ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ଫତେହପୁରରେ ଆଶ୍ଚର୍ଯ୍ୟଜନକ ଘଟଣା, ୫ ଥର ସାପ କାମୁଡ଼ିବା ପରେ ବଞ୍ଚିଗଲେ ବ୍ୟକ୍ତି

ନୂଆଦିଲ୍ଲୀ,୩/୭: ଜଣେ ବ୍ୟକ୍ତିଙ୍କୁ ଦୁଇ ମାସ ଭିତରେ ପାଞ୍ଚ ଥର ସାପ କାମୁଡ଼ିବା ପରେ ମଧ୍ୟ ସେ ସୁସ୍ଥ ଅଛନ୍ତି । ତାଙ୍କୁ ଯେତେ ଥର ସାପ କାମୁଡ଼ିଛି ଚିକିତ୍ସା ହେବା ପରେ ସେ ଭଲ ହୋଇ ଯାଇଛନ୍ତି। ଉତ୍ତରପ୍ରଦେଶର ଫତେହପୁରରେ ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ତେବେ ସେହି  ବ୍ୟକ୍ତି ଜଣକ ହେଉଛନ୍ତି ବିକାଶ ଦୁବେ। ତାଙ୍କୁ ବାରମ୍ବାର ସାପ କାମୁଡ଼ିବାରୁ ସେ ନିଜ ଘର ଛାଡ଼ି ତାଙ୍କ ମାଉସୀ ଘରକୁ ବି ଚାଲି ଯାଇଥିଲେ। କିନ୍ତୁ ସେଠାରେ ମଧ୍ୟ ତାଙ୍କୁ ସାପ କାମୁଡ଼ିଥିଲା, ହେଲେ ସେ ଚିକିତ୍ସା ହେବା ପରେ ବର୍ତ୍ତମାନ ସୁସ୍ଥ ଅଛନ୍ତି । 

ସୂଚନା ଅନୁସାରେ, ଜୁନ୍ ୨ରେ ବିକାଶ ସକାଳେ ଉଠିବା ପରେ ତାଙ୍କୁ ସର୍ପାଘାତ କରିଥିଲା। ପରିବାର ଲୋକେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଦୁଇ ଦିନ ଚିକିତ୍ସା ହେବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ପୁଣି ସାତ ଦିନ ପରେ ଅର୍ଥାତ ଜୁନ୍ ୧୦ରେ ଆଉ ଏକ ସାପ କାମୁଡ଼ିବାରୁ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ପରିବାର ଲୋକେ ପୁଣି ଥରେ ସେହି ନର୍ସିଂହୋମକୁ ନେଇଥିଲେ। ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି କି ନାହିଁ ପୁଣି ଜୁନ୍ ୧୭ରେ ଆଉ ଏକ ସର୍ପାଘାତର ସାମ୍ନା କରିଥିଲେ ବିକାଶ। ତୃତୀୟ ସର୍ପାଘାତରେ ମଧ୍ୟ ସେ ଭଲ ହୋଇ ଯାଇଥିଲେ।

ଏହାପରେ ପୁଣି ଚତୁର୍ଥ ଥର ସାପ କାମୁଡ଼ିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ। ଆଉ କାଳ ବିଳମ୍ବ ନକରି ତାଙ୍କୁ ସେହି ନର୍ସିଂହୋମରେ ଭର୍ତ୍ତି କରିଥିଲେ। ଡାକ୍ତର ମଧ୍ୟ ବିକାଶଙ୍କ ଏ ସିରିଜ୍ ସାପ କାମୁଡ଼ା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେ ଯାହା ବି ହେଉ ଚତୁର୍ଥ ସାପ କାମୁଡ଼ାରେ ମଧ୍ୟ ବିକାଶ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏହାପରେ ବିକାଶଙ୍କୁ ଘରଠାରୁ କିଛି ଦିନ ଦୂରରେ ରହିବାକୁ ପରାମର୍ଶ ଦେଇଥିଲେ ଡାକ୍ତର। ଫଳରେ ତାଙ୍କୁ ଫତେହପୁରର ରାଧା ନଗରରେ ଥିବା ମାଉସୀ ଘରେ ରଖା ଯାଇଥିଲା। ଆଶ୍ଚର୍ଯ୍ୟକର ଭାବେ ସେଠାରେ ମଧ୍ୟ ବିକାଶଙ୍କୁ ଏକ ସାପ କାମୁଡ଼ି ଥିଲା। ସବୁଠୁ ବଡ଼ କଥା ହେଉଛି କି, ପଞ୍ଚମ ସାପ କାମୁଡ଼ାରେ ମଧ୍ୟ ସେ ସୁସ୍ଥ ହୋଇ ଯାଇଛନ୍ତି ବିକାଶ। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ତେବେ ବିକାଶଙ୍କୁ କେଉଁ ସାପ କାମୁଡ଼ି ଥିଲା ଏବଂ ବାରମ୍ବାର ସାପ କାମୁଡ଼ିବା ପଛର ପ୍ରକୃତ କାରଣ କଣ ତାହା ସ୍ପଷ୍ଟ ହୋଇନାହିଁ। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.