ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ଆସାମରେ ତାଣ୍ଡବ ରଚୁଛି ବନ୍ୟା; ବର୍ତ୍ତମାନ ସୁଦ୍ଧା ୩୮ରୁ ଅଧିକ ମୃତ, ୧୧ ଲକ୍ଷ ପ୍ରଭାବିତ

Image source: India Today

ଗୌହାଟି,୦୩/୦୭: ପୂର୍ବୋତ୍ତର ରାଜ୍ୟରେ ଏବେ ପ୍ରବଳ ବର୍ଷା ଲାଗିରହିଛି। ପ୍ରବଳ ବର୍ଷା ହେତୁ ରାଜ୍ୟର ନଦୀଗୁଡ଼ିକ ଜଳପୂର୍ଣ୍ଣ ହେବା ଯୋଗୁ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଆସାମରେ ବନ୍ୟା ଯୋଗୁଁ ୩୮ ଜଣଙ୍କର ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବନ୍ୟା ଜଳରେ ବୁଡ଼ି ୩ ଜଣଙ୍କର ମୃତ୍ୟୁ ଘଟିଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଜୁଲାଇ ୨ ରେ ଟିନସୁକିଆ ଜିଲ୍ଲାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଧମାଜୀ ଜିଲ୍ଲାରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଥିଲା। ଏହା ପରେ ମୃତ୍ୟୁ ସଂଖ୍ୟା ୩୮ କୁ ବୃଦ୍ଧି ପାଇଛି ଓ ପ୍ରଭାବିତ ସଂଖ୍ୟା ପାଖାପାଖି ୧୧ ଲକ୍ଷ ବୋଲି କୁହାଯାଇଛି।

୨୮ ଜିଲ୍ଲାରେ ୧୧ ଲକ୍ଷ ଲୋକ ପ୍ରଭାବିତ: 

ମଙ୍ଗଳବାର ଦିନ ରାଜ୍ୟରେ ବନ୍ୟା ପରିସ୍ଥିତି ଅସମ୍ଭାଳ ହୋଇପଡିଛି। ଫଳତଃ ୨୮ ଟି ଜିଲ୍ଲାର ୧୧.୩୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତ ଜିଲ୍ଲାଗୁଡ଼ିକ ହେଉଛି କାମ୍ରୁପ, ତମୁଲପୁର, ଚିରାଙ୍ଗ, ମୋରିଗାଓଁ, ଲକ୍ଷ୍ମୀପୁର, ବିଶ୍ୱନାଥ, ଦିବ୍ରୁଗଡ, କରିମଗଞ୍ଜ, ଉଦଲଗୁରୀ, ନାଗାଓଁ, ବଙ୍ଗାଇଗାଓଁ, ସୋନିତପୁର, ଗୋଲାଘାଟ, ହୋଜାଇ, ଡାରାଙ୍ଗ, ଚାରାଏଡୋ, ନାଲବାରୀ, ଜୋରହାଟ, ସିଭାସାଗର, କରବୀ ମଜଲୁଙ୍ଗ , ଟିନ୍‌ସୁକିଆ, କୋକରାଜ, ବାରପେଟା, କାଚର, କାମ୍ରୁପ ଅନ୍ତର୍ଭୁକ୍ତ। କେବଳ ଲକ୍ଷ୍ମୀପୁର ଜିଲ୍ଲାରେ ସମୁଦାୟ ୧,୬୫,୩୧୯ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ଏହା ପରେ ଡାରଙ୍ଗ ଜିଲ୍ଲାର ୧,୪୭,୧୪୩ ଲୋକ, ଗୋଲାଘାଟ ଜିଲ୍ଲାର ୧,୦୬,୪୮୦ ଲୋକ, ଧମାଜୀ ଜିଲ୍ଲାର ୧,୦୧,୮୮୮ ଲୋକ ପ୍ରଭାବିତ ହୋଇଛନ୍ତି। ସେପଟେ ଟିନସୁକିଆରେ ୭୪,୮୪୮, ବିଶ୍ୱନାଥରେ ୭୩,୦୭୪, କାଚରରେ ୬୯,୫୬୭, ମଜୁଲିରେ ୬୬,୧୬୭ ସୋନିଟପୁରରେ ୬୫,୦୬୧ ଏବଂ ମୋରିଗାଓଁ ଜିଲ୍ଲାର ୪୮,୪୫୨ ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି।

ଆଶ୍ରୟସ୍ଥଳୀକୁ ୨.୮୭ ଲକ୍ଷ ଲୋକ ବିସ୍ଥାପିତ: 

ସଦ୍ୟତମ ସୂଚନା ଅନୁସାରେ, ବନ୍ୟା ପ୍ରଭାବିତ ଜିଲ୍ଲାମାନଙ୍କରେ ପ୍ରଶାସନ ୪୮୯ ରିଲିଫ୍ କ୍ୟାମ୍ପ ଏବଂ ବିତରଣ କେନ୍ଦ୍ର ସ୍ଥାପନ କରିଛି ଯେଉଁଠାରେ ପ୍ରାୟ ୨.୮୭ ଲକ୍ଷ ଲୋକ ଆଶ୍ରୟ ନେଇଛନ୍ତି। ଅନେକ ବନ୍ୟା ପ୍ରଭାବିତ ଲୋକ ସୁରକ୍ଷିତ ସ୍ଥାନ, ଉଚ୍ଚ ଅଞ୍ଚଳ, ବିଦ୍ୟାଳୟ, ରାସ୍ତା ଏବଂ ବ୍ରିଜରେ ଆଶ୍ରୟ ନେଉଛନ୍ତି। ସ୍ଥାନୀୟ ପ୍ରଶାସନ, ସେନା, ପାରାମିଲିଟାରୀ ଫୋର୍ସ, ଏସଡିଆରଏଫ ଏବଂ ସର୍କଲ କାର୍ଯ୍ୟାଳୟର ଉଦ୍ଧାରକାରୀ ଦଳ ଅନେକ ସ୍ଥାନରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଏବଂ ମଙ୍ଗଳବାର ଦିନ ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳରୁ ପ୍ରାୟ ୨୯୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି। ମଙ୍ଗଳବାର ଦିନ ପ୍ରଶାସନ ବନ୍ୟା ପ୍ରଭାବିତ ଲୋକଙ୍କ ମଧ୍ୟରେ ୧୦,୭୫୪.୯୮ କ୍ୱିଣ୍ଟାଲ ଚାଉଳ, ୧୯୫୮.୮୯ କ୍ୱିଣ୍ଟାଲ ଡାଲି, ୫୫୪.୯୧ କ୍ୱିଣ୍ଟାଲ ଲୁଣ ଏବଂ ୨୩,୦୬୧.୪୪ ଲିଟର ସୋରିଷ ତେଲ ବଣ୍ଟନ କରିଛି ଏବଂ ଗାଇଗୋରୁମାନଙ୍କୁ ଚାରା ମଧ୍ୟ ଯୋଗାଇ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.