ପ୍ରମୂଖ ଖବର
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ଅଯୋଧ୍ୟାରୁ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ ମୋଦୀ, କିନ୍ତୁ…; ଲୋକସଭାରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା

Image Courtesy: indianexpress

ନୂଆଦିଲ୍ଲୀ: ଆଜି ସଂସଦରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି । ନିଜର ଭାଷଣରେ ସେ ଅନେକ ପ୍ରସଙ୍ଗ ଉପରେ କହିଛନ୍ତି । ଏହି ସମୟରେ ଅଯୋଧ୍ୟା ଲୋକସଭା ଆସନରେ ବିଜେପିର ପରାଜୟ ସଂପର୍କରେ ବି କହିଛନ୍ତି ରାହୁଲ ଗାନ୍ଧୀ । ସେ କହିଛନ୍ତି ଯେ, ‘ଅଯୋଧ୍ୟ-ଫୈଜାବାଦର ସପା ସାଂସଦ ଅବଧେଶ  ପ୍ରସାଦ କହୁଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରୁ ନିର୍ବାଚନ ଲଢ଼ିବା ଲାଗି ଦୁଇ ଥର ସର୍ଭେ କରାଇଥିଲେ । ସର୍ଭେ କରିଥିବା ଲୋକେ ଅଯୋଧ୍ୟାରୁ ନିର୍ବାଚନ ନଲଢ଼ିବାକୁ ମୋଦୀଙ୍କୁ କହିଥିଲେ । କାରଣ ସେଠାକାର ଲୋକେ ତାଙ୍କୁ ହରାଇ ଦେବେ ବୋଲି ସର୍ଭେରୁ ଜଣାପଡ଼ିଥିଲା । ତେଣୁ ମୋଦୀ ବାରଣାସୀ ଗଲେ ଏବଂ ସେଠାରେ ଜୀବନ ବଞ୍ଚାଇଲେ ।’   

ଲୋକସଭାରେ କଂଗ୍ରେସ ସାଂସଦ ଆହୁରି କହିଛନ୍ତି ଯେ, ସପା ସାଂସଦ ଅବଧେଶ ପ୍ରସାଦ ତାଙ୍କୁ କହିଥିଲେ ନିର୍ବାଚନର ପ୍ରଥମ ଦିନରୁ ସେ ଜିତିବେ ବୋଲି ବିଶ୍ବାସ କରୁଥିଲେ । ରାହୁଲ କହିଛନ୍ତି, ଅଯୋଧ୍ୟ-ଫୈଜାବାଦର ସପା ସାଂସଦ ମୋତେ କହିଛନ୍ତି ସେଠାକାର ଲୋକଙ୍କ ଜମିବାଡ଼ି  ନେଇଗଲେ । କିନ୍ତୁ ସେମାନଙ୍କୁ କ୍ଷତିପୂରଣ ଦିଆଗଲାନି । ରାହୁଲ ଗାନ୍ଧୀ କହିଛନ୍ତି ଯେ, ଯେଉଁମାନଙ୍କ ଜମି ନିଆଯାଇଛି ସେମାନଙ୍କୁ ମନ୍ଦିର ଉଦଘାଟନ ସମୟରେ ନିମନ୍ତ୍ରଣ ଦିଆଗଲା ନାହିଁ । 




ରାହୁଲ ଗାନ୍ଧୀଙ୍କ ଅନୁସାରେ ଅବଧେଶ ପ୍ରସାଦ ତାଙ୍କୁ ଆହୁରି କହିଛନ୍ତି ଯେ, ଛୋଟ ବଡ଼ ଦୋକାନ ଭାଙ୍ଗି ସେମାନଙ୍କୁ ରାସ୍ତାକଡ଼କୁ ନେଇ ଆସିଲେ । ମନ୍ଦିର ଉଦଘାଟନ ଉତ୍ସବରେ ଆଦାନୀ-ଅମ୍ବାନୀ ଥିଲେ କିନ୍ତୁ ଅଯୋଧ୍ୟାର କୌଣସି ଲୋକ ନଥିଲେ । ଅଯୋଧ୍ୟାର ଲୋକମାନଙ୍କ ମନରେ ନରେନ୍ଦ୍ର ମୋଦୀ ଭୟ ସୃଷ୍ଟି କରିଥିଲେ । ସେମାନଙ୍କ ଜମି ନେଇଗଲେ । ସେମାନଙ୍କ ଘର ଭାଙ୍ଗିଦେଲେ । କିନ୍ତୁ ମନ୍ଦିର ଉଦଘାଟନରେ ବି ସାମିଲ ହେବାକୁ ଦେଲେ ନାହିଁ ।   

 

  • Narendra Modi
  • Rahul Gandhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.