ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଗୋଛାପଡ଼ା ଥାନା ଅଞ୍ଚଳରୁ ଜ୍ୟେଷ୍ଠ ବଣ୍ଡକିଙ୍କ ମୃତଦେହ ମିଳିବା ଘଟଣା, ମାମଲାର ତଦନ୍ତ କରିବ କ୍ରଇମବ୍ରାଞ୍ଚ

Published By : Swapna Ray | October 5, 2024 11:47 AM

ବୌଦ୍ଧ, ୫।୧୦: କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅଞ୍ଚଳରୁ ଶନିବାର ଜ୍ୟେଷ୍ଠ ବଣ୍ଡକିଙ୍କ ମୃତଦେହ ମିଳିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ମାମଲାର ତଦନ୍ତ କରିବ କ୍ରଇମବ୍ରାଞ୍ଚ । ଜଣେ କ୍ରାଇମବ୍ରାଞ୍ଚ୍ ଡିସିପିଙ୍କୁ ତଦନ୍ତ ଭାର ଦେଲେ ଏଡିିଜି କ୍ରାଇମବ୍ରାଞ୍ଚ୍ । ତଦନ୍ତ କରିବେ ଡିସିପି ରଜତ କୁମାର ରାୟ । ଏସ୍‌ପି ଶୁଭେନ୍ଦୁ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ପ୍ରୋବେସନର୍‌ ଏସ୍‌ଆଇ ଅଜିତ କୁମାର ବେହେରା, ହାବିଲଦାର ରାମଚନ୍ଦ୍ର ନାୟକଙ୍କୁ ନିଲମ୍ବନ କରାଯାଇଛି । ହୋମଗାର୍ଡ ଅଭିରାମ ମହାନନ୍ଦ, ଜଗବନ୍ଧୁ କହଁର ଓ ରତ୍ନାକର ନାୟକଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି । ଏମାନଙ୍କ ବିରୋଧରେ ମୃତ ଜ୍ୟେଷ୍ଠଙ୍କ ସ୍ତ୍ରୀ ଅଭିଯୋଗ ଆଣିଥିଲେ । ତଦନ୍ତ ପ୍ରକ୍ରିୟାରେ ବାଧା ଉପୁଜିବାର ସମ୍ଭାବନା ଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଅତିରିକ୍ତ ଏସ୍‌ପି ବଳଭଦ୍ର ଦୀପ ପ୍ରକାଶ କରିଛନ୍ତି । 

ଜ୍ୟେଷ୍ଠ ବଣ୍ଡକିଙ୍କ ମୃତ୍ୟୁ ଘଟଣାରେ ଏସ୍‌ପି ପାତ୍ର ମଙ୍ଗଳବାର ଗୋଛାପଡ଼ା ଯାଇ ଘଟଣାର ଅଧିକ ତଦନ୍ତ କରିଛନ୍ତି । ତଦନ୍ତ ପ୍ରକ୍ରିୟା ଜାରି ରହିଥିବା କହିଛନ୍ତି  ଅତିରିକ୍ତ ଏସ୍‌ପି ଦୀପ । ଘଟଣାରେ ପୁଲିସ ସମ୍ପୃକ୍ତି ନେଇ ଅଭିଯୋଗ ଥିବାରୁ ଏହାକୁ ଗୁରୁତ୍ୱର ସହ ନିଆଯାଇଛି । ଯଦି ଏଥିରେ କାହାର ସମ୍ପୃକ୍ତି ପ୍ରମାଣିତ ହୁଏ, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଏସ୍‌ପି ଦୀପ କହିଛନ୍ତି । ସୂଚନାଯୋଗ୍ୟ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବେହେରାପଡ଼ାର ଜ୍ୟେଷ୍ଠ ବଣ୍ଡକିଙ୍କ ମୃତଦେହ ଶନିବାର ଲୁଇସିଂ ପଞ୍ଚାୟତ ଡାଙ୍ଗାଣାମୁ ନିକଟ ରାସ୍ତାକଡ଼ରୁ ମିଳିଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.