଣ୍ଡର ବାସିନ୍ଦା ହୋଇଥିବା ବେଳେ ୩ ସପ୍ତାହ ହେଲା ଚାକିରି ହରାଇ ବେରୋଜଗାର ଅଛନ୍ତି । ଚାକିରି ହରାଇ ସେ ନିରାଶ ହୋଇଯାଇଛନ୍ତି ବୋଲି ପୋଲିସକୁ କହିଛନ୍ତି ହର୍ଷ । 

 ଗତକାଲି ସନ୍ଧ୍ୟାରେ ଆଇଟିପିଏଲ୍‌ ଛକରେ ଏହି ଘଟଣା ଘଟିଥିବା ନେଇ ପୋଲିସ କହିଛି । ଯାତ୍ରୀଙ୍କ ଯା-ଆସ କରିବାରେ ଅସୁବିଧା ହେଉଥିବାରୁ ଯୋଗେଶ ବସ୍‌ର ପ୍ରବେଶ ଦ୍ବାରାରେ ଛିଡ଼ା ନହେବାକୁ ହର୍ଷଙ୍କୁ କହିଥିଲେ । ଏହି କଥାକୁ ନେଇ  ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହା ପରେ ହର୍ଷ ନିଜ ବ୍ୟାଗରୁ ଏକ ଛୁରୀ ବାହାର କରି ଯୋଗେଶଙ୍କ ଶରୀରରେ ଭୁସି ଦେଇଥିଲେ । ଏହା ଦେଖି ଯାତ୍ରୀ ଭୟଭୀତ ହୋଇପଡ଼ିବା ସହ ବସ୍‌ରୁ ତଳକୁ ଓହ୍ଲାଇ ଯାଇଥିଲେ । ହର୍ଷ ସିହ୍ନା ଅନ୍ୟ ଯାତ୍ରୀଙ୍କୁ ଧମକାଇଥିଲେ ବୋଲି ଜଣାପଡ଼ିଛି ।  ସେପଟେ ବସ୍‌ ଡ୍ରାଇଭର ସିଦ୍ଦାଲିଙ୍ଗା ସ୍ବାମୀ ବସ୍‌ର ଡୋର୍‌ ଲକ୍‌ କରି ତଳକୁ ଓହ୍ଲାଇ ପଡ଼ିଥିଲେ । ଫଳରେ ହର୍ଷ ବସ୍‌ ବାହାରକୁ ଆସିପାରି ନଥିଲେ । ଏହା ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିଥିଲା । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.