ପ୍ରମୂଖ ଖବର
  • ଧର୍ମଗଡ଼ : କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
  • ||
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

କାୟା ମେଲାଉଛି ଡେଙ୍ଗୁ, କର୍ଣ୍ଣାଟକରେ ୭ ହାଜର ଟପିଲା ରୋଗୀଙ୍କ ସଂଖ୍ୟା

ବେଙ୍ଗାଲୁରୁ: କର୍ଣ୍ଣାଟକରେ କାୟା ମେଲାଉଛି ଡେଙ୍ଗୁ । ବର୍ଷା ଦିନରେ ମଶାଙ୍କ ଆତଙ୍କ ଦେଖିବାକୁ ମିଳୁଛି । କର୍ଣ୍ଣାଟକରେ ୭ ହଜାରରୁ ଅଧିକ ଡେଙ୍ଗୁ ମାମଲା ପଞ୍ଜିକୃତ ହୋଇଥିବା ବେଳେ ରାଜଧାନୀ ବେଙ୍ଗାଲୁରୁରେ ସ୍ଥିତି ସଙ୍ଗୀନ । ଜୁଲାଇ ୬ ତାରିଖ ସୁଦ୍ଧା ରାଜ୍ୟରେ ୭,୦୦୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । କେବଳ ବେଙ୍ଗାଲୁରୁରେ ୧୯୦୮ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟ ଜିଲ୍ଲାରେ ମଧ୍ୟ ଡେଙ୍ଗୁ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି । ଚିକାମାଗାଲୁରୁରେ ୫୨୧ ମାମଲା, ମଇସୁରରେ ୪୯୬ ଏବଂ ହାଭେରିରେ ୪୮୧ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । 

ଧରଓ୍ବାଡରେ ୨୮୯ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ଚିତ୍ରଦୁର୍ଗାରେ ୨୭୫ ମାମଲା ସାମ୍ନାକୁ ଆସିଛି ।  ସେପଟେ ଲକ୍ଷଣ ଦେଖାଗଲେ ତୁରନ୍ତ ହସ୍ପିଟାଲରେ ଚେକଅପ୍‌ କରାଇବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ଅଧିକାରୀ । ଅନ୍ୟପଟେ ରାଜ୍ୟରେ ଡେଙ୍ଗୁକୁ ନେଇ ରାଜନୀତି ଜୋର ଧରିଛି । ଡେଙ୍ଗୁ ନିୟନ୍ତ୍ରଣ ଦିଗରେ ଶାସକ କଂଗ୍ରେସର ଉଦାସୀନତାକୁ ବିଜେପି ଦାୟୀ କରିଥିବା ବେଳେ ସିଦ୍ଧରମେୟାଙ୍କ ସରକାର ପାଲଟା ଜବାବ ଦେଇଛି । 

କର୍ଣ୍ଣାଟକର ସ୍ବାସ୍ଥ୍ୟ ମନ୍ତ୍ରୀ ଦୀନେଶ ଗୁଣ୍ଟୁ ରାଓ ବିଜେପିକୁ ଜବାବ ଦେଇ ଏକ୍ସରେ ଲେଖିଛନ୍ତି ଯେ, ଦୟାକରି ଖବରଟିକୁ ପଢ଼ି ପରିସ୍ଥିତିକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଆମେ ସୁପରସ୍ମାର୍ଟ ମଶାଙ୍କୁ ତଡ଼ିବା ଲାଗି ପ୍ରଚେଷ୍ଟା କରୁଥିବା ବେଳେ ବିଜେପି ଲଗାତାର ଖରାପ ଟିପ୍ପଣୀ କରୁଛି । ଡେଙ୍ଗୁ ନିୟନ୍ତ୍ରଣ ଲାଗି ମୋର ଗତ କେତେ ସପ୍ତାହର କାର୍ଯ୍ୟକ୍ରମଙ୍କୁ ଦେଖନ୍ତୁ । କରୋନା ସମୟରେ ଆପଣ କରିଥିବା ଅବହେଳାକୁ ମନେ ପକାନ୍ତୁ । ପୀଡ଼ିତ ପରିବାରକୁ ଯାଇ ସତ କଣ ଜାଣନ୍ତୁ ବୋଲି ସେ ବିଜେପିକୁ ଜବାବ ଦେଇଛନ୍ତି ।  




ସେହିଭଳି ବିଜେପି ଅଭିଯୋଗ କରିଛି ଯେ, କର୍ଣ୍ଣାଟକ ହସ୍ପିଟାଲଗୁଡ଼ିକରେ ପର୍ଯ୍ୟାନ୍ତ ପିଇବା ପାଣିର ଅଭାବ ରହିଛି । ଏଭଳି ସ୍ଥିତିରେ ରାଓ ନିଜକୁ ଦକ୍ଷ ମନ୍ତ୍ରୀ କହୁଛନ୍ତି ।  ଏହି ସମୟରେ ସଠିକ୍‌ ହେବ ଆପଣ (ସ୍ବାସ୍ଥ୍ୟ ମନ୍ତ୍ରୀ) ଇସ୍ତଫା ଦେଇ ଦିଅନ୍ତୁ ବୋଲି ବିଧାନସଭାର ବିରୋଧି ଦଳ ନେତା ବିଜେପିର ଆର ଅଶୋକ କହିଛନ୍ତି ।  ଏହା ସହ ଗରିବ ଲୋକଙ୍କ ଡେଙ୍ଗୁ ପରୀକ୍ଷା ଲାଗି ବ୍ଲକ୍‌ ସ୍ତରୀୟ ଟାସ୍କ ଫୋର୍ସ ଗଠନ ଲାଗି ସେ ଦାବି କରିଛନ୍ତି । ରାସ୍ତା ଉପରୁ ବର୍ଯ୍ୟ ସଫା କରିବା ସହ ପାଣି ଜମିଥିବା ସ୍ଥାନମାନଙ୍କରେ ମଶା ଘଉଡ଼ାଇବା ଲାଗି ଧୂଆଁ ଛାଡ଼ିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି । ସରକାରୀ ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ଚିକତ୍ସା ପାଇଁ ଅଲଗା ଓ୍ବାର୍ଡ କରିବାକୁ ଗୃହରେ ଦାବି କରିଛନ୍ତି ଆର ଅଶୋକ । 

 

 

  • dengue
  • Bengaluru
  • Karnataka
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.