ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

କୂଅରେ ପଡି ୫ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ,୫/୭:କୂଅରେ ପଡି ୫ ଜଣଙ୍କର ମୃତ୍ୟୁ । ଛତିଶଗଡ଼ର ଜଞ୍ଜଗିର-ଚମ୍ପା ଜିଲ୍ଲାର କିକିରଡା ଗ୍ରାମରେ ଘଟିଛି ଏହି ଅଘଟଣ। ତେବେ କୂଅରେ ବିଷାକ୍ତ ଗ୍ୟାସ ଥିବାରୁ ଅଣନିଶ୍ୱାସ ହୋଇ ସେମାନଙ୍କ ମୃତ୍ୟୁ ଘଟି ଥାଇପାରେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ମୃତକମାନେ ହେଉଛନ୍ତି ରାମଚନ୍ଦ୍ର ଜୈସ୍ୱାଲ,ରମେଶ ପଟେଲ, ରାଜେନ୍ଦ୍ର ପଟେଲ, ଜିତେନ୍ଦ୍ର ପଟେଲ ଏବଂ ଟିକେଶ୍ୱର ଚନ୍ଦ୍ର। 

ପ୍ରାଥମିକ ସୂଚନା ଅନୁଯାୟୀ,ରାମଚନ୍ଦ୍ର କୁଅରୁ ଏକ କାଠ ପଟା ବାହାର କରିବା ପାଇଁ ତା ଭିତରକୁ ପଶିଥିଲେ। କିନ୍ତୁ ସେ ବାହାରି ନ ପାରିବାରୁ ଅନ୍ୟମାନଙ୍କୁ ଚିକ୍ତାର କରି ଡ଼ାକିଥିଲେ। ତାଙ୍କ ପାଟି ଶୁଣି ପରିବାର ଅନ୍ୟ ତିନି ଜଣ ସଦସ୍ୟ କୂଅକୁ ଯାଇଥିଲେ। ସେମାନେ କୂଅରୁ ବାହାରି ନ ପାରିବାରୁ ଟିକେଶ୍ୱର ଚନ୍ଦ୍ର ବି କୂଅକୁ ଯାଇଥିଲେ। ସମସ୍ତ ପାଞ୍ଚ ଜଣ ଦୀର୍ଘ ସମୟ ଧରି କୂଅରୁ ନ ଆସିବାରୁ ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଅଗ୍ନିଶମ ବାହିନୀଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲା।ଅଗ୍ନିଶମ ବାହିନୀ ସମସ୍ତଙ୍କୁ ଉଦ୍ଧାର କରି ବାହାରକୁ ଆଣିଥିଲେ। ତୁରନ୍ତ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲେ ମଧ୍ୟ ସମସ୍ତଙ୍କର ମୃତ୍ୟୁ ଘଟିଛି। କୂଅ ଭିତରେ କିଛି ବିଷାକ୍ତ ଗ୍ୟାସ୍ ଥିବା କାରଣରୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା କାରଣରୁ ମୃତ୍ୟୁ ଘଟିଥିବା ପୁଲିସ କହିଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.