ପ୍ରମୂଖ ଖବର
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ କେଜ୍ରିଓ୍ବାଲ, ସିବିଆଇ ଗିରଫଦାରୀକୁ କଲେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧।୭: ସିବିଆଇ ଗିରଫଦାରୀ ବିରୋଧରେ ହାଇକୋର୍ଟରେ ପହଞ୍ଚିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେମାବାର କେଜ୍ରିଓ୍ବାଲ ସିବିଆଇ ଗିରଫଦାରୀକୁ ଚ୍ୟାଲେଞ୍ଜ କରି   ଏକ ଆବେଦନ କରିଛନ୍ତି। ଅବକାରୀ ନୀତି ଦୁର୍ନୀତି ମାମଲାରେ କେଜ୍ରିଙ୍କୁ ଜୁନ୍ ୨୬ରେ   ସିବିଆଇ ଗିରଫ କରିଥିଲା। ଇଡି ଦ୍ବାରା ଗିରଫ ହୋଇ କେଜ୍ରିୱାଲ ତିହାର ଜେଲରେ ଥିବାବେଳେ ସିବିଆଇ ତାଙ୍କୁ ସେଠାରୁ ଗିରଫ କରିଥିଲା। ସିବିଆଇ ଆବେଦନ ସ୍ବୀକାର ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟ କେଜ୍ରିଓ୍ବାଲଙ୍କୁ ୧୨ ଜୁଲାଇ ପର୍ଯ୍ୟନ୍ତ  କଷ୍ଟଡିରେ ପଠାଇଥିଲା।

ରିମାଣ୍ଡ ଶେଷ ହେବାପରେ ସିବିଆଇ ପୁଣିଥରେ କେଜ୍ରିଓ୍ବାଲଙ୍କୁ କୋର୍ଟରେ ହାଜର କରିଛି ଓ ଜୁଡିସିଆଲ କଷ୍ଟଡି ବଢାଇବାକୁ ଦାବି କରିଥିଲା। ଏହାପରେ କୋର୍ଟ କେଜ୍ରିଓ୍ବାଲଙ୍କୁ ୧୪ ଦିନିଆ ରିମାଣ୍ଡରେ ପଠାଇଥିଲେ। ଏହି ସମୟରେ କୋର୍ଟ କେଜ୍ରିଓ୍ବାଲଙ୍କ ଓକିଲକୁ କହିଥିଲେ, ଆମ ପାଖରେ ଜୁଡିସିଆଲ କଷ୍ଟଡିରେ ପଠାଇବା ଛଡା ଅନ୍ୟ କୌଣସି ବିକଳ୍ପ ନାହିଁ। ଆପଣ ଯଦି ଚାହାନ୍ତି ତେବେ ୨-୩ ଦିନ ପରେ ଜାମିନ ପାଇଁ ଆବେଦନ ଦାଖଲ କରିପାରିବେ। ଏଭଳି ସ୍ଥିତିରେ କେଜ୍ରିଓ୍ବାଲ ନିମ୍ନ ଅଦାଲତଙ୍କ ରାୟକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ ଦେଇଛନ୍ତି। ସେଭଳି କୋର୍ଟ ୨୬ ଜୁନ୍‌ର ସେହି ନିର୍ଦେଶକୁ ଚ୍ୟାଲେଞ୍ଜ ଦେଇଥିଲେ, ଯେଉଁଥିରେ ସିବିଆଇକୁ ତିନି ଦିନର କଷ୍ଟଡି ଦିଆଯିବା ବେଳେ କୋର୍ଟ କେଜ୍ରିଓ୍ବାଲଙ୍କ ଗିରଫକୁ ଲିଗାଲ ବୋଲି କହିଥିଲେ। 

ଉଲ୍ଲେଖନୀୟ ଯେ, ନିକଟରେ ଦିଲ୍ଲୀ ହାଇକୋର୍ଟ କେଜ୍ରିଓ୍ବାଲଙ୍କ ଜାମିନ୍ ବିରୋଧରେ ବିରୋଧରେ ଦାଖଲ କରାଯାଇଥିବା ଇଡିର ଆବେଦନ ଉପରେ ରାୟ ଦେଇ କେଜ୍ରିଓ୍ବାଲଙ୍କ ଗିରଫ ଉପରେ ରୋକ ଲଗାଛି। ଏହି ସମୟରେ କୋର୍ଟ ଟ୍ରାଏଲ କୋର୍ଟଙ୍କ ରାୟକୁ ଭୁଲ ବୋଲି କହି ଏଥିରେ ତ୍ରୁଟି ଥିବା କଡିଥିଲେ। ଏହାପରେ କେଜ୍ରିଓ୍ବାଲ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ଦେଇଥିଲେ। ବର୍ତ୍ତମାନ କେଜ୍ରିୱାଲ ସିବିଆଇ ହେପାଜତରେ ଥିବାବେଳେ ଗିରଫଦାରୀ ବିରୁଦ୍ଧରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ରିମାଣ୍ଡ ଅବଧି ସରିବା ପରେ ଜୁଲାଇ ୧୨ରେ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହେବେ କେଜ୍ରିୱାଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.