ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ହାଥରସ୍‌ରେ ପହଞ୍ଚିଲେ ଯୋଗୀ ଆଦିତ୍ୟନାଥ, ଭୋଲେ ବାବାଙ୍କ ମୁଖ୍ୟ ସେବକଙ୍କ ନାଁରେ ମାମଲା ରୁଜୁ

ଲକ୍ଷ୍ନୌ, ୩।୭: ଉତ୍ତରପ୍ରଦେଶର ଏକ ସତସଙ୍ଗ ସଭାରେ ହୋଇଥିବା ଦଳାଚକଟା ସ୍ଥିତିର ଅନୁଧ୍ୟାନ କରିବା ପାଇଁ ହାଥରସରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଘଟଣାସ୍ଥଳକୁ ଯିବା ସହ ଘଟଣାରେ ଆହତ ଲୋକଙ୍କୁ ହାଥରସ୍ ଜିଲ୍ଲା ଡାକ୍ତରଖାନାରେ ଭେଟିବେ । ହାଥରସ୍ ପୁଲିସ ଲାଇନ୍‌ରେ ତାଙ୍କ ହେଲିକପ୍ଟର ଲ୍ୟାଣ୍ଡ କରିଛି । ପ୍ରମୁଖ ସଚିବ ମନୋଜ କୁମାର, ଜିପି ପ୍ରଶାନ୍ତ କୁମାର ଓ ପ୍ରଦେଶ ସରକାରର ଅନେକ ମନ୍ତ୍ରୀ ଗତ ମଙ୍ଗଳବାର ରାତିରୁ ହାଥରସ୍‌ରେ ଉପସ୍ଥିତ ରହି ସ୍ଥିତ ଅନୁଧ୍ୟାନ କରୁଛନ୍ତି । 

ମଙ୍ଗଳବାର ଯୋଗୀ ମୃତକଙ୍କ ପରିବାରଙ୍କୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିଥିବା ବେଳେ ଆହତଙ୍କୁ ୫୦ ହଜାର ଲେଖାଏଁ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି । ସେଠାକାର ଅଧିକାରୀଙ୍କ ସହ ମଧ୍ୟ ଏ ସଂପର୍କରେ ଆଲୋଚନା କରିବେ ଯୋଗୀ ଆଦିତ୍ୟନାଥ । ଘଟଣାସ୍ଥଳରେ ଫରେନସିକ ଓ ଡଗ୍ ସ୍କ୍ୱାର୍ଡକୁ ମଧ୍ୟ ଲଗାଯାଇଛି । ତା’ ସହ ପୁଲିସକୁ ମଧ୍ୟ ମୁତୟନ କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ପ୍ରକାଶଥାଉ ଯେ, ହାଥରସ୍‌ ଦଳାଚକଟାରେ ପ୍ରାୟ ୧୨୨ ଜଣଙ୍କୁ ମୃତ୍ୟୁ ହୋଇଛି । 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.