ପ୍ରମୂଖ ଖବର
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ଅଷ୍ଟ୍ରେଲିଆରେ ପଢ଼ିବା ହେଲା ମହଙ୍ଗା, ଦୁଇଗୁଣ ବଢ଼ିଲା ଷ୍ଟୁଡେଣ୍ଟ ଭିସା ଶୁଳ୍କ

Image Courtesy: kayak.co.in

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଯାଇ ସେଠାରେ ପଢ଼ିବା ଆଉ ସହଜ ହେବ ନାହିଁ । ଦେଶକୁ ସମଗ୍ର ବିଶ୍ବରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଭିସା ନିୟମରେ ପରିବର୍ତ୍ତନ କରିଛନ୍ତି ଅଷ୍ଟ୍ରେଲିଆ ସରକାର । ଭିସା ପାଇଁ ଏଣିକି ଛାତ୍ରଛାତ୍ରୀମାନଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ । ଭିସା ଶୁଳ୍କ ଦୁଇଗୁଣ କରିଦିଆଯାଇଛି । ପ୍ରବାସୀମାନଙ୍କୁ ରୋକିବା ଲାଗି ଅଷ୍ଟ୍ରେଲିଆ ସରକାର ଏଭଳି ନିମୟ ଆଣିଛନ୍ତି ବୋଲି କୁହାଯାଉଛି । 

ଜୁଲାଇ ୧ (ସୋମବାର)ରୁ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ଲାଗି ଭିସା ଶୁଳ୍କ ବୃଦ୍ଧି ପାଇଛି । ଏହି ଶୁଳ୍କ ୭୧୦ ଅଷ୍ଟ୍ରେଲିଆ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୩୯,୪୯୩ ଟଙ୍କା)ରୁ ବଢ଼ି ୧୬୦୦ ଅଷ୍ଟ୍ରେଲିଆ ଡଲାର (୮୮,୯୯୮ ଟଙ୍କା) ହୋଇଛି । ସେହିଭଳି ଭିଜିଟର ଭିସା ଏବଂ ସ୍ଥାୟୀ ସ୍ନାତକ ଡିଗ୍ରି ଲାଗି ଭିସା ଆବେଦନ କରାଯାଇପାରିବ ନାହିଁ । ଏଭଳି ଆବେଦନ ଉପରେ ସରକାର ପ୍ରତିବନ୍ଧକ ଲଗାଇ ଦେଇଛନ୍ତି ।  ଅଷ୍ଟ୍ରେଲିଆର ଗୃହମନ୍ତ୍ରୀ କ୍ଲେୟର ଓ ନୀଲ କହିଛନ୍ତି ଯେ, ଏଭଳି ପରିବର୍ତ୍ତିତ ନିୟମ ଦ୍ବାରା ଅନ୍ତର୍ଜାତୀୟ ଶିକ୍ଷା ପ୍ରଣାଳୀ କ୍ଷେତ୍ରରେ ଏକତା ଫେରିବ । ଏହା ଦ୍ବାରା ଏକ ପ୍ରବାସୀ ପ୍ରଣାଣୀ ତିଆରି ହେବ । ଯାହା ନିରପେକ୍ଷ ଏବଂ ଅଷ୍ଟ୍ରେଲିଆ ପାଇଁ ଭଲ ହେବ । 

ମାର୍ଚ୍ଚରେ ସରକାରୀ ସୂତ୍ରରୁ ମିଳିଥିବା ଏକ ରିପୋର୍ଟ ଅନୁସାରେ, ୩୦ ସପ୍ଟେମ୍ବର ୨୦୨୩ ସୁଦ୍ଧା ଅଷ୍ଟ୍ରେଲିଆରେ ପ୍ରବାସୀଙ୍କ ସଂଖ୍ୟା ୬୦ ପ୍ରତିଶତ ବୃଦ୍ଧି ପାଇ ୫,୪୮,୮୦୦ରେ ପହଞ୍ଚିଥିଲା । ଷ୍ଟୁଡେଣ୍ଟ ଭିସା ଶୁଳ୍କ ବଢ଼ାଇବା ପରେ ଏଣିକି ଆମେରିକା ଏବଂ କାନାଡା ତୁଳନାରେ ଅଷ୍ଟ୍ରେଲିଆ ଯିବା ଛାତ୍ରଛାତ୍ରୀଙ୍କ ପାଇଁ ଆହୁରି  ମହଙ୍ଗା ହୋଇଛି । ଆମେରିକା ପାଇଁ ଏହି ଶୁଳ୍କ ୧୮୫ ଆମେରିକୀୟ ଡଲାର ବା ୧୫, ୪୪୦ ଟଙ୍କା ଥିବା ବେଳେ କାନାଡା ପାଇଁ ଛାତ୍ର ଭିସା ଶୁଳ୍କ ୧୫୦ କାନାଡିଆନ୍‌ ଡଲାର ବା ୯,୧୫୬ ଟଙ୍କା ରହିଛି । ସେପଟେ ଭିସା ନିୟମରେ ଥିବା ତ୍ରୁଟିକୁ ସୁଧାରିବାକୁ ପ୍ରୟାସ କରାଯାଉଛି ବୋଲି ଅଷ୍ଟ୍ରେଲିଆ ସରକାର କହିଛନ୍ତି । 

  • australia
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.