ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ଦୁବାଇବାସୀ ଖାଇବେ କଳାହାଣ୍ଡିର ପରିବା, ଆମ୍ୱ ପରେ ରପ୍ତାନୀ ହେଲା ଭେଣ୍ଡି ଏବଂ ପୋଟଳ

କଳାହାଣ୍ଡି,୫/୭:  କଳାହାଣ୍ଡିର ଆମ୍ବ ପରେ ଏବେ ଦୁବାଇବାସୀ ଖାଇବେ କଳାହାଣ୍ଡିର ପରିବା । କଳାହାଣ୍ଡି ଜିଲ୍ଲାର ମଦନପୁରର ରାମପୁର ବ୍ଲକ ଅନ୍ତର୍ଗତ ରାଜାମୁଣ୍ଡା ରେ ଥିବା ଉତ୍ତେଇ ଭ୍ୟାଲି କୃଷି ଉତ୍ପାଦକ ସଂଗଠନ ଦ୍ୱାରା ୫ କୁଇଣ୍ଟାଲ ଭେଣ୍ଡି ଓ ଦେଢ଼ କୁଇଣ୍ଟାଲ ପୋଟଳ ଦୁବାଇକୁ ରପ୍ତାନି କରାଯାଇଛି। ସୋମବାର ଦିନ ଭୁବନେଶ୍ୱର ଏୟାରପୋର୍ଟରୁ କାର୍ଗୋ ମାଧ୍ୟମରେ ଏହି ପରିବା ଦୁବାଇକୁ ଯାଇଥିଲା । ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗର ସହଯୋଗୀ ପାଲାଡିୟମ କନ୍ସଲେନ୍ସି ଏଜେନ୍ସି ସହଯୋଗରେ ଏହା ପଠାଯାଇଛି । ଏହି କମ୍ପାନୀ ତରଫରୁ ପୂର୍ବରୁ ଆମ୍ବ ମଧ୍ୟ ଦୁବାଇ ପଠାଯାଇଥିଲା । 

ଏହି କମ୍ପାନୀ ଗଠନ ହେବା ଦ୍ୱାରା ଚାଷୀ ମାନଙ୍କର ବଜାରୀକରଣ ସମସ୍ୟା ଦୂର ହେଉଥିବା କହିଛନ୍ତି ଚାଷୀ । ଚାଷୀ ଯାହା ଚାଷ କରନ୍ତି ତାହା ଆଣି ଏହି କମ୍ପାନୀ ବିକ୍ରି କରନ୍ତି ଏବଂ ଉଚିତ ମୂଲ୍ୟ ପାଇଥାନ୍ତି । କମ୍ପାନୀର କର୍ମଚାରୀମାନେ ସେହି ପରିବାକୁ ନେଇ ବିକ୍ରିର ବ୍ୟବସ୍ଥା କରନ୍ତି । ବର୍ତ୍ତମାନ ଏହି କମ୍ପାନୀର ବିଭିନ୍ନ ଜିନିଷ ଦେଶ ବାହାରକୁ ଯାଉଥିବାରୁ ତାହା ଚାଷୀମାନଙ୍କୁ ଉତ୍ସାହିତ କରିବା ସହ ଅନେକ ଚାଷୀ ଚାଷ କରିବା ପାଇଁ ଉତ୍ସାହିତ ହେବେ ବୋଲି କହିଛନ୍ତି କମ୍ପାନୀ ଡାଇରେକ୍ଟର ପ୍ରକାଶ ତ୍ରିପାଠୀ ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.