ପ୍ରମୂଖ ଖବର
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ, ପୁରୀରେ ମଧ୍ୟମ ଧରଣର ବର୍ଷା ହୋଇପାରେ
  • ||

ଆମେଥିରେ ଲୋମହର୍ଷକ ଘଟଣା, ଶିକ୍ଷକଙ୍କ ସମେତ ପୂରା ପରିବାରକୁ ଘରେ ପଶି ହତ୍ୟା କଲେ ଦୁର୍ବୃତ୍ତ…

Published By : Ladu Kishor | October 3, 2024 9:50 PM

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆମେଥିରୁ ଏକ ଲୋମହର୍ଷକ ଘଟଣା ଏବେ ସାମ୍ନାକୁ ଆସିଛି । ଏଠାରେ ଦୁର୍ବୃତ୍ତ ମାନେ ଘରେ ପଶି ଶିକ୍ଷକଙ୍କ ସମେତ ତାଙ୍କ ସମଗ୍ର ପରିବାରକୁ ହତ୍ୟା କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଲୋକ ମାନେ ଭୟଭୀତ ହୋଇ ପଡ଼ିଛନ୍ତି । 

ମିଳିଥିବା ସୂଚନା ଅନୁଯାୟୀ ଶିକ୍ଷକ, ତାଙ୍କ ପତ୍ନୀ ଏବଂ ଉଭୟ ପିଲାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଶିକ୍ଷକ ତାଙ୍କ ପରିବାର ସହିତ ଆମେଥିରେ ଏକ ଭଡା ଘରେ ରହୁଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀ ମାନଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଦୋଷୀ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ।

ଏହି ଦୁଃଖଦ ଘଟଣା ଆମେଥିର ଶିବରତନଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ଭବାନୀ ନଗର ଛକରେ ଘଟିଥିବା କୁହାଯାଉଛି । ସୂଚନାନୁସାରେ, ଶିକ୍ଷକ ସିଂହପୁର ବ୍ଲକର ପାନହୌନା ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତ ଥିଲେ । ମୃତ ଶିକ୍ଷକ ସୁନୀଲ କୁମାରଙ୍କୁ ପନହୌନାର କମ୍ପୋଜିଟ୍ ସ୍କୁଲରେ ସହକାରୀ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିଲା । ସେ ତାଙ୍କ ପତ୍ନୀ, ୬ ବର୍ଷର ଝିଅ ଏବଂ ୨ ବର୍ଷର ପୁଅ ସହିତ ଏକ ଭଡାଘରେ ଏଠାରେ ରହୁଥିଲେ । ଏଠାରେ ପୂରା ପରିବାରକୁ ଗୁଳିକରି ହତ୍ୟା କରାଯାଇଛି । ତେବେ ହତ୍ୟାକାଣ୍ଡର ତଦନ୍ତ ଜାରି ରଖିଛି ପୋଲିସ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.