ପ୍ରମୂଖ ଖବର
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ସମସ୍ୟାରେ ଇଲେକ୍ଟୋରାଲ ବଣ୍ଡ୍‌ କିଣିଥିବା ୧୩୦୦ କମ୍ପାନୀ; ଇନ୍‌ଫୋସିସ୍, ଏମ୍‌ଇଆଇଏଲ୍‌ ଓ ଏୟାରଟେଲ୍‌ ପ୍ରମୁଖ କମ୍ପାନୀକୁ ଆୟକର ବିଭାଗର ନୋଟିସ୍‌

Image source: India.com

ନୂଆଦିଲ୍ଲୀ,୦୧/୦୭: ଅଷ୍ଟାଦଶ ଲୋକସଭା ନିର୍ବାଚନ ପୂର୍ବରୁ ଫେବୃଆରୀ ୨୦୨୪ ରେ ନିର୍ବାଚନୀ ବଣ୍ଡ୍‌କୁ ନେଇ ସାରା ଦେଶରେ ଏକ ବଡ଼ ଆଲୋଡ଼ନ ଦେଖାଦେଇଥିଲା। ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ରାଜନୈତିକ ଦଳମାନଙ୍କୁ ଦାନ କରୁଥିବା କମ୍ପାନୀଗୁଡିକର ତଥ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ସାର୍ବଜନୀନ କରାଯାଇଥିଲା। ଏହାପୂର୍ବରୁ ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡ୍‌କୁ ଅସାମ୍ବିଧାନିକ ଘୋଷଣା କରିଥିଲେ ଏବଂ ସମସ୍ତ ତଥ୍ୟ ନିର୍ବାଚନ ଆୟୋଗଙ୍କ ୱେବସାଇଟରେ ଅପଲୋଡ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନୀ ବଣ୍ଡ୍‌ କିଣୁଥିବା ୧୩୦୦ କମ୍ପାନୀ ବର୍ତ୍ତମାନ ଟିକସ ବିଭାଗର ସ୍କାନର୍‌ରେ ଅଛନ୍ତି।

ପ୍ରାୟ ୧୩୦୦ ଏପରି କମ୍ପାନୀ ଅଛନ୍ତି, ଯେଉଁମାନେ ନିର୍ବାଚନୀ ବଣ୍ଡ୍‌ ମାଧ୍ୟମରେ ରାଜନୈତିକ ଦଳକୁ ଦାନ କରିଥିଲେ, ସେମାନେ ଟିକସ କର୍ତ୍ତୃପକ୍ଷଙ୍କଠାରୁ ନୋଟିସ୍‌ ପାଇଛନ୍ତି। ଇକୋନୋମିକ୍ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, କେତେକ କମ୍ପାନୀଗୁଡ଼ିକୁ ନିର୍ବାଚନୀ ବଣ୍ଡ୍ ପାଇଁ ଦାବି କରାଯାଇଥିବା ରିହାତି ଉପରେ ଟିକସ କର୍ତ୍ତୃପକ୍ଷଙ୍କଠାରୁ ନୋଟିସ୍‌ ମିଳିଛି। ଏହି ତାଲିକାରେ ଇନଫୋସିସ୍, ଏମ୍ବାସି ଗ୍ରୁପ୍, ମେଘା ଇଞ୍ଜିନିୟରିଂ, ଆଦିତ୍ୟ ବିର୍ଲା ଗ୍ରୁପ୍, ଜେଏସଡବ୍ଲୁ ଷ୍ଟିଲ୍, ଟୋରେଣ୍ଟ ଫାର୍ମା, ଲୁପିନ୍, ଇଣ୍ଟାସ୍, ଭାରତୀ ଏୟାରଟେଲ୍ ଏବଂ ଆଲେମ୍ବିକ୍ ଫାର୍ମାସ୍ୟୁଟିକାଲ୍ସ ଭଳି ଅନେକ ବଡ଼ ତଥା ପ୍ରତିଷ୍ଠିତ କମ୍ପାନୀ ରହିଛନ୍ତି। ଏହି ସମସ୍ତ କମ୍ପାନୀ ଏସବିଆଇରୁ ନିର୍ବାଚନୀ ବଣ୍ଡ୍ କିଣିଥିଲେ।

ଜାନୁଆରୀ ୨୦୧୮ ରେ ଆରମ୍ଭ ହୋଇଥିବା ନିର୍ବାଚନୀ ବଣ୍ଡ୍ ଯୋଜନା ମାଧ୍ୟମରେ ରାଜନୈତିକ ଦଳଗୁଡିକ ମୋଟ ୧୬,୫୧୮ କୋଟି ଟଙ୍କା ପାଇଛନ୍ତି। ଫେବୃଆରୀ ୧୫ ରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ଏହାକୁ ଅସାମ୍ବିଧାନିକ ଘୋଷଣା କରିଥିଲେ ଏବଂ କର୍ପୋରେଟ କମ୍ପାନୀଗୁଡିକ ସେମାନଙ୍କ ଅବଦାନ ଉପରେ ଟିକସ ଛାଡ଼କୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ। କହିରଖୁଛୁ ଯେ, ନିର୍ବାଚନୀ ବଣ୍ଡ୍ ମାମଲାରେ ଟିକସ କର୍ତ୍ତୃପକ୍ଷଙ୍କଠାରୁ ନୋଟିସ ପାଇବା ପରେ କମ୍ପାନୀଗୁଡିକ ଅର୍ଥ ମନ୍ତ୍ରଣାଳୟ ନିକଟକୁ ଯାଇଛନ୍ତି। ଇଟି ରିପୋର୍ଟ ଅନୁଯାୟୀ, କମ୍ପାନୀମାନେ ଅର୍ଥ ମନ୍ତ୍ରଣାଳୟକୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଏବଂ ଆଗାମୀ ବଜେଟରେ ରିଲିଫ୍ ଯୋଗାଇବାକୁ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.