ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

NEET ପରୀକ୍ଷା ବ୍ୟାନ୍‌ କରିବାକୁ ଦାବି କଲେ ଅଭିନେତା ବିଜୟ

Image Courtesy: indiatoday

ଚେନ୍ନାଇ: ମେଡିକାଲ୍‌ ପ୍ରବେଶିକା ପରୀକ୍ଷାରେ ବ୍ୟାପକ ଅନିୟମିତତାକୁ ନେଇ ଦେଶରେ ଏବେ ବିବାଦ ଉଗ୍ର ରୂପ ଧାରଣ କରିଛି।  ପେପର ଲିକ୍‌ ଅଭିଯୋଗରେ ଅନେକଙ୍କୁ ସିବିଆଇ ଗିରଫ କରିଥିବା ବେଳେ ମାମଲାର ଖିଅ ଲମ୍ବିବାରେ ଲାଗିଛି । ଏହାରି ମଧ୍ୟରେ ବିଶିଷ୍ଟ ତାମିଲ ଅଭିନେତା ଏବଂ ନୂଆ କରି ରାଜନୀତିରେ ପାଦ ଥାପିଥିବା ଆକ୍ଟର ବିଜୟ ନିଟ୍‌ ପରୀକ୍ଷା ରଦ୍ଦ କରିବାକୁ ଦାବି କରିଛନ୍ତି । ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନଟିଏ) ବିଶେଷ କରି ତାମିଲନାଡୁର ଗ୍ରାମୀଣ ଏବଂ ଦଳିତ ବର୍ଗର ପିଲାମାନଙ୍କ ପ୍ରତି ଅନ୍ୟାୟ କରିଛି ବୋଲି ଥାଲାପତି ବିଜୟ କହିଛନ୍ତି । 

ତାମିଲନାଡୁର ପିଲାମାନେ ନିଜ ମାତୃଭାଷାରେ ପଢ଼ୁଛନ୍ତି କିନ୍ତୁ ପରୀକ୍ଷା ଏନସିଇଆରଟି ପାଠ୍ୟ ଖସଡ଼ା ଅନୁସାରେ ଦେଉଛନ୍ତି । ଏହା କେଉଁ ପ୍ରକାର ନ୍ୟାୟ ବୋଲି ବିଜୟ ପ୍ରଶ୍ନ କରିଛନ୍ତି ।  ଦଶମ ଏବଂ ଦ୍ବାଦଶ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଭାଷଣ ଦେଉଥିବା ବେଳେ ଅଭିନେତା ବିଜୟ ଶିକ୍ଷାର କେନ୍ଦ୍ରୀକରଣ  ଏବଂ ପରୀକ୍ଷା ପ୍ରକ୍ରିୟାକୁ ସମାଲୋଚନା କରିଛନ୍ତି । 

ସେ କହିଛନ୍ତି ଯେ, ‘ଗୋଟିଏ ଦେଶ, ଗୋଟିଏ ପାଠ୍ୟ ଖସଡ଼ା ଏବଂ ଗୋଟିଏ ପରୀକ୍ଷା ପଲିସି ଶିକ୍ଷାର ମୂଳ ଭାବନାର ବିରୋଧାଭାଷ ବୋଲି ମୁଁ ବିଶ୍ବାସ କରୁଛି।’ ଏହା ସହ ସେ ଆହୁରି କହିଛନ୍ତି, ରାଜ୍ୟର ଦରକାର ଅନୁସାରେ ପାଠ୍ୟକ୍ରମ ତିଆରି ହେବା ଆବଶ୍ୟକ । ବିବିଧତା ଆମର ଶକ୍ତି, ଦୂର୍ବଳତା ନୁହେଁ । ତାମିଲାଗା ଭେଟ୍ରି କଜଗମ୍‌ର ମୁଖ୍ୟ ବିଜୟ କହିଛନ୍ତି ଯେ, ନିଟ୍‌ ପରୀକ୍ଷା ଉପରୁ ଭରସା ଉଠିଯାଇଛି । ପେପର ଲିକ୍‌ ହେବା ଦ୍ବାରା ପରୀକ୍ଷା ଉପରେ ଲୋକେ ବିଶ୍ବାସ କରିପାରୁ ନାହାନ୍ତି । ନିଟ୍‌ ପରୀକ୍ଷାକୁ ତୁରନ୍ତ ବ୍ୟାନ କରିବା ହିଁ ଏହାର ସମାଧାନ ବୋଲି ବିଜୟ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.