ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

'କ୍ଷୁଦ୍ର ହୁଅନ୍ତୁ କିମ୍ଵା ବଡ଼ ଜମାକାରୀ, ସବୁ ଚିଟଫଣ୍ଡ୍ କ୍ଷତିଗ୍ରସ୍ତ ଟଙ୍କା ପାଇବେ'

Published By : Rasmita Pradhan | July 4, 2025 2:30 PM

ଭୁବନେଶ୍ଵର, ୦୪/୦୭ : ସମସ୍ତ ଚିଟଫଣ୍ଡ୍ କ୍ଷତିଗ୍ରସ୍ତ ଫେରି ପାଇବେ ଟଙ୍କା। କ୍ଷୁଦ୍ର ହୁଅନ୍ତୁ କିମ୍ଵା ବଡ଼ ଜମାକାରୀ ସମସ୍ତେ ଟଙ୍କା ପାଇବେ। ୧୦ ହଜାର ହେଉକି ୧୦ ଲକ୍ଷ ସାମାନ୍ୟ ପ୍ରମାଣ ଦେଖାଇଲେ ସମସ୍ତଙ୍କୁ ଟଙ୍କା ମିଳିବ। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ଷେ ଭିତରେ ୧ ଲକ୍ଷ ୨୬ ହଜାର ୧୩୭ ଜମାକାରୀଙ୍କୁ ୪୭.୦୭ କୋଟି ଟଙ୍କା ଫେରସ୍ତ ହୋଇଛି। ଆସନ୍ତା ୩-୪ ମାସ ମଧ୍ୟରେ ଆଉ ୫ ଲକ୍ଷ ଜମାକାରୀଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ନିୟମିତ ପ୍ରକ୍ରିୟା, ଆଉ ତାଲିକା ଆସିଲେ ପର୍ଯ୍ୟାୟ କ୍ରମେ ଟଙ୍କା ଦିଆଯିବ। ମନରେ କୌଣସି ଦ୍ଵନ୍ଦ ରଖିବା ଉଚିତ ନୁହେଁ। ସମସ୍ତେ ଟଙ୍କା ପାଇବେ। 

ମନମୋହନ ସାମଲ ଚିଟଫଣ୍ଡ୍ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ସରକାରଙ୍କ ଉପରେ ବିଶ୍ଵାସ ଭରସା ରଖି ଜମାକାରୀମାନେ ଟଙ୍କା ଜମା କରିଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ, ବିଗତ ସରକାରରେ ୧୫ବର୍ଷ ଭିତରେ ୧୭୪ ଚିଟଫଣ୍ଡ କମ୍ପାନୀ ଓଡ଼ିଶାର ସାଧାରଣ ଲୋକଙ୍କ କଷ୍ଟ ଅର୍ଜିତ ଟଙ୍କା ଲୁଟ୍ କରିବାରେ ଲାଗିଥିଲେ। ବିଜେଡିର ଅନେକ ନେତା, ମନ୍ତ୍ରୀ ଏଥିପାଇଁ ଦଣ୍ଡିତ ହୋଇ ଜେଲ୍ ବି ଯାଇଥିଲେ। ପ୍ରାୟୋଜିତ ଚିଟଫଣ୍ଡ କାରଣରୁ ଲକ୍ଷ ଲକ୍ଷ ଲୋକ ଅନିଶ୍ଚିତତା ଭିତରେ ଦିନ କାଟୁଥିଲେ। ସେତେବେଳେ ସରକାର ଉପରୁ ଓଡ଼ିଶା ଲୋକଙ୍କ ବିଶ୍ୱାସ ଉଠିଯାଇଥିଲା। ସୁପ୍ରିମକୋର୍ଟକୁ କେସ୍ ଗଲା ପରେ ପୂର୍ବ ସରକାର କର୍ପସ୍ ଫଣ୍ଡ ତିଆରି କଲେ। କିନ୍ତୁ ବିଜେଡି ସରକାରର ନିୟତି ଠିକ୍ ନଥିବାରୁ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ପୂର୍ବ ସରକାର କମିଶନ ପରେ କମିଶନ ବସାଇଲେ । କିନ୍ତୁ ତଦନ୍ତ ରିପୋର୍ଟ ସାର୍ବଜନୀନ କରାଗଲା ନାହିଁ ।  





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.