ପ୍ରମୂଖ ଖବର
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ଇରାନ ରାଷ୍ଟ୍ରପତି ନିର୍ବାଚନ: ମିଳିଲାନି ବହୁମତ, ଜୁଲାଇ ୫ରେ ପୁଣି ଭୋଟ

ତେହେରାନ,୩୦/୦୬:ଇରାନରେ ଶୁକ୍ରବାର ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ମାତ୍ର ୪୦ ପ୍ରତିଶତ ମତଦାନ  ହୋଇଛି । ଯାହାକି ୧୯୭୯ ବିପ୍ଳବ ପରେ ସବଠାରୁ କମ୍‌ । ଦେଶରେ ୬ କୋଟିରୁ ଅଧିକ ପଞ୍ଜିକୃତ ଭୋଟର ଅଛନ୍ତି ।  ନିର୍ବାଚନରେ କୌଣସି ପ୍ରାର୍ଥୀଙ୍କୁ ବହୁମତ ମିଳିପାରିନାହିଁ । ବହୁମତ ପାଇଁ କୌଣସି ପ୍ରାର୍ଥୀଙ୍କୁ ୫୦ ପ୍ରତିଶତ ଭୋଟ ମିଳିବା ଦରକାର । କିନ୍ତୁ ନିର୍ବାଚନ ଲଢ଼ୁଥିବା ୪  ପ୍ରାର୍ଥୀଙ୍କ ମଧ୍ୟରୁ କାହାକୁ ୫୦ ପ୍ରତିଶତ ଭୋଟ ମିଳିନାହିଁ । ତେଣୁ ଆସନ୍ତା ଜୁଲାଇ ୫  ତାରିଖ (ଶୁକ୍ରବାର) ପୁଣିଥରେ ନିର୍ବାଚନ  ହେବ । 

ଦେଶର ନିର୍ବାଚନ କମିଶନଙ୍କ ମୁଖପାତ୍ର ମୋହସେନ ଇସଲାମୀଙ୍କ ସୂଚନା  ଅନୁସାରେ ନିର୍ବାଚନରେ ମୋଟ ୨ କୋଟି  ୪୭ ଲକ୍ଷ ଭୋଟ ପଡିଥିଲା । ସେଥିରୁ  ସର୍ବାଧିକ ୧ କୋଟି ୪ ଲକ୍ଷ ଭୋଟ ମାସୁଦ  ପଜଶକିୟାନଙ୍କୁ ମିଳିଥିଲା ବେଳେ ଦ୍ୱିତୀୟ  ସ୍ଥାନରେ ଥିବା ସୟିଦ ଜଲିଲଙ୍କୁ ୯୫  ଲକ୍ଷ ଭୋଟ ମିଳିଛି । ସଂସଦର ବାଚସ୍ପତି  ମହମ୍ମଦ ବାକର କାଲିବାଫ ୩୩ ଲକ୍ଷ  ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲା ବେଳେ ମୁସ୍ତଫା ପୋରମହମ୍ମଦି ମାତ୍ର  ୨ ଲକ୍ଷ ୬ ହଜାର ଭୋଟ ପାଇଛନ୍ତି ।  

ବୁଧବାର ରାତିରେ ଉପରାଷ୍ଟ୍ରପତି  ଅମିର ହୁସେନ କାଜିଜାହେଦ ହାସ୍‌ମି  ରାଷ୍ଟ୍ରପତି ଦୌଡରୁ ନିଜ ନାମାଙ୍କନ  ପ୍ରତ୍ୟାହାର କରିନେଇଥିଲେ । ରିଭୋଲ୍ୟୁସନାରୀ ଫୋର୍ସର ଏକତା  ବଜାୟ ରଖିବା ଉଦ୍ଦେଶ୍ୟରେ ସେ ଏଭଳି  ପଦକ୍ଷେପ ନେଇଥିବା ପ୍ରକାଶ କରିଥିଲେ ।  ସେହିଭଳି ତେହେରାନର ମେୟର ଅଲି  ରାଜା ଜକାନୀ ମଧ୍ୟ ଓହରି ଯାଇଥିଲେ ।  ଏଥର ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ଲାଗି  ମୋଟ ୮୦ ଜଣ ଆବେଦନ କରିଥିଲେ ।  କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ୬ ଜଣଙ୍କୁ  ନିର୍ବାଚନ ଲଢ଼ିବା ଲାଗି ଅନୁମତି ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.