ପ୍ରମୂଖ ଖବର
  • ୭ରେ ଲଘୁଚାପ: ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
  • ||

ମହାରାଷ୍ଟ୍ରରେ ବଢୁଛି ଜିକା ଭାଇରସ୍ ସଂକ୍ରମଣ, ସବୁ ରାଜ୍ୟକୁ ସତର୍କ ରହିବାକୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ,୩।୭: ମହାରାଷ୍ଟ୍ରରେ ଜିକା ଭାଇରସ୍ ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବୁଧବାର ସବୁ ରାଜ୍ୟକୁ ଆଡଭାଇଜରି ଜାରି କରିଛନ୍ତି। ମହାରାଷ୍ଟ୍ରର କିଛି ସ୍ଥାନରେ ଜିକା ଭାଇସ୍‌ ମାମଲା ଦେଖିବାକୁ ମିଳିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସବୁ ରାଜ୍ୟକୁ ପରାମର୍ଶ ଜାରି କରି ସାରା ଦେଶର ସ୍ଥିତି ଉପରେ କଡା ନଜର ରଖିବାକୁ ନିର୍ଦେଶ ଦେଇଛନ୍ତି। ରାଜ୍ୟରେ କହିଛନ୍ତି, ସେମାନେ ଗର୍ଭବତୀ ମହିଳାଙ୍କୁ ଜିକା ଭାଇରସ୍ ଯାଞ୍ଚ ଉପରେ ଧ୍ୟାନ କେନ୍ଦ୍ରିତ କରି ସଂକ୍ରମିତ ମିହିଳାଙ୍କ ଭ୍ରୁଣର ବିକାଶ ଉପରେ ନଜର ରଖିବାକୁ କହିଛନ୍ତି।

ସ୍ବାସ୍ଥ୍ୟ ସେବା ମହାନିର୍ଦେଶକ ଡକ୍ଟର ଅତୁଲ ଗୋୟଲଙ୍କ ଦ୍ବାରା ଜାରି ପରାମର୍ଶ ବ୍ୟତୀତ ମନ୍ତ୍ରଣାଳୟ ସ୍ବାସ୍ଥ୍ୟ ସୁବିଧାରୁ ଏକ ନୋଡାଲ ଅଧିକାରୀଙ୍କ ନିଯୁକ୍ତିର ନିର୍ଦେଶ‌ ଦେଇଛି, ଯାହାକି ଏଡିସ୍ ମଶାରୁ ହେଉଥିବା ସଂକ୍ରମଣ ଉପରେ ନଜର ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଜିକା ଭାଇସ୍‌ ସଂକ୍ରମଣ ଏଡିସ୍ ମଶାକୁ କାମୁଡିବା ପରେ ବ୍ୟାପିଥାଏ। ଏହି ମଶାରୁ ଡେଙ୍ଗୁ ଓ ଚିକଗୁନିଆ ମଧ୍ୟ ହୋଇଥାଏ। ୨୨ ଜୁଲାଇ ପର୍ଯ୍ୟନ୍ତ ପୁଣେରେ ଜିମାର ୬ଟି ଓ କୋହ୍ଲାପୁରର ସଙ୍ଗମନେରରେ ଏକ ମାମଲା ସାମନାକୁ ଆସିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.