ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ଆଜିଠୁ ମହଙ୍ଗା ହେଲା ରିଚାର୍ଜ, ଜାଣନ୍ତୁ ଗଣିବେ କେତେ ଟଙ୍କା?

ନୂଆଦିଲ୍ଲୀ, ୩/୭:  ଆଜିଠୁ ମହଙ୍ଗା ହେଲା ରିଚାର୍ଜ । ଟେଲିକମ୍ ଅପରେଟର କମ୍ପାନୀ ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ନିଜର ରିଚାର୍ଜ ପ୍ଲାନ ବୃଦ୍ଧି କରିବା ନେଇ ପୂର୍ବରୁ ଘୋଷଣା କରିସାରିଛନ୍ତି । ଆଜିଠୁ ଜିଓ ଏବଂ ଏୟାରଟେଲ ନିଜ ନୂଆ ପ୍ଲାନ ଗ୍ରାହକଙ୍କୁ ପାଇଁ ଲାଗୁ କରିଛି । ଜିଓ ମୋବାଇଲ୍ ସେବା ୧୨ ରୁ ୨୭ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ଏୟାରଟେଲ ସେବା ୧୦ରୁ ୨୧ ପ୍ରତିଶତ ବୃଦ୍ଧି ପାଇଛି । ଫଳରେ ଉଭୟ ଜିଓ ଏବଂ ଏୟାରଟେଲର ପୋଷ୍ଟପେଡ୍ ଏବଂ ପ୍ରିପେଡ୍ ମୋବାଇଲ ରିଚାର୍ଜ ପ୍ଲାନ ମହଙ୍ଗା ହୋଇଛି ।

ରିଲାଏନ୍ସ ଜିଓର ମୂଳ ପ୍ଲାନ ୧୫୫ ଟଙ୍କା ଥିବା ବେଳେ ଏବଂ ଏହା ବୈଧତା ୨୮ ଦିନ ଥିଲା । ଯାହାର ମୂଲ୍ୟ ବର୍ତ୍ତମାନ ୧୮୯ ଟଙ୍କାକୁ ବୃଦ୍ଧି ପାଇଛି । ଦ୍ୱିତୀୟ ପ୍ଲାନ ୨୦୯ ଟଙ୍କା ଥିଲା ଯାହା ୨୪୯ ଟଙ୍କାକୁ ବୃଦ୍ଧି ପାଇଛି । ଏହି ପ୍ଲାନଗୁଡିକର ଡାଟା ଲାଭରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହାସହ ୨୩୯ ଟଙ୍କା ପ୍ଲାନର ମୂଲ୍ୟ ଯାହା ଅସୀମିତ 5G ଡାଟା ପ୍ରଦାନ କରେ ୨୯୯ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ଯୋଜନାରେ, ୟୁଜର୍ସମାନେ କେବଳ ୨୮ ଦିନ ପାଇଁ ଲାଭ ଉଠାଇପାରିବେ ।

ଏୟାରଟେଲ ପ୍ଲାନ ୧୦-୨୧% ବୃଦ୍ଧି କରିଛି । ନୂତନ ପ୍ଲାନ ଅନୁଯାୟୀ ୧୭୯ ଟଙ୍କିଆ ପ୍ଲାନ ବର୍ତ୍ତମାନ ୧୯୯ ଟଙ୍କାରେ ଉପଲବ୍ଧ ହେବ । ପ୍ରିପେଡ୍ ଶୁଳ୍କ ଦିନକୁ ହାରାହାରି ୭୦ ପଇସାରୁ ବୃଦ୍ଧି ପାଇଛି । ପୋଷ୍ଟପେଡ୍ ଯୋଜନାଗୁଡିକ ୧୦-୨୦% ବୃଦ୍ଧି ପାଇଛି । ୩୯୯ ଟଙ୍କା ପୋଷ୍ଟପେଡ୍ ପ୍ଲାନ ବର୍ତ୍ତମାନ ୪୪୯ ଟଙ୍କା ହୋଇଛି । ବର୍ଦ୍ଧିତ ହାର ଆଜିଠୁ ଲାଗୁ ହୋଇଛି । ଅନ୍ୟପଟେ ଭୋଡା ଓ ଆଇଡିଆ ମଧ୍ୟ ନିଜର ରିଚାର୍ଜ ପ୍ଲାନ ବୃଦ୍ଧି କରିଛନ୍ତି । ଯାହା ଆସନ୍ତାକାଲିଠାରୁ ଲାଗୁ ହେବ। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.