ପ୍ରମୂଖ ଖବର
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ଶ୍ରମିକଙ୍କ ଘରେ ୩ଟି ବଲ୍‌ବକୁ ୨ଟି ପଙ୍ଖା, ହେଲେ ବିଜୁଳି ବିଲ୍ ଦେଖି ମୁଣ୍ଡରେ ହାତ ଦେଲେ...

ପାଟନା, ୧।୭: ଜଣେ ସାଧାରଣ ଲୋକଙ୍କ ଘରେ କେତେ ଟଙ୍କାର ବିଜୁଳି ବିଲ୍ ଆସିପାରେ । ୫୦୦ କିମ୍ୱା ହଜାରେ । ସେହିଭଳି ଏସି, କୁଲର୍ କିମ୍ୱା ଇଣ୍ଡକସନ୍ ଲଗାଉଥିଲେ ସର୍ବାଧିକ ୩ରୁ ୪ ହଜାର ବିଲ୍ ଆସେ । ତେବେ କେବଳ ୩ଟି ବଲବ୍ ଓ ଦୁଇଟି ପଙ୍ଖା ଲଗାଇ ଯଦି ଆପଣଙ୍କୁ ଲକ୍ଷ ଲକ୍ଷ ଟଙ୍କାର ବିଜୁଳି ବିଲ୍ ଆସେ । ତେବେ ନିଶ୍ଚୟ ଆପଣ ମୁଣ୍ଡରେ ହାତ ଦେବେ । ବିହାରର ମୁଜାଫରପୁର ଜିଲ୍ଲାରେ ଏଭଳି ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଜଣେ ସାଧାରଣ ଶ୍ରମିକଙ୍କୁ ମିଳିଛି ୩୧ ଲକ୍ଷ ଟଙ୍କାର ବିଜୁଳି ବିଲ୍‌ । 

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ବିଜୁଳି ବିଲ୍‌ ମାତ୍ର ୨ ମାସର । ମୋଟା ଅଙ୍କର ଏହି ବିଲ୍‌ ପାଇବା ପରେ ଶ୍ରମିକଙ୍କ ହୋସ୍‌ ଉଡ଼ିଯାଇଛି । ଘଟଣାଟି ପିଅର ଥାନା ଅନ୍ତର୍ଗତ ସିମରା ପଞ୍ଚାୟତର ୯ ନମ୍ବର ୱାର୍ଡର । ଏ ସଂପର୍କରେ ପୀଡ଼ିତ ଶୁଭଲାଲ ସାହନି କହିଛନ୍ତି ଯେ, ଘରର ବିଦ୍ୟୁତ୍‌ ସଂଯୋଗ ତାଙ୍କ ପତ୍ନୀ ଫୁଲା ଦେବୀଙ୍କ ନାଁରେ ରହିଛି । ୨ ମାସ ପୂର୍ବରୁ ଘରେ ବିଜୁଳି ବିଭାଗ ପକ୍ଷରୁ ଏକ ସ୍ମାର୍ଟ ବିଦ୍ୟୁତ୍‌ ମିଟର ଲଗାଯାଇଥିଲା । ଏହାର କିଛି ଦିନ ଯାଏ ଘରକୁ ବିଦ୍ୟୁତ୍‌ ଯୋଗାଣ କରିଥିଲା । ପରେ କିନ୍ତୁ, ତାହା ବିଚ୍ଛିନ୍ନ ହୋଇଗଲା । ବାଧ୍ୟହୋଇ ସେ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟକୁ ଯାଇ ପଦାଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ପରେ ବିଦ୍ୟୁତ୍‌ ବିଭାଗ ତାଙ୍କ ହାତରେ ଧରେଇ ଦେଲେ ବକେୟା ବିଜୁଳି ବିଲ୍ । ଏହି ବିଲ୍ ଦେଖି ତାଙ୍କୁ ଚାରିଆଡ଼ ଅନ୍ଧାର ଦିଶିଲା । ତାଙ୍କର ୩୧ ଲକ୍ଷ ଟଙ୍କାର ବିଲ୍‌ ବକେୟା ଥିବା ସେ ଜାଣିବାକୁ ପାଇଲେ । 

ତେବେ ଶୁଭଲାଲଙ୍କ ଘରେ ମାତ୍ର ୨-୩ଟି ଫ୍ୟାନ୍‌ ଓ ବଲ୍‌ବର ବ୍ୟବହାର କରନ୍ତି । ୨ ମାସ ପୂର୍ବରୁ ତାଙ୍କର ପ୍ରାୟ ୨୬୦୦ ଟଙ୍କାର ବିଜୁଳି ବିଲ୍‌ ବକେୟା ଥିଲା । ତା’ ପରେ ବିଲ୍‌ କିଭଳି ହଠାତ୍‌ ଏତେ ବଢ଼ିଗଲା ତାହା ସେ ବୁଝିପାରିନଥିଲେ । ବିଦ୍ୟୁତ୍‌ ବିଭାଗର ଏଭଳି ଦାୟିତ୍ୱହୀନ ଆଭିମୁଖ୍ୟ ଯୋଗୁଁ ଶୁଭଲାଲ ଏବେ ଚିନ୍ତାରେ । ବକେୟା ବିଲ୍‌ ବାବଦ ଅର୍ଥ ପଇଠ କରିନଥିବା ଯୋଗୁଁ ତାଙ୍କର ବିଦ୍ୟୁତ୍‌ ସଂଯୋଗକୁ କାଟି ଦିଆଯାଇଛି । ବିଜୁଳି ସଂଯୋଗ ବିଚ୍ଛିନ୍ନ ହେବାରୁ ପୂରା ପରିବାର କଲବଲ ହେଉଛନ୍ତି । ଏପରି ସ୍ଥିତିରେ ବିଲ୍‌ରେ ସୁଧାର ଲାଗି ଲଗାତର ବିଦ୍ୟୁତ୍‌ ବିଭାଗକୁ ଦୌଡ଼ୁଛନ୍ତି ଶୁଭଲାଲ । ତଥାପି ଏ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇନାହିଁ । ଏନେଇ ଜୁନିୟର ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟର ଅଭିଷେକ ରଞ୍ଜନ କହିଛନ୍ତି ଯେ, ବିଦ୍ୟୁତ୍‌ ବିଲ୍‌ରେ ତ୍ରୁଟି ନେଇ ଆମକୁ ଅଭିଯୋଗ ମିଳିଛି । ସମୟ ସମୟରେ ମିଟରରେ ଏଭଳି ତ୍ରୁଟି ହୋଇଥାଏ । ତଦନ୍ତ ପରେ ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.