ପ୍ରମୂଖ ଖବର
  • ଶନିବାର ଜିମ୍ବାୱେ-ଭାରତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଯୁବ ବାହିନୀ
  • ||
  • ଦିନକ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ଠାକୁରଙ୍କ ଆଜ୍ଞାମାଳ ବିଜେକୁ ଅପେକ୍ଷାରେ ତିନିରଥ
  • ||
  • ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନ ରହିବେ, ଗୁଣ୍ଡିଚା ଯାତ୍ରା ଦେଖିବେ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ, ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ
  • ||
  • ୭ରେ ଲଘୁଚାପ: ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
  • ||

ମୁମ୍ବାଇ ଆତଙ୍କୀ ଆକ୍ରମଣର ଅଭିଯୁକ୍ତ ତହବୁର ରାଣାକୁ ଅଣାଯିବ ଭାରତ; ଆମେରିକା କୋର୍ଟରେ ଯୁକ୍ତିତର୍କ

Image source: ABP Live

ମୁମ୍ବାଇ,୦୩/୦୭: ମୁମ୍ବାଇ ଆତଙ୍କୀ ଆକ୍ରମଣରେ ସାମିଲ ଥିବା ପାକିସ୍ତାନୀ ବଂଶୋଦ୍ଭବ କାନାଡ଼ୀୟ ନାଗରିକ ତହବ୍ବୁର ରାଣାକୁ ଭାରତ ଫେରାଇ ଆଣିବାକୁ ପ୍ରସ୍ତୁତି ଚାଲିଛି। ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କୀ ଆକ୍ରମଣରେ ତହବ୍ବୁର ରାଣା ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଆମେରିକାର ସହକାରୀ ଓକିଲ ବ୍ରେମ୍‌ ଏଲ୍ଡେନ ନ୍ୟାୟାଳୟକୁ କହିଛନ୍ତି ଯେ, ଭାରତ ଆମେରିକା ମଧ୍ୟରେ ପ୍ରତ୍ୟାବର୍ତ୍ତନ ଚୁକ୍ତି ବ୍ୟବସ୍ତା ମଧ୍ୟରେ ତହବ୍ବୁର ରାଣାକୁ ଭାରତ ଫେରାଇ ଅଣାଯାଇପାରେ। 

ତହବ୍ବୁର ରାଣାକୁ ଭାରତ ଫେରାଇ ଆଣିବା ପାଇଁ ଭାରତ ସରକାରଙ୍କ ଅନୁରୋଧକୁ ଆମେରିକା ସରକାର ମଞ୍ଜୁରି ଦେଇଥିଲେ, କିନ୍ତୁ ଏହା ବ୍ୟତିତ ରାଣା ଆମେରିକାର ଜିଲ୍ଲା ଅଦାଲତରେ ଆବେଦନ ଦାଖଲ କରିଦେଇଥିଲେ, ଯେଉଁ କାରଣରୁ ରାଣାର ପ୍ରତ୍ୟାବର୍ତ୍ତନ ଅଟକି ଯାଇଥିଲା। ଏବେ ଶୁଣାଣି ସମୟରେ ଆମେରିକୀୟ ଓକିଲ ଏଲ୍ଡେନ କୋର୍ଟକୁ କହିଛନ୍ତି ଯେ, ରାଣାକୁ ଚୁକ୍ତି ପ୍ରାବଧାନ ଆଧାରରେ ଭାରତକୁ ଫେରାଇ ଅଣାଯାଇପାରିବ। ପାକିସ୍ତାନୀ ବଂଶୋଦ୍ଭବ ତଥା କାନାଡ଼ୀୟ ନାଗରିକ ତହବ୍ବୁର ରାଣା (୬୩) ଏବେ ଲସ୍‌ ଏଞ୍ଜେଲ୍ଦ ଜେଲ୍‌ରେ ବନ୍ଦି ହୋଇ ରହିଛି। ରାଣା ଉପରେ ମୁମ୍ବାଇ ଆକ୍ରମଣ ପଛରେ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ ହୋଇଥିଲା। 

ପାକିସ୍ତାନୀ-ଆମେରିକୀୟ ଆତଙ୍କବାଦୀ ହେଭିଡ କୋଲମେନ୍‌ ହେଡ୍‌ଲି ସହିତ ତହବ୍ବୁର ରାଣାର ନାଁ ଯୋଡ଼ି ହୋଇଛି। ଏନେଇ ହେଡ୍‌ଲି ଅନେକ ଥର ଏହାର ବୟାନରେ ସ୍ବୀକାର କରିଛି। ମୁମ୍ବାଇରେ ଷଡ଼ଯନ୍ତ୍ର କରିବାକୁ ହେଡ୍‌ଲି ଆସି‌ଥିଲା। ଏହି ଆତଙ୍କୀ ଆକ୍ରମଣରେ ମୁମ୍ବାଇରେ ୧୬୬ ଲୋକଙ୍କର ମୃତ୍ୟୁ ହୋଇ‌ଥିବା ବେଳେ ୨୩୯ ଜଣ ଆହତ ହୋଇଥିଲେ। ଆତଙ୍କବାଦୀମାନେ ତାଜ୍‌ ହୋଟେଲ୍, ରେସ୍ତୋରାଂ ଏବଂ ଚବାଡ ହାଉସ୍‌ ଉପରେ ଆକ୍ରମଣ କରିଥିଲେ। ମୃତକଙ୍କ ମଧ୍ୟରେ ଆମେରିକାର ମଧ୍ୟ ୬ଜଣ ରହିଥିଲେ। ଆତଙ୍କବାଦୀ ଅଜ୍‌ମଲ୍‌ କସାବକୁ ଜିବନ୍ତ ଧରାଯାଇଥିଲା, ପରେ ତାକୁ ଫାସି ଦିଆଯାଇଥିଲା। ବର୍ତ୍ତମାନ ଅଭିଯୁକ୍ତକୁ ଭାରତକୁ ପଠାଇବା ପାଇଁ ଆମେରିକା ସରକାରଙ୍କ ଅନୁରୋଧକୁ କୋର୍ଟ ଗ୍ରହଣ କରିଛନ୍ତି। ବର୍ତ୍ତମାନ ତାଙ୍କୁ ଶୀଘ୍ର ଭାରତ ଫେରାଇ ଅଣାଯିବ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.