ପ୍ରମୂଖ ଖବର
  • ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନ ରହିବେ, ଗୁଣ୍ଡିଚା ଯାତ୍ରା ଦେଖିବେ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ, ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ
  • ||
  • ୭ରେ ଲଘୁଚାପ: ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
  • ||

ମୋଦୀଙ୍କୁ ଜୟରାମ ରମେଶଙ୍କ ପ୍ରଶ୍ନ, ପ୍ରଧାନମନ୍ତ୍ରୀ ଅନେକ ଦେଶ ବୁଲୁଛନ୍ତି, ହେଲେ ମଣିପୁର କାହିଁକି ଗସ୍ତ କରୁନାହାଁନ୍ତି ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ବୁଧବାର) ରାଜ୍ୟସଭାରେ ମଣିପୁର ହିଂସା ସମ୍ପର୍କରେ ଏକ ବୟାନ ଦେଇଛନ୍ତି । ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ସମସ୍ତ ସମ୍ଭାବ୍ୟ ପ୍ରୟାସ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ମଣିପୁର ସମ୍ପର୍କିତ ଏହି ବୟାନ ଉପରେ କଂଗ୍ରେସର ସାଧାରଣ ସମ୍ପାଦକ ତଥା ସାଂସଦ ଜୟରାମ ରମେଶ ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ତାଙ୍କ ନିରବତାକୁ ପ୍ରଥମରୁ ହିଁ ଭାଙ୍ଗିବା ଉଚିତ୍ ଥିଲା ।

ଜୟରାମ ରମେଶ କହିଛନ୍ତି ଯେ, "ପ୍ରଧାନମନ୍ତ୍ରୀ କାହିଁକି ତାଙ୍କ ନିରବତା ଭାଙ୍ଗିଲେ ନାହିଁ ? ପ୍ରଧାନମନ୍ତ୍ରୀ କାହିଁକି ସିଏମଙ୍କ ସହ ସାକ୍ଷାତ କଲେ ନାହିଁ ? ସେ ସାଂସଦ ଓ ବିଧାୟକଙ୍କ ସହ କାହିଁକି କଥାବାର୍ତ୍ତା କଲେ ନାହିଁ । ସେ ବହୁତ ପୂର୍ବରୁ ତାଙ୍କ ନିରବତାକୁ ଭାଙ୍ଗିବା ଉଚିତ୍ ଥିଲା । ସେ ବିଭିନ୍ନ ଦେଶ ଗସ୍ତ କରୁଥିଲେ, ହେଲେ ସେ ମଣିପୁର କାହିଁକି ଯାଉନଥିଲେ । ଏଥିରୁ ଏହା ଏକ ବାର୍ତ୍ତା ଯାଉଛି ଯେ, ପ୍ରଧାନମନ୍ତ୍ରୀ ପରିସ୍ଥିତିକୁ ନେଇ ଚିନ୍ତିତ ଅଛନ୍ତି ? 

ଜୟରାମ ରମେଶ କହିଛନ୍ତି, "ରାଜ୍ୟସଭାରେ ମଣିପୁର ବିଷୟରେ ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି ତାହା ବାସ୍ତବତା ବିରୁଦ୍ଧ ଅଟେ । ୩ ମଇ ୨୦୨୩ ମଣିପୁର ଜଳୁଛି । ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ତିକ୍ତତା ଏବଂ ହିଂସା ରହିଛି । ଫେବୃଆରୀ, ୨୦୨୨ରେ ବିଜେପି ଏବଂ ଏହାର ସହଯୋଗୀ ଦଳ ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ପାଇଛି । ହେଲେ ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମଣିପୁରକୁ ଯାଇ ନାହାଁନ୍ତି । ଆଜି ମଧ୍ୟ ମଣିପୁରର ଲୋକମାନେ ପଚାରୁଛନ୍ତି । ଏଥିସହ ଜୟରାମ ରମେଶ ରାଷ୍ଟ୍ରପତିଙ୍କ ସମ୍ବୋଧନ ଉପରେ ପ୍ରଶ୍ନ ଉଠାଇଛନ୍ତି। ରାଷ୍ଟ୍ରପତିଙ୍କ ସମ୍ବୋଧନରେ ମଣିପୁର ବିଷୟରେ ଅଧିକ ଉଲ୍ଲେଖ କରାଯାଇ ନାହିଁ ବୋଲି ସେ କହିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.