ପ୍ରମୂଖ ଖବର
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ସମାନ ଦିନ, ସମାନ ଘଟଣା: ମଧ୍ୟ ପ୍ରଦେଶରେ ବୁରାଡି ଭଳି ଘଟଣା, ଘରୁ ଝୁଲାନ୍ତା ଅବସ୍ଥାରେ ମିଳିଲା ପରିବାର ୫ ସଦସ୍ୟଙ୍କ ମୃତଦେହ

ଭୋପାଳ,୧।୭: ମଧ୍ୟ ପ୍ରଦେଶର ଅଲିରାଜପୁରରେ ଏକ ଘର ଭିତରୁ ସ୍ବାମୀ-ସ୍ତ୍ରୀ ଓ ତିନୋଟି ଶିଶୁଙ୍କ ମିଳିଛି ଝୁଲନ୍ତା ମୃତଦେହ। ଏହା ହତ୍ୟା କିମ୍ବା ଆତ୍ମହତ୍ୟା ତାହା ସ୍ପଷ୍ଟ ଭାବରେ ଜଣାପଡିନି।ପୋଲିସ ସମସ୍ତଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି। ପୋଲିସ ମାମଲା ଯାଞ୍ଚ ଜାରି ରଖିଛି। ଉଲ୍ଲେଖନୀୟ ଯେ, ଏହି ଘଟଣା ଆଜିଠାରୁ ୬ ବର୍ଷ ଦିଲ୍ଲୀର ବୁରାଡିରେ ହୋଇଥିବା ଗଣ ଆତ୍ମହତ୍ୟାକୁ ମନେପକାଇ ଦେଉଛି।   ଏହି ଘଟଣା ପୁରା ଦେଶକୁ ଚକିତ କରିଦେଇଥିଲା।

ମିଳିଥିବା ସୂଚନା ଅନୁସାରେ, ଅଲିରାଜପୁର ଜିଲ୍ଲା ପୋଲିସ ସୋଢବା ଥାନା ଅନ୍ତର୍ଗତ ରାଉଡି ଗାଁରେ ଗୋଟିଏ ଘରୁ ୫ ଜଣଙ୍କ ମୃତଦେହ ଉଦ୍ଧାର କରିଛି। ସ୍ବାମୀ, ସ୍ତ୍ରୀ ଓ ତିନି ସନ୍ତାନ ରଶୀରେ ଝୁଲୁଥିବାର ଦେଖିବାକୁ ମିଳିଛି।ମୃତକମାନେହେଲେ ରାକେଶ ତାଙ୍କ ପତ୍ନୀ ଲଳିତା, ଝିଅ ଲକ୍ଷ୍ମୀ, ପୁଅ ପ୍ରକାଶ ଓ ଅକ୍ଷୟ ବୋଲି ଜଣାପଡିଛି। ମୃତକଙ୍କ ସମ୍ପର୍କୀୟ ଏହାକୁ ହତ୍ୟାକାଣ୍ଡ ବୋଲି ଆଶଙ୍କା କରୁଛନ୍ତି। ପୋଲିସ ପ୍ରତ୍ୟେକ ଆଙ୍ଗେଲରୁ ଏହି ଘଟଣାକୁ ଯାଞ୍ଚ କରୁଛି। 

ଉଲ୍ଲେଖନୀୟ ଯେ, ଦେଶର ରାଜଧାନୀ ଦିଳ୍ଲୀର ବୁରାଡି ସାମୁହିକ ଆତ୍ମହତ୍ୟା ମାମଲାର ଆଜି ୬ ବର୍ଷ ବିତି ସାରିଛି। ବୁରାଡିର ସନ୍ତନଗରର ଏକ ଘରେ  ୧ ଜୁଲାଇ ୨୦୧୮ରେ ପରିବାରର ୧୧ ଜଣ ଲୋକ ଏକାଠି ଆତ୍ମହତ୍ୟା କରିଥିଲେ। । ଏହି ଘଟଣା ପୁରା ଦେଶରେ ଚର୍ଚ୍ଚାର ପରିସରକୁ ଆସିଥିଲା। ଘର ଭିତରର ଦୃଶ୍ୟ ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ। ଆରମ୍ଭରୁ ଏହା ହତ୍ୟା ଲାଗୁଥିଲା, କିନ୍ତୁ ପରେ ଘରର କବାଟରେ ଲାଗିଥିବା ସିସିଟିଭ କ୍ୟାମେରା ଓ ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ ହୋଇଥିଲା ପୁରା ପରିବାର ମୋକ୍ଷ ଓ ତନ୍ତ୍ର-ମନ୍ତ୍ର ପାଇଁ ଆତ୍ମହତ୍ୟା କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.