ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

କେସିଆରଙ୍କୁ ଝଟ୍‌କା, ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହେଲେ ସାଂସଦ କେଶବ ରାଓ

Image Courtesy: tv9hindi

ହାଇଦ୍ରାବାଦ: ତେଲେଙ୍ଗାନା ରାଜନୀତିରେ ହଟଚମଟ ଦେଖିବାକୁ ମିଳିଛି । ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌)କୁ ଶକ୍ତ ଝଟକା ଲାଗିଛି । କେସିଆରଙ୍କ ଦଳ ବିଆରଏସ୍‌ର ସାଂସଦ କେ. କେଶବ ରାଓ ଦଳ ଛାଡ଼ିଛନ୍ତି । କେଶବ ରାଓ ବିଆରଏସ୍‌  ଛାଡ଼ି ‘ହାତ’ ଧରିଛନ୍ତି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍‌ ଖଡଗେ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ସାମିଲ ହୋଇଛନ୍ତି । ରାଜ୍ୟସଭା ସାଂସଦ ଏବଂ ବିଆରଏସ୍‌ର ବରିଷ୍ଠ ନେତା ଥିବା କେଶବ ରାଓ କଂଗ୍ରେସରେ ସାମିଲ ହେବେ ବୋଲି ଚର୍ଚ୍ଚା ଲାଗି ରହିଥିଲା । ଆଜି ୧୮ ତମ ଲୋକସଭାର ପ୍ରଥମ ଅଧିବେଶନ ଶେଷ ହେଉ ହେଉ ସେ କଂଗ୍ରେସରେ ସାମିଲ ହୋଇଛନ୍ତି । 

ଦିଲ୍ଲୀରେ କେଶବ ରାଓ ବହୁ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ‘ହାତ’ ଧରିଛନ୍ତି । ମଲ୍ଲିକର୍ଜୁନ ଖଡଗେ, ରାହୁଲ ଗାନ୍ଧୀଙ୍କ ବ୍ୟତୀତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବାନ୍ତ ରେଡ୍ଡୀ, ସାଂସଦ କେସି ବେଣୁଗୋପାଳ ଏବଂ ଦୀପା ଦାସ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ । କଂଗ୍ରେସରେ ସାମିଲ ହେବା ପରେ କେଶବ ରାଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବେ । ୮୪ ବର୍ଷୀୟ ସାଂସଦ କେଶବ ରାଓଙ୍କ ଏଭଳି ନିଷ୍ପତ୍ତି ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଥିବା କୁହାଯାଉଛି । ବିଶେଷ କରି ବିଏଆରଏସ୍‌ ପାଇଁ ଏହା ବଡ଼ ସମସ୍ୟା । 

ସୂଚନା ଅନୁସାରେ, ଗତ ମାର୍ଚ୍ଚ ୮ରେ ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ଦଳ ଛାଡ଼ିବେ ବୋଲି କହିଥିଲେ କେଶବ ରାଓ । କିନ୍ତୁ କେଶବଙ୍କୁ ଛାଡ଼ିବାକୁ ଜମା ରାଜି ନଥିଲେ କେସିଆର । କେଶବ ରାଓ ପୂର୍ବରୁ କଂଗ୍ରେସରେ ଥିଲେ । ୨୦୧୩ରେ ଦଳ ଛାଡ଼ି କେସିଆରଙ୍କ ବିଆରଏସ୍‌ ପାର୍ଟିରେ ସାମିଲ ହୋଇଥିଲେ । ସେ ପ୍ରଥମେ ୨୦୦୬ରେ କଂଗ୍ରେସ ଟିକେଟରେ ରାଜ୍ୟସଭା ଯାଇଥିଲେ । ୨୦୧୪ରେ ବିଆରଏସ୍‌ ପକ୍ଷରୁ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୦ରେ କେଶବ ରାଓ ତେଲେଙ୍ଗାନାରୁ ରାଜ୍ୟସଭା ଯାଇଥିଲେ । ଆଉ ଏବେ ସେ ପୁଣି ଘର ବାହୁଡ଼ା କରିଥିବା ବେଳେ କଂଗ୍ରେସ ତାଙ୍କୁ କଣ ଉପହାର ଦେବ ତା ଉପରେ ସମସ୍ତଙ୍କ ନଜର ରହିଛି । 

  • telengana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.